/odisha-reporter/media/post_attachments/uploads/2018/09/2-3.jpg)
2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଆମ ହାତ ପାପୁଲିରେ ଶଙ୍ଖ, ଛକି, ତ୍ରିଶୁଳ ଓ ତ୍ରିଭୂଜ ପରି କିଛି ରେଖା ଦେଖିବାକୁ ମିଳିଥାଏ। ଏପରି ରେଖାର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହସ୍ତରେଖା ଜ୍ୟୋତିଷଙ୍କ ଅନୁସାରେ, ହାତ ପାପୁଲିରେ ଥିବା ଏହିସବୁ ରେଖା ବ୍ୟକ୍ତିଙ୍କ ଭବିଷ୍ୟତ ଓ ସ୍ୱଭାବ ସମ୍ପର୍କରେ ସୂଚନା ଦେଇଥାଏ।
Advertisment
ତେବେ କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ରେଖା ଇଂରାଜୀ ଅକ୍ଷର M ପରି ଦେଖାଯାଉଥିଲେ, ଏହା ଏକ ଶୁଭ ଚିହ୍ନ ବୋଲି କୁହାଯାଇଥାଏ।
ଆଜି ଆସନ୍ତୁ, M ଭଳି ଦିଶୁଥିବା ହସ୍ତରେଖାର ମହତ୍ତ୍ୱ ସମ୍ପର୍କରେ ଜାଣିବା।
- ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ M ଚିହ୍ନ ପରି ରେଖା ଦେଖାଯାଇଥାଏ, ସେହି ବ୍ୟକ୍ତିମାନେ ଭବିଷ୍ୟତର ଘଟଣା ସମ୍ପର୍କରେ ପୂର୍ବରୁ ଜାଣିପାରନ୍ତି। ତେଣୁ ସେହି ବ୍ୟକ୍ତି ପୂର୍ବାନୁମାନ ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି ରଖିଥାନ୍ତି। ଏହି କାରଣରୁ ସେମାନେ କାର୍ଯ୍ୟରେ ସଫଳତା ପାଇବାର ଆଶା ଅଧିକ ଥାଏ।
- ଯଦି କୌଣସି ବ୍ୟକ୍ତିଙ୍କ ହାତର ରେଖା, ହୃଦୟ ରେଖା ଓ ମସ୍ତିଷ୍କ ରେଖା M ଅକ୍ଷର ଭଳି ଦିଶୁଥାଏ, ତେବେ ସେହି ବ୍ୟକ୍ତି ଜଣେ ଭଲ ଲିଡର୍ ହୁଅନ୍ତି। ଏହିଭଳି ବ୍ୟକ୍ତିଙ୍କର ନେତୃତ୍ୱ ନେବାର କ୍ଷମତା ଅଧିକ ରହିଥାଏ।
- ସେହିପରି M ଅକ୍ଷର ପରି ହସ୍ତରେଖା ଥିବା ବ୍ୟକ୍ତିଙ୍କର କଳ୍ପନା ଶକ୍ତି ଅଧିକ ଥାଏ। ଏହି ବ୍ୟକ୍ତିମାନେ ବିଶ୍ୱପ୍ରସିଦ୍ଧ ଚିତ୍ରକର, ଲେଖକ ଓ ସାହିତ୍ୟିକ ହୋଇଥା’ନ୍ତି। ଏପରି ଲୋକଙ୍କ ଆର୍ଥିକ ସ୍ଥିତି ଭଲ ମଧ୍ୟ ରହିଥାଏ। ଏମାନେ ଯେଉଁ କାମରେ ହାତ ଦିଅନ୍ତି, ସଫଳତା ନିଶ୍ଚୟ ମିଳିଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
