୯ ଡିସେମ୍ବର, ବୁଧବାର: ଘରକୁ ଅର୍ଥ ଆଗମନର ସୂଚନା ପାଇ ଖୁସି ହେବେ

ମେଷ:  ଅର୍ଥ ସମ୍ପର୍କିତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ। ପାରିବାରିକ ସମ୍ପର୍କ ଦୃଢ଼ ହେବ। କଳ୍ପନା ବିଳାସୀ ହେବେ। ବୃଷ: ଋଣ ଓ ରୋଗରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପଡ଼ୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ। ମିଥୁନ: ସମାଜରୁ ଆଦର ସମ୍ମାନର ଅଭାବ ରହିବ ନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ […]

hhhhhhhhhhhhhh

Tapaswini Nayak
  • Published: Wednesday, 09 December 2020
  • , Updated: 09 December 2020, 07:45 AM IST

ମେଷ:  ଅର୍ଥ ସମ୍ପର୍କିତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ। ପାରିବାରିକ ସମ୍ପର୍କ ଦୃଢ଼ ହେବ। କଳ୍ପନା ବିଳାସୀ ହେବେ।

ବୃଷ: ଋଣ ଓ ରୋଗରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପଡ଼ୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ।

ମିଥୁନ: ସମାଜରୁ ଆଦର ସମ୍ମାନର ଅଭାବ ରହିବ ନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ କରିବେ। ବନ୍ଧୁଙ୍କ ଗହଣରେ ରହି ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ।

କର୍କଟ: ପଡ଼ୋଶୀଙ୍କୁ ସାହାଯ୍ୟ ସହାନୁଭୂତି ଦେଖାଦେଇବାକୁ ପଡ଼ିବ। ତ୍ୟାଗ ଓ ନିସ୍ବାର୍ଥପର ଭାବରେ ସବୁ କିଛି କଲେ ମଧ୍ୟ ପ୍ରତି ବଦଳରେ କିଛି ପାଇବେ ନାହିଁ।

ସିଂହ: ଶାରୀରିକ ସୁସ୍ଥତା ଧୀରେ ଧୀରେ ଫେରି ଆସିବ। ଘରକୁ ଅର୍ଥ ଆଗମନର ସୂଚନା ପାଇ ଖୁସି ହେବେ। ପରିବାରର ସହଯୋଗ ସହ ପ୍ରତି କଥାରେ ବୁଝାମଣା ରହିବ।

କନ୍ୟା: ପ୍ରତି କାର୍ଯ୍ୟରେ ବୁଦ୍ଧି ଓ ବଳ ଖଟାଇ ସଫଳତାର ନିକଟତର ହେବେ। ଯୁବ ସୁଲଭ ଗୁଣ ଗୁଡ଼ିକର ବିକାଶ ଘଟି ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରୋପକାର ସହ ଶତ୍ରୁ ଦମନ କରିବାରେ ସଫଳ ହେବେ।

ତୁଳା: ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ। ବାଣିଜ୍ୟ ବ୍ୟବସାୟରେ ଉଚ୍ଚ ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ।

ବିଛା: ଅତ୍ୟଧିକ ଭାବପ୍ରବଣତା ହେତୁ ସୁଯୋଗକୁ ହାତଛଡ଼ା କରିପାରନ୍ତି। ବିଭିନ୍ନ ଦିଗକୁ ମନ ବଳାଇ ଗଭୀରତାକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ। ଅର୍ଥ ଲାଭ ସହ ମାନସିକ ଆଘାତ ଲାଗିବାର ସମ୍ଭାବନା ରହିଛି।

ଧନୁ: ପ୍ରତିଯୋଗିତାରେ ସଫଳତାର ନିକଟତର ହେବେ। ଅଧ୍ୟୟନ ଓ ଅଧ୍ୟାପନା ପ୍ରତି ମନ ବଳିବ। ବନ୍ଧୁ ପରିଜନଙ୍କ ସହ ସମୟ ବିତାଇବକୁ ଚେଷ୍ଟା କରିବେ।

ମକର: ଆପଣଙ୍କର ଉପସ୍ଥିତି ପ୍ରତି କ୍ଷେତ୍ରକୁ ସରସ ସୁନ୍ଦର କରିବ। ଧର୍ମକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପ୍ରତି ଦୟା ଓ କ୍ଷମା ପ୍ରଦର୍ଶନ କରିବେ। ପରୋପକାର କରିବା ସହ ଶତ୍ରୁତାର ଅବସାନ ଘଟିବ।

କୁମ୍ଭ: ବିଳାସ ବ୍ୟସନ ପ୍ରତି ଅନୁରକ୍ତ ହେବେ ଓ ସମୟ ମଧ୍ୟ ଦେବେ। ଅଯଥା ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇ ପାରନ୍ତି। ଖାଦ୍ୟପେୟ ଓ ମନୋରଞ୍ଜନରୁ ଆନନ୍ଦ ପ୍ରାପ୍ତି ହେବ।

ମୀନ: ବିଳାସ ବ୍ୟସନ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରିବେ ଏବଂ ସାହାଯ୍ୟ ମଧ୍ୟ କରିବେ। ଅଭାବ ଅସୁବିଧା ଦୂରେଇଯିବା ସହ ସମସ୍ତଙ୍କ ପ୍ରିୟ ହେବେ।

 

 

 

Related story