ନିଜର ଖୁସି ସହ ନିଜ ପରିବାର ସଦସ୍ୟଙ୍କୁ ସମସ୍ତ ସୁଖ ସୁବିଧା ଯୋଗାଇ ଦେବାକୁ ସମସ୍ତଙ୍କ ଇଚ୍ଛା। ଏଥିନିମନ୍ତେ ଘରର ମୁଖିଆ ଦିନ ରାତି ପରିଶ୍ରମ କରିଥାନ୍ତି। ହେଲେ ଅଧିକାଂଶଙ୍କ କ୍ଷେତ୍ରରେ ଏହି ମନସ୍କାମନା ପୂର୍ଣ୍ଣ ହୋଇ ନ ଥାଏ। ଆର୍ଥିକ ସମସ୍ୟା ସହ ସ୍ୱାସ୍ଥ୍ୟଜନିତ ଜଟିଳତା ବି ବିଚଳିତ କରିଦିଏ। ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ହୁଏତ ଏପରି ସାମାନ୍ୟ କଥା ପ୍ରତି ଧ୍ୟାନ ଦେଲେ ସୁଧୁରିପାରେ ଆମ ଜୀବନ ।
ଘରେ ଥିବା ଶିଡ଼ିକୁ ସାଧାରଣତଃ ପ୍ରଗତିର ପଥ ବୋଲି ବିବେଚନା କରାଯାଇଥାଏ। ହେଲେ ଉକ୍ତ ଶିଡ଼ିରେ ଥିବା କିଛି ବାସ୍ତୁ ଦୋଷ ନିମନ୍ତେ ଅଟକିପାରେ ଆପଣଙ୍କ ପ୍ରଗତି। ଆସନ୍ତୁ ଜାଣି ରଖିବା କ’ଣ ଏହି ଦୋଷ ଓ କ’ଣ ଏହାର ପ୍ରତିକାର।
-ବାସ୍ତୁ ଅନୁଯାୟୀ, ଘରର ଶିଡି କରିବା ନିମନ୍ତେ ଦକ୍ଷିଣ-ପଶ୍ଚିମ କୋଣକୁ ଚୟନ କରନ୍ତୁ। ନଚେତ ଉତ୍ତର-ପଶ୍ଚିମ କୋଣକୁ ଏଥିନିମନ୍ତେ ବାଛି ପାରନ୍ତି। ଏହାଦ୍ୱାରା ଘରର ସଦସ୍ୟଙ୍କ ଉନ୍ନତି ହୋଇଥାଏ।
-ଶିଡି ପ୍ରଗତିର ପ୍ରତିନିଧୀତ୍ୱ କରିଥାଏ। ତେଣୁ ସବୁବେଳେ ଏହାକୁ ଘଣ୍ଟା ବୁଲିବା ପରି କରିବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ଶିଡି ଆପଣଙ୍କୁ ଉନ୍ନତିର ଦ୍ୱାରଦେଶ ପର୍ଯ୍ୟନ୍ତ ନେଇ ଯାଇଥାଏ ବୋଲି ବିଶ୍ୱାସ ରହିଛି।
[caption id="attachment_694822" align="aligncenter" width="650"]
-ଏହା ମନେ ରଖନ୍ତୁ ଯେ, ଶିଡି କେବେ ବି ଯୁଗ୍ମ ସଂଖ୍ୟା ବିଶିଷ୍ଟ କରନ୍ତୁ ନାହିଁ। ଏହା ସବୁବେଳେ ଅଯୁଗ୍ମ ରହିବା ଆବଶ୍ୟକ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତି ହୋଇଥାଏ।
-ଆପଣ ଯଦି ନିଜେ ଗ୍ରାଉଣ୍ଡ ଫ୍ଲୋରରେ ରହି ଉପର ମହଲାକୁ ଭଡ଼ାରେ ଦେଉଛନ୍ତି, ତେବେ ମୁଖ୍ୟ ଗେଟ୍ ନିକଟରେ କେବେ ବି ଶିଡି ରଖନ୍ତୁ ନାହିଁ । ବିଶ୍ୱାସ ଅଛି, ଶିଡିକୁ ଘରର ମୁଖ୍ୟ ଦ୍ୱାର ନିକଟରେ ରଖିଲେ ଉପର ମହଲରେ ରହୁଥିବା ବ୍ୟକ୍ତିଙ୍କ ଉନ୍ନତି ହୋଇଥାଏ। ହେଲେ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
-ଆପଣଙ୍କ ଶିଡି ତଳେ ଫାଙ୍କା ରହୁଥିବା ଜାଗାରେ କେବେ ବି ବାଥରୁମ୍ କିମ୍ବା ରୋଷେଇ ଘର ତିଆରି କରନ୍ତୁ ନାହିଁ। ଏପରିକି ଏହି ଫାଙ୍କା ଜାଗାରେ ଆକ୍ୟୁରିୟମ ମଧ୍ୟ ରଖନ୍ତୁ ନାହିଁ।
- ଆପଣଙ୍କ ଶିଡିରେ ଯଦି କେବେ କିଛି ସମସ୍ୟା ଦେଖାଦିଏ ତେବେ ଏହାକୁ ଭାଙ୍ଗିବା ପରିବର୍ତ୍ତେ ଏହା ତଳେ ଏକ ପିରାମିଡ଼ ରଖନ୍ତୁ। ଏପରି କରିବା ଦ୍ୱାରା ଶିଡିର ବାସ୍ତୁ ଦୋଷ ଦୂର ହୋଇଯାଇଥାଏ।