Advertisment

ମନି ପ୍ଲାଣ୍ଟ ଗଛ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ, କିପରି ପାଇବେ ସୁଫଳ

ଯେଉଁ ଘରେ ମନି ପ୍ଲାଣ୍ଟ ଲଗାଯାଇଥାଏ, ସେହି ଘରେ ଅର୍ଥର ଅଭାବ ରୁହେନି । ଏହି ଗଛକୁ ଘରେ ଲଗାଇବା ଦ୍ୱାରା ପାରିବାରିକ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯାଏ ବୋଲି  ବିଶ୍ୱାସ ରହିଛି। କିନ୍ତୁ ଏହି ଗଛ ଠିକ୍  ଫଳ ସେତେବେଳେ ଦେଇଥାଏ ଯେତେବେଳେ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଇଥାଏ।  ନଚେତ ଏହା ଆପଣଙ୍କୁ ଧନୀ ପରିବର୍ତ୍ତେ ଗରିବ କରିବାର ବି ଆଶଙ୍କା ରହିଛି। ଘରେ ଯେପରି କେବେ ଟଙ୍କାର ଅଭାବ ପରିଲକ୍ଷିତ ନ […]

ମନି ପ୍ଲାଣ୍ଟ ଗଛ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ, କିପରି ପାଇବେ ସୁଫଳ

moneyplant

Advertisment

ଯେଉଁ ଘରେ ମନି ପ୍ଲାଣ୍ଟ ଲଗାଯାଇଥାଏ, ସେହି ଘରେ ଅର୍ଥର ଅଭାବ ରୁହେନି । ଏହି ଗଛକୁ ଘରେ ଲଗାଇବା ଦ୍ୱାରା ପାରିବାରିକ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯାଏ ବୋଲି  ବିଶ୍ୱାସ ରହିଛି। କିନ୍ତୁ ଏହି ଗଛ ଠିକ୍  ଫଳ ସେତେବେଳେ ଦେଇଥାଏ ଯେତେବେଳେ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଇଥାଏ।  ନଚେତ ଏହା ଆପଣଙ୍କୁ ଧନୀ ପରିବର୍ତ୍ତେ ଗରିବ କରିବାର ବି ଆଶଙ୍କା ରହିଛି।

Advertisment

ଘରେ ଯେପରି କେବେ ଟଙ୍କାର ଅଭାବ ପରିଲକ୍ଷିତ ନ ହେବ,  ସେହି ଆଶାରେ ଲୋକେ ଘରେ ମନିପ୍ଲାଣ୍ଟ ଲଗାଇଥାନ୍ତି । କିନ୍ତୁ ଯଦି ଏହି ଗଛ ଲଗାଇବା ଦ୍ୱାରା ଆପଣଙ୍କ ଘରେ ଉନ୍ନତି ନୁହେଁ ଅବନତି ପରିଲକ୍ଷିତ ନୁହେଁ, ସବୁବେଳେ ଧନସମ୍ପତ୍ତିରେ ଭରପୂର ରହୁଥିବା ଘରେ ଟଙ୍କାର ଅଭାବ ଅନୁଭୂତ ହୁଏ, ତେବେ ଆପଣ ଜାଣି ରଖନ୍ତୁ ଆପଣ ମନିପ୍ଲାଣ୍ଟ ଲଗାଇବାରେ ଠିକ୍‌ ଭାବେ ବାସ୍ତୁଶାସ୍ତକୁ ପାଳନ କରି ନାହାନ୍ତି।   ତେଣୁ ଜାଣି ରଖନ୍ତୁ, କିପରି ଏହି ଗଛ ଲଗାଇବେ ଯାହାକୁ ଆପଣଙ୍କ ଆଶା ମୁତାବକ ଫଳ ଦେବ ।

୧-   ଘରର ସୁଖ ଏବଂ ସମୃଦ୍ଧି ବଜାୟ ରହୁ ବୋଲି ଚାହୁଁଥିଲେ ଘରର ଉତ୍ତର-ପୂର୍ବ ଦିଗରେ କଦାପି ଏହି ଗଛ ଲଗାନ୍ତୁ ନାହିଁ ।  କୁହାଯାଏ ଯଦି ଆପଣ ଏହି ଦିଗରେ ଏକ ମନି ପ୍ଲାଣ୍ଟ ଲଗାନ୍ତି ତେବେ ଆପଣ ରୁଣଗ୍ରସ୍ତ ହେବେ।

Advertisment

୨-  ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ ।

୩-  ମନି ପ୍ଲାଣ୍ଟ କୁଣ୍ଡକୁ ସିଧାସଳଖ ଭୂମିରେ ରଖିବା ଉଚିତ୍ ନୁହେଁ, ତଳେ ଆପଣ ଏକ ଷ୍ଟାଣ୍ଡ୍ କିମ୍ବା ଟେବୁଲ୍ ରଖିବା ଉଚିତ୍ ।

୪-  ମନିପ୍ଲାଣ୍ଟର ଓହଳକୁ ଭୂମିରେ ବିଛାଇ ହେବାକୁ ଦିଅନ୍ତୁ ନାହିଁ, ଏକ ଦଉଡି କିମ୍ବା କାଠ ସାହାଯ୍ୟରେ ଏହାକୁ  ଉପର ଦିଗରେ ନିଅନ୍ତୁ ।

୫- ଏହି ଗଛରେ ପାଣିଦେଇ ସବୁବେଳେ ଏହାର  ଯତ୍ନ ନିଅନ୍ତୁ, ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ |

୬- ଯଦି ଆପଣଙ୍କର ମନି ପ୍ଲାଣ୍ଟ ଶୁଖିଯାଉଛି ତେବେ ଏହା ଦୁର୍ଭାଗ୍ୟର ସଙ୍କେତ ଅଟେ |

୭-  ମନି ପ୍ଲାଣ୍ଟର ଶୁଖିଲା ପତ୍ରକୁ ତୁରନ୍ତ ବାହାର କରନ୍ତୁ ।

୮-  ଉପହାର ସ୍ୱରୂପ କାହାକୁ ଏହି ଗଛ ଦିଅନ୍ତୁ ନାହିଁ ।

୯- ବାସ୍ତୁଶାସ୍ତ୍ର ଅନୁଯାୟୀ ମନି ପ୍ଲାଣ୍ଟକୁ ଉପହାର ଦେବା ଦ୍ୱାରା ଶୁକ୍ର ଗ୍ରହ ବିରକ୍ତ ହୋଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe