Advertisment

ମାଗଣାରେ ବି କାହାଠୁ ନିଅନ୍ତୁ ନାହିଁ ଏସବୁ ଜିନିଷ; ଭୋଗିବେ ସାଂଘାତିକ ସମସ୍ୟା

ସାଧାରଣତଃ ମାଗଣାରେ ମିଳୁଥିବା ଜିନିଷ ସମସ୍ତଙ୍କୁ ଭଲ ଲାଗିଥାଏ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ମାଗଣାରେ ଦାନ ଦେବା ଓ ଦାନ ନେବା ଭାରି ପଡ଼ିପାରେ।

ଅଦ୍ୟତନ ହୋଇଛି
Donate

Donate

Advertisment

 ସାଧାରଣତଃ ମାଗଣାରେ ମିଳୁଥିବା ଜିନିଷ ସମସ୍ତଙ୍କୁ ଭଲ ଲାଗିଥାଏ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ମାଗଣାରେ ଦାନ ଦେବା ଓ ଦାନ ନେବା ଭାରି ପଡ଼ିପାରେ। ସାମାନ୍ୟ ଜିନିଷ ପାଇଁ ବିଭିନ୍ନ ସମସ୍ୟା ପିଛା ନ ଛାଡ଼ିବାର ନଜରି ବି ରହିଛି।

Advertisment

*ଘରେ ଥିବା ଭଙ୍ଗା ଜିନିଷ ସବୁବେଳେ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ। ତେଣୁ ଏସବୁକୁ ଦାନ କରିବା ଅର୍ଥ ଯେଉଁ ବ୍ୟକ୍ତି ଏହାକୁ ଗ୍ରହଣ କରୁଛି ତାକୁ ନକରାତ୍ମକ ଉର୍ଜା ହସ୍ତାନ୍ତର କରିବା ତେଣୁ ଏଥିରୁ ଦୂରେଇ ରୁହନ୍ତୁ।

*ମାଗଣାରେ ଲୁଣ ପ୍ରଦାନ କରିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଲୁଣ ଗ୍ରହଣ କରୁଥିବା ବ୍ୟକ୍ତି ସର୍ବଦା ଋଣୀ ହୋଇ ରହୁଥିବା ବିଶ୍ୱାସ କରାଯାଏ । ତେଣୁ କାହାକୁ ମାଗଣାରେ ଲୁଣ ଦିଅନ୍ତୁ ନାହିଁ କି କାହାଠୁ ଗ୍ରହଣ କରନ୍ତୁ ନାହିଁ। ତେଣୁ ଆବଶ୍ୟକ ସ୍ଥଳରେ ଲୁଣ ଆଣିଲେ କିଛି ନ ହେଲେ ଟଙ୍କାଟେ ଦେଇ ଦିଅନ୍ତୁ ।

Advertisment

*ନିଜ ବ୍ୟବହୃତ ଚପଲକୁ ବି କାହାକୁ ଦାନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ସୌଭାଗ୍ୟ ଅନ୍ୟ ପାଖକୁ ଚାଲିଯିବା ବିଶ୍ୱାସ କରାଯାଏ ।

*ଧାରୁଆ ଅସ୍ତ୍ର ଯେପରି ଛୁରୀ, କଇଁଚିକୁ ବି କାହାକୁ ଦାନ କରାଯିବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି।

*ରୁମାଲରେ ସାଧାରଣତଃ ଆମେ ମୁହଁ ଓ କପାଳ ପୋଛି ଥାଉ । କପାଳରେ ଜଣଙ୍କ ଭାଗ୍ୟ ଥିବା ବେଳେ ରୁମାଲ କାହାକୁ ଦାନ କରିବା ଅର୍ଥ ଆମେ ଆମ ଭାଗ୍ୟ ଆଉ କାହାକୁ ଦାନ କରିଦେବା। ତେଣୁ କେବେ ବି ନିଜ ରୁମାଲ ଆଉ କାହାକୁ ଦାନ କରନ୍ତୁ ନାହିଁ।

*ସେହିପରି ଦିଆସିଲି ଦାନକୁ ବି ବାରଣ କରାଯାଇଛି। କାରଣ ଦିଆସିଲିର କାମ ନିଆଁ ଲଗାଇବା। କାହାକୁ ମାଗଣାରେ ଦିଆସିଲ ଦେବା ଅର୍ଥ ଉକ୍ତ ଘରେ କଳହ ସହ ଅଶାନ୍ତି ସୃଷ୍ଟି କରିବା ।

*ଆକ୍ୱାରିୟମରେ ରହିଥିବା ମାଛକୁ ମଣିଷର ଭାଗ୍ୟ ସହ ତୁଳନା କରାଯାଏ । ଏହାକୁ ଅନ୍ୟକୁ ଦାନ କରିଦେବା ଅର୍ଥ ନିଜ ସୁକର୍ମ ଓ ସୌଭାଗ୍ୟ ଅନ୍ୟକୁ ଦାନ କରିବା । ଏପରି ଦାନ କରିଥିବା ବ୍ୟକ୍ତି ଆର୍ଥିକ ଦୁର୍ଗତି ଦେଇ ଗତି କରନ୍ତି ବୋଲି ବିଶ୍ୱାସ ରହିଛି।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe