Advertisment

ଘର ଉପରେ ରହିବ ମା’ ଲକ୍ଷ୍ମୀଙ୍କ କୃପା, ଯଦି ଏହି ଜିନିଷକୁ କହିଦେବେ ବାଏ ବାଏ

ଘର ସବୁବେଳେ ଧନଧାନ୍ୟରେ ପରିପୂର୍ଣ୍ଣ  ହୋଇଥାଉ  । ଘର ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି  ଲାଗି ରହିଥାଉ ବୋଲି ସମସ୍ତେ ମନେ ମନେ ଇଚ୍ଛା କରିଥାନ୍ତି। ଏଥିପାଇଁ ଯଥାସାଧ୍ୟ ଉଦ୍ୟମ ସହ ମା’ ଲକ୍ଷ୍ମୀଙ୍କ ଆରାଧାନା କରିବାକୁ ମଧ୍ୟ ଭୁଲି ନ ଥାନ୍ତି । ତଥାପି ବେଳେବେଳେ ଏପରି ସ୍ଥିତି ଉପୁଜେ ପାଖରେ ଅର୍ଥର ଘୋର ଅଭାବ ପଡ଼ିଯାଏ। ହେଲେ ଜାଣିଛନ୍ତି ଏହାର କାରଣ କ’ଣ ହୋଇପାରେ। ବେଳେବେଳେ ଆମେ ଅଜାଣତରେ ଘରେ ଏପରି କିଛି […]

ଅଦ୍ୟତନ ହୋଇଛି
ଘର ଉପରେ ରହିବ ମା’ ଲକ୍ଷ୍ମୀଙ୍କ କୃପା, ଯଦି ଏହି ଜିନିଷକୁ କହିଦେବେ ବାଏ ବାଏ

vastu tips

Advertisment

ଘର ସବୁବେଳେ ଧନଧାନ୍ୟରେ ପରିପୂର୍ଣ୍ଣ  ହୋଇଥାଉ  । ଘର ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି  ଲାଗି ରହିଥାଉ ବୋଲି ସମସ୍ତେ ମନେ ମନେ ଇଚ୍ଛା କରିଥାନ୍ତି। ଏଥିପାଇଁ ଯଥାସାଧ୍ୟ ଉଦ୍ୟମ ସହ ମା’ ଲକ୍ଷ୍ମୀଙ୍କ ଆରାଧାନା କରିବାକୁ ମଧ୍ୟ ଭୁଲି ନ ଥାନ୍ତି । ତଥାପି ବେଳେବେଳେ ଏପରି ସ୍ଥିତି ଉପୁଜେ ପାଖରେ ଅର୍ଥର ଘୋର ଅଭାବ ପଡ଼ିଯାଏ। ହେଲେ ଜାଣିଛନ୍ତି ଏହାର କାରଣ କ’ଣ ହୋଇପାରେ। ବେଳେବେଳେ ଆମେ ଅଜାଣତରେ ଘରେ ଏପରି କିଛି ଅଶୁଭ ଜିନିଷ ରଖିଥାଉ, ଯାହାଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ଆଜି ଜାଣିବା ଘରେ ରଖିଥିବା କେଉଁ ଜିନିଷକୁ ବାହାର ରାସ୍ତା ଦେଖାଇବା ସହ ବାଏ ବାଏ କଲେ ଆମ ଘର ସୁଖ ସମୃଦ୍ଧିରେ ହସି ଉଠିବ । -ଘରେ ବନ୍ଦ ହୋଇଯାଇଥିବା ଘଣ୍ଟାର କୌଣସି ସ୍ଥାନ ନାହିଁ। ଘରର କାନ୍ଥ କିମ୍ବା ହାତରେ ବି ତାହାକୁ ପିନ୍ଧିବା କଥା ନୁହେଁ।

Advertisment

ଘଣ୍ଟାକୁ ସୁଖ, ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ। ହେଲେ ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା କିମ୍ବା ଭାଙ୍ଗି ଯାଇଥିବା ଘଣ୍ଟା ଅଛି, ତେବେ ତୁରନ୍ତ ତାହାକୁ  ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ। ବେଳେବେଳେ ଘର କାନ୍ଥରେ ଝୁଲୁଥିବା କାନ୍ଥ ଘଣ୍ଟାଟି ଖରାପ ହୋଇ ଯାଇଥିବା ସତ୍ତ୍ୱେ ତା’ ଉପରକୁ କାହା ନଜର ଯାଇ ନ ଥାଏ। ହେଲେ ଜାଣି ରଖନ୍ତୁ, ବନ୍ଦ ହୋଇଯାଇଥିବା ଘଣ୍ଟାର ଘରେ କୌଣସି ସ୍ଥାନ ନାହିଁ। ଘରର କାନ୍ଥରେ ତାହାକୁ ଲଗାଇବା ଉଚିତ ନୁହେଁ, ଏପରିକି ହାତ ଘଣ୍ଟାରେ ଏପରି ସମସ୍ୟା ଦେଖାଦେଲେ ଠିକ୍‌ ନ କରିବା ପର୍ଯ୍ୟନ୍ତ ତାହାକୁ ପିନ୍ଧନ୍ତୁ ନାହିଁ। ତୁରନ୍ତ ତାହାକୁ  ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ।

ଘରେ କେବେ ବି ଭଗବାନଙ୍କ ଭଙ୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ। ଏପରି ମୂର୍ତ୍ତି ଘରକୁ ଦୁର୍ଭାଗ୍ୟକୁ ଡାକି ଆଣିଥାଏ। ତେଣୁ ଘରେ ଭଗ୍ନ ଅବସ୍ଥାରେ ଥିବା ମୂର୍ତ୍ତିକୁ ତୁରନ୍ତ ବିସର୍ଜନ କରି ତାହା ସ୍ଥାନରେ ନୂଆ ମୂର୍ତ୍ତି ସ୍ଥାପିତ କରନ୍ତୁ।

Advertisment

ଘରେ କେବେ ବି ଭଙ୍ଗା କାଠ ଜିନିଷ ରଖନ୍ତୁ ନାହିଁ। ତୁରନ୍ତ ଏହାକୁ କବାଡିବାଲାକୁ ବିକ୍ରି କରି ଦିଅନ୍ତୁ। ଘରେ କେବେ ବି ଭାଙ୍ଗି ଯାଇଥିବା ଚେୟାର, ଟେବୁଲ ପରି ଜିନିଷ ରଖନ୍ତୁ ନାହିଁ। ଆପଣଙ୍କ ଭାଗ୍ୟ ଉପରେ ଏହାର ନକରାତ୍କମ ପ୍ରଭାବ ପଡ଼ିପାରେ।

ଭାଙ୍ଗି ଯାଇଥିବା କାଚ ସାମଗ୍ରୀ ପାଇଁ ବି ଘରେ କୌଣସି ସ୍ଥାନ ରଖନ୍ତୁ ନାହିଁ। ଘରେ ଥିବା ମିରର୍‌, ଝରକା କାଚ  କିମ୍ବା କାଚ ବଲ୍ ଭାଙ୍ଗି ଯାଇଥିଲେ ତାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ। ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ରୋଷେଇ ଘରେ କେବେ କି ଭାଙ୍ଗି ଯାଇଥିବା କିମ୍ବା ଚାପି ହୋଇ ଆକାର ପରିବର୍ତ୍ତନ ହୋଇ ଯାଇଥିବା ବାସନ ରଖନ୍ତୁ ନାହିଁ। ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ।  ତେଣୁ ତୁରନ୍ତ ଏହାକୁ ଘରୁ ବାହାର କରି ନୂଆ ବାସନ ରଖନ୍ତୁ ।

ଏପରିକି ଘରେ ଥିବା ଛିଣ୍ଡା ତଥା ପୁରୁଣା ଚପଲକୁ ବି ବାହାର ରାସ୍ତା ଦେଖାଇ ଦିଅନ୍ତୁ। ଏହା ଘରକୁ ଦୁର୍ଭାଗ୍ୟ ଡାକି ଆଣି ଦେଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe