Advertisment

ଯୁଗ୍ମ ନା ଅଯୁଗ୍ମ ରଖିବେ ଘରର ଶିଡ଼ି ସଂଖ୍ୟା; ଜାଣି ରଖନ୍ତୁ ବାସ୍ତୁ ଟିପ୍ସ

ନିଜର ଖୁସି ସହ ନିଜ ପରିବାର ସଦସ୍ୟଙ୍କୁ ସମସ୍ତ ସୁଖ ସୁବିଧା ଯୋଗାଇ ଦେବାକୁ ସମସ୍ତଙ୍କ ଇଚ୍ଛା। ଏଥିନିମନ୍ତେ ଘରର ମୁଖିଆ ଦିନ ରାତି ପରିଶ୍ରମ କରିଥାନ୍ତି। ହେଲେ ଅଧିକାଂଶଙ୍କ କ୍ଷେତ୍ରରେ ଏହି ମନସ୍କାମନା ପୂର୍ଣ୍ଣ ହୋଇ ନ ଥାଏ। ଆର୍ଥିକ ସମସ୍ୟା ସହ ସ୍ୱାସ୍ଥ୍ୟଜନିତ ଜଟିଳତା ବି ବିଚଳିତ କରିଦିଏ। ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ହୁଏତ ଏପରି ସାମାନ୍ୟ କଥା ପ୍ରତି ଧ୍ୟାନ ଦେଲେ ସୁଧୁରିପାରେ ଆମ ଜୀବନ    । ଘରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଯୁଗ୍ମ ନା ଅଯୁଗ୍ମ ରଖିବେ ଘରର ଶିଡ଼ି ସଂଖ୍ୟା; ଜାଣି ରଖନ୍ତୁ ବାସ୍ତୁ ଟିପ୍ସ

starecase

ନିଜର ଖୁସି ସହ ନିଜ ପରିବାର ସଦସ୍ୟଙ୍କୁ ସମସ୍ତ ସୁଖ ସୁବିଧା ଯୋଗାଇ ଦେବାକୁ ସମସ୍ତଙ୍କ ଇଚ୍ଛା। ଏଥିନିମନ୍ତେ ଘରର ମୁଖିଆ ଦିନ ରାତି ପରିଶ୍ରମ କରିଥାନ୍ତି। ହେଲେ ଅଧିକାଂଶଙ୍କ କ୍ଷେତ୍ରରେ ଏହି ମନସ୍କାମନା ପୂର୍ଣ୍ଣ ହୋଇ ନ ଥାଏ। ଆର୍ଥିକ ସମସ୍ୟା ସହ ସ୍ୱାସ୍ଥ୍ୟଜନିତ ଜଟିଳତା ବି ବିଚଳିତ କରିଦିଏ। ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ହୁଏତ ଏପରି ସାମାନ୍ୟ କଥା ପ୍ରତି ଧ୍ୟାନ ଦେଲେ ସୁଧୁରିପାରେ ଆମ ଜୀବନ    ।

Advertisment

ଘରେ ଥିବା ଶିଡ଼ିକୁ ସାଧାରଣତଃ ପ୍ରଗତିର ପଥ ବୋଲି ବିବେଚନା କରାଯାଇଥାଏ। ହେଲେ ଉକ୍ତ ଶିଡ଼ିରେ ଥିବା କିଛି ବାସ୍ତୁ ଦୋଷ ନିମନ୍ତେ ଅଟକିପାରେ ଆପଣଙ୍କ ପ୍ରଗତି। ଆସନ୍ତୁ ଜାଣି ରଖିବା କ’ଣ ଏହି ଦୋଷ ଓ କ’ଣ ଏହାର ପ୍ରତିକାର।

-ବାସ୍ତୁ ଅନୁଯାୟୀ, ଘରର ଶିଡି କରିବା ନିମନ୍ତେ ଦକ୍ଷିଣ-ପଶ୍ଚିମ କୋଣକୁ ଚୟନ କରନ୍ତୁ। ନଚେତ ଉତ୍ତର-ପଶ୍ଚିମ କୋଣକୁ ଏଥିନିମନ୍ତେ ବାଛି ପାରନ୍ତି। ଏହାଦ୍ୱାରା ଘରର ସଦସ୍ୟଙ୍କ ଉନ୍ନତି ହୋଇଥାଏ।

Advertisment

-ଶିଡି ପ୍ରଗତିର ପ୍ରତିନିଧୀତ୍ୱ କରିଥାଏ। ତେଣୁ ସବୁବେଳେ ଏହାକୁ ଘଣ୍ଟା ବୁଲିବା ପରି କରିବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ଶିଡି ଆପଣଙ୍କୁ ଉନ୍ନତିର ଦ୍ୱାରଦେଶ ପର୍ଯ୍ୟନ୍ତ ନେଇ ଯାଇଥାଏ ବୋଲି ବିଶ୍ୱାସ ରହିଛି।

[caption id="attachment_694822" align="aligncenter" width="650"]starecase Representational Image[/caption]

-ଏହା ମନେ ରଖନ୍ତୁ ଯେ, ଶିଡି କେବେ ବି ଯୁଗ୍ମ ସଂଖ୍ୟା ବିଶିଷ୍ଟ କରନ୍ତୁ ନାହିଁ। ଏହା ସବୁବେଳେ ଅଯୁଗ୍ମ ରହିବା ଆବଶ୍ୟକ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତି ହୋଇଥାଏ।

-ଆପଣ ଯଦି ନିଜେ ଗ୍ରାଉଣ୍ଡ ଫ୍ଲୋରରେ ରହି ଉପର ମହଲାକୁ ଭଡ଼ାରେ ଦେଉଛନ୍ତି, ତେବେ ମୁଖ୍ୟ ଗେଟ୍‌ ନିକଟରେ କେବେ ବି ଶିଡି ରଖନ୍ତୁ ନାହିଁ । ବିଶ୍ୱାସ ଅଛି, ଶିଡିକୁ ଘରର ମୁଖ୍ୟ ଦ୍ୱାର ନିକଟରେ ରଖିଲେ ଉପର ମହଲରେ ରହୁଥିବା ବ୍ୟକ୍ତିଙ୍କ ଉନ୍ନତି ହୋଇଥାଏ। ହେଲେ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

-ଆପଣଙ୍କ ଶିଡି ତଳେ ଫାଙ୍କା ରହୁଥିବା ଜାଗାରେ କେବେ ବି ବାଥରୁମ୍‌ କିମ୍ବା ରୋଷେଇ ଘର ତିଆରି କରନ୍ତୁ ନାହିଁ। ଏପରିକି ଏହି ଫାଙ୍କା ଜାଗାରେ ଆକ୍ୟୁରିୟମ ମଧ୍ୟ ରଖନ୍ତୁ ନାହିଁ।

-ଆପଣଙ୍କ ଶିଡିରେ ଯଦି କେବେ କିଛି ସମସ୍ୟା ଦେଖାଦିଏ ତେବେ ଏହାକୁ ଭାଙ୍ଗିବା ପରିବର୍ତ୍ତେ ଏହା ତଳେ ଏକ ପିରାମିଡ଼ ରଖନ୍ତୁ। ଏପରି କରିବା ଦ୍ୱାରା ଶିଡିର ବାସ୍ତୁ ଦୋଷ ଦୂର ହୋଇଯାଇଥାଏ।