Advertisment

ପଞ୍ଚୁକରେ ଘରେ ତିଆରି କରନ୍ତୁ ହବିଷ ଡାଲମା

କାର୍ତ୍ତିକ ମାସରେ ସମସ୍ତଙ୍କ ଘରେ ହବିଷ ଡାଲମା ହୋଇଥାଏ।

author-image
Tapaswini Nayak
ଅଦ୍ୟତନ ହୋଇଛି
‌Dalma

‌Dalma

ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, ଓଉ, ଅଦା, ସାରୁ, ଆଳୁ,  ପାଣି କଖାରୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ଓଉ, ସାରୁ, ପାଣି କଖାରୁ, ଆଳୁ  ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପରେ ତାକୁ  ଓହ୍ଲାଇ ଦିଅନ୍ତୁ।

ଏବେ କରେଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା। କାର୍ତ୍ତିକ ମାସରେ ସମସ୍ତଙ୍କ ଘରେ ହବିଷ ଡାଲମା ହୋଇଥାଏ।

Advertisment
Odia Food Recipe