ହାତ ପାପୁଲିରେ ଏହିଭଳି ରେଖା ଥିବା ବ୍ୟକ୍ତି ଖୁବ୍ ଭାଗ୍ୟଶାଳୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଆମ ହାତ ପାପୁଲିରେ ଶଙ୍ଖ, ଛକି, ତ୍ରିଶୁଳ ଓ ତ୍ରିଭୂଜ ପରି କିଛି ରେଖା ଦେଖିବାକୁ ମିଳିଥାଏ। ଏପରି ରେଖାର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହସ୍ତରେଖା ଜ୍ୟୋତିଷଙ୍କ ଅନୁସାରେ, ହାତ ପାପୁଲିରେ ଥିବା ଏହିସବୁ ରେଖା ବ୍ୟକ୍ତିଙ୍କ ଭବିଷ୍ୟତ ଓ ସ୍ୱଭାବ ସମ୍ପର୍କରେ ସୂଚନା ଦେଇଥାଏ। ତେବେ କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ରେଖା ଇଂରାଜୀ ଅକ୍ଷର M ପରି ଦେଖାଯାଉଥିଲେ, ଏହା ଏକ ଶୁଭ ଚିହ୍ନ ବୋଲି […]

2

Premananda Dash
  • Published: Thursday, 06 September 2018
  • , Updated: 06 September 2018, 01:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଆମ ହାତ ପାପୁଲିରେ ଶଙ୍ଖ, ଛକି, ତ୍ରିଶୁଳ ଓ ତ୍ରିଭୂଜ ପରି କିଛି ରେଖା ଦେଖିବାକୁ ମିଳିଥାଏ। ଏପରି ରେଖାର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହସ୍ତରେଖା ଜ୍ୟୋତିଷଙ୍କ ଅନୁସାରେ, ହାତ ପାପୁଲିରେ ଥିବା ଏହିସବୁ ରେଖା ବ୍ୟକ୍ତିଙ୍କ ଭବିଷ୍ୟତ ଓ ସ୍ୱଭାବ ସମ୍ପର୍କରେ ସୂଚନା ଦେଇଥାଏ।

ତେବେ କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ରେଖା ଇଂରାଜୀ ଅକ୍ଷର M ପରି ଦେଖାଯାଉଥିଲେ, ଏହା ଏକ ଶୁଭ ଚିହ୍ନ ବୋଲି କୁହାଯାଇଥାଏ।

ଆଜି ଆସନ୍ତୁ, M ଭଳି ଦିଶୁଥିବା ହସ୍ତରେଖାର ମହତ୍ତ୍ୱ ସମ୍ପର୍କରେ ଜାଣିବା।

  • ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ M ଚିହ୍ନ ପରି ରେଖା ଦେଖାଯାଇଥାଏ, ସେହି ବ୍ୟକ୍ତିମାନେ ଭବିଷ୍ୟତର ଘଟଣା ସମ୍ପର୍କରେ ପୂର୍ବରୁ ଜାଣିପାରନ୍ତି। ତେଣୁ ସେହି ବ୍ୟକ୍ତି ପୂର୍ବାନୁମାନ ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି ରଖିଥାନ୍ତି। ଏହି କାରଣରୁ ସେମାନେ କାର୍ଯ୍ୟରେ ସଫଳତା ପାଇବାର ଆଶା ଅଧିକ ଥାଏ।
  • ଯଦି କୌଣସି ବ୍ୟକ୍ତିଙ୍କ ହାତର ରେଖା, ହୃଦୟ ରେଖା ଓ ମସ୍ତିଷ୍କ ରେଖା M ଅକ୍ଷର ଭଳି ଦିଶୁଥାଏ, ତେବେ ସେହି ବ୍ୟକ୍ତି ଜଣେ ଭଲ ଲିଡର୍‌ ହୁଅନ୍ତି। ଏହିଭଳି ବ୍ୟକ୍ତିଙ୍କର ନେତୃତ୍ୱ ନେବାର କ୍ଷମତା ଅଧିକ ରହିଥାଏ।
  • ସେହିପରି M ଅକ୍ଷର ପରି ହସ୍ତରେଖା ଥିବା ବ୍ୟକ୍ତିଙ୍କର କଳ୍ପନା ଶକ୍ତି ଅଧିକ ଥାଏ। ଏହି ବ୍ୟକ୍ତିମାନେ ବିଶ୍ୱପ୍ରସିଦ୍ଧ ଚିତ୍ରକର, ଲେଖକ ଓ ସାହିତ୍ୟିକ ହୋଇଥା’ନ୍ତି। ଏପରି ଲୋକଙ୍କ ଆର୍ଥିକ ସ୍ଥିତି ଭଲ ମଧ୍ୟ ରହିଥାଏ। ଏମାନେ ଯେଉଁ କାମରେ ହାତ ଦିଅନ୍ତି, ସଫଳତା ନିଶ୍ଚୟ ମିଳିଥାଏ।

Related story