୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

ମେଷ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତା ଦୂରେଇ ଯିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ ବଢ଼ିବ। ବୃଷ: ସାମ୍ବାଦିକମାନେ  ଜନ ସମର୍ଥନ ପାଇ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ମତାନ୍ତର ଦୂର ହେବ। କୁକୁରକୁ ଖାଇବାକୁ ଦିଅନ୍ତୁ। ସିଂହ: ମାନ-ସମ୍ମାନ ମିଳିବ। ନୂତନ କାର୍ଯ୍ୟ କରିବାକୁ […]

rashi

rashi

Jyoshna Pradhan
  • Published: Saturday, 08 August 2020
  • Updated: 08 August 2020, 07:41 AM IST

Sports

Latest News

ମେଷ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତା ଦୂରେଇ ଯିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ ବଢ଼ିବ।

ବୃଷ: ସାମ୍ବାଦିକମାନେ  ଜନ ସମର୍ଥନ ପାଇ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ମତାନ୍ତର ଦୂର ହେବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ: ମାନ-ସମ୍ମାନ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ମନ ଖୁସି ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମିଠା କଥା କହି ଲୋକଙ୍କ ମନ ଜିତିବେ।

ତୁଳା: ଅଧିକ ପରିଶ୍ରମ କରିବେ। ମନ ବିଚଳିତ ରହିବ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

ବିଛା: ଯୋଜନା ମୁତବାକ କାମ କଲେ ସୁଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ।

ଧନୁ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ପେଟରେ  ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର:  ଶରୀର ସୁସ୍ଥ ରହିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ।

କୁମ୍ଭ: ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: କର୍ମକ୍ଷେତ୍ରରେ  ମାନସିକ ଏକାଗ୍ରତା ବଜାୟ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos