Advertisment

ଘରର ମେନ୍‌ ଗେଟ୍‌ ଭୁଲ୍‌ ଦିଗରେ ଥିଲେ, କରନ୍ତୁ ଏହି ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଘରର ମେନ୍‌ ଗେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାସ୍ତୁ ଅନୁସାରେ,ଘରର ମେନ୍‌ ଗେଟ୍‌ ଦକ୍ଷିଣ ଦିଗରେ ରହିବା ଉଚିତ୍‌। ଯଦି ଏହି ଦିଗରେ ଆପଣଙ୍କ ଘରର ମେନ୍‌ ଗେଟ୍‌ ନ ଥାଏ, ତେବେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ନକାରାତ୍ମକ ଶକ୍ତି ଆପଣଙ୍କ ଘରର ସୁଖଶାନ୍ତିକୁ ନଷ୍ଟ କରିଥାଏ। ତେବେ ଯଦି ଆପଣଙ୍କ ଘରର ମେନ୍‌ ଗେଟ୍‌ ଭୁଲ୍‌ ଦିଗରେ ରହିଛି, […]

ଘରର ମେନ୍‌ ଗେଟ୍‌ ଭୁଲ୍‌ ଦିଗରେ ଥିଲେ, କରନ୍ତୁ ଏହି ଉପାୟ

v

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଘରର ମେନ୍‌ ଗେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାସ୍ତୁ ଅନୁସାରେ,ଘରର ମେନ୍‌ ଗେଟ୍‌ ଦକ୍ଷିଣ ଦିଗରେ ରହିବା ଉଚିତ୍‌। ଯଦି ଏହି ଦିଗରେ ଆପଣଙ୍କ ଘରର ମେନ୍‌ ଗେଟ୍‌ ନ ଥାଏ, ତେବେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।

Advertisment

ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ନକାରାତ୍ମକ ଶକ୍ତି ଆପଣଙ୍କ ଘରର ସୁଖଶାନ୍ତିକୁ ନଷ୍ଟ କରିଥାଏ। ତେବେ ଯଦି ଆପଣଙ୍କ ଘରର ମେନ୍‌ ଗେଟ୍‌ ଭୁଲ୍‌ ଦିଗରେ ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ, ବାସ୍ତୁରେ ଏହାର ପ୍ରତିକାର ଓ ଉପାୟ କୁହାଯାଇଛି।

ବାସ୍ତୁ ଦୋଷ ଦୂର କରିବା ପାଇଁ ଘରର ମେନ୍‌ ଗେଟ୍‌ରେ ଚାରିଟି ଷ୍ଟିକ୍‌ ଥିବା ୱିନ୍‌ ଚାଇମ୍‌ ଲଗାନ୍ତୁ। ଏହାକୁ ଲଗାଇବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ, ଘରର ସଦସ୍ୟ ଘରେ ପ୍ରବେଶ କରିବା ସମୟରେ ଯେପରି ଏହାକୁ ଅତିକ୍ରମ କରିଯିବେ। ଏହା ଫଳରେ ଏଥିରୁ ବାହାରୁଥିବା ଶବ୍ଦ ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ରକ୍ଷା କରିଥାଏ।

Advertisment

ୱିନ୍‌ ଚାଇମ୍‌ରୁ ବାହାରୁଥିବା ଶବ୍ଦକୁ ଶୁଭ ବୋଲି କୁହାଯାଇଥାଏ। କୁହାଯାଏ ମେନ୍ ଗେଟ୍‌ରେ ଏହାକୁ ଲଗାଇବା ପରେ ଏଥିରୁ ବାହାରୁଥିବା ଶବ୍ଦ ଘରରୁ ସକାରାତ୍ମକ ଶକ୍ତି ପ୍ରବେଶ କରିବାରେ ସାହାଯ୍ୟ କରିଥାଏ।

ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେବା ସହିତ ସମସ୍ତେ ମିଳିମିଶି ରହିଥାନ୍ତି। ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ, ଘରେ ବାସ୍ତୁଦୋଷ ରହିଲେ, ଘରର ଛୁଆଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ସେମାନେ ଭଲରେ ପଢ଼ାଲେଖା କରିପାରି ନ ଥାନ୍ତି। ଏଥିପାଇଁ ପିଲାଙ୍କ ରୁମ୍‌ରେ ପାଞ୍ଚଟି ଷ୍ଟିକ୍‌ ଥିବା ୱିନ୍ ଚାଇମ୍‌ ଲଗାନ୍ତୁ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe