Advertisment

ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ

ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।

Bastu

Bastu

Advertisment

ଅନେକ ପିଲା ଅଛନ୍ତି ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ସବୁବେଳେ ଖେଳକୁଦରେ ମାତିଥାନ୍ତି। ପାଠ ପଢ଼ିବା ପାଇଁ କହିଲେ ବିଭିନ୍ନ ବାହାନା କରିଥାନ୍ତି। ଏଥିପାଇଁ ବାପାମା’ ସବୁବେଳେ ଚିନ୍ତିତ ରହିଥାନ୍ତି।  ଆପଣ ଜାଣିଛନ୍ତି ଏମିତି କାହିଁକି ହୁଏ? ‌ଏହାର କାରଣ ହୋଇପାରେ ଆପଣଙ୍କ ଘରର କିଛି ବାସ୍ତୁ ଦୋଷ।

Advertisment

ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ। ଏହି ଜିନିଷଗୁଡ଼ିକୁ ପିଲାଙ୍କ ପଢ଼ା ଘରେ ରଖିଲେ ତାଙ୍କ ମନକୁ ଶାନ୍ତି ମିଳିବା ସହିତ ପାଠପଢ଼ାରେ ସବୁବେଳେ ମନ ଲାଗିରହିବ।

ସରସ୍ୱତୀ ମୂର୍ତ୍ତି: ପ୍ରାୟ ସମସ୍ତେ ଜାଣନ୍ତି ଦେବୀ ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ। ତେଣୁ ପିଲାଙ୍କ ପାଠ ପଢ଼ା ଘରେ ସରସ୍ୱତୀଙ୍କ ମୂର୍ତ୍ତି ରଖିଲେ ପିଲାଙ୍କୁ ମା’ଙ୍କର ଆର୍ଶୀବାଦ ମିଳିଥାଏ। ଫଳରେ ପିଲାର ପାଠ ଭଲ ହୋଇଥାଏ।ଘରେ ସରସ୍ୱତୀଙ୍କ ମୂର୍ତ୍ତି ନିକଟରେ ଯଦି ଆପଣ ବୀଣା ରଖୁଛନ୍ତି ତା’ହେଲେ ସୁଖ ଶାନ୍ତି ଲାଭ କରିବା ସହ ଆପଣଙ୍କ ଘରେ ପାଠ ପଢ଼ୁଥିବା ପିଲାଙ୍କ କ୍ୟାରିୟର ପାଇଁ ଏହା ବହୁତ ଭଲ ହେବ।

Advertisment

ହଂସର ଫଟୋ: ହଂସର ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ଵାର ମୁହଁରେ ରଖିଲେ  ଶୁଭ ହୋଇଥାଏ। କାରଣ ହଂସ ସରସ୍ଵତୀଙ୍କର ବାହନ ହୋଇଥିବାରୁ ବାସ୍ତୁ ଅନୁସାରେ ଏହା ଘର ପାଇଁ ଶୁଭ ଫଳ ଦେଇଥାଏ।

ମୟୂର ପୁଚ୍ଛ; ଘରେ ମୟୂର ପୁଚ୍ଛ ମଧ୍ୟ ରଖିଲେ ବହୁତ ଭଲ। କାରଣ ଏହା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦେଵନାହିଁ। ପିଲାଙ୍କ ମନ ଶାନ୍ତ ରହିବ।  ପିଲାମାନେ ପାଠ ପଢ଼ିବା ପାଇଁ ମନ ବଳାଇବେ। 

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe