Advertisment

ଷ୍ଟଡି ରୁମ୍‌ରେ କରୁଛନ୍ତି କି ଖିଆପିଆ, ଜାଣି ରଖନ୍ତୁ ଏହାର ସାଇଡ ଇଫେକ୍ଟ

ଷ୍ଟଡି ରୁମ୍‌ରେ କେବେ ବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଯଦି ଏହି ରୁମ୍‌ରେ ଖାଇବା-ପିଇବା କରୁଛନ୍ତି ତେବେ ଅଇଁଠା ବାସନ ଅଧିକ ସମୟ ପକାନ୍ତୁ ନାହିଁ।

Study Room

Study Room

Advertisment

ଘରର ପବିତ୍ରତା ବଜାୟ ରହିଲେ ମନ ପ୍ରଫୁଲ୍ଲ ରହିଥାଏ। ସତେଜତା ଅନୁଭବ ହୋଇଥାଏ ଓ ନୂଆ କାମ କରିବାକୁ ଯୋଶ ଆସିଥାଏ। ତେଣୁ ଘରେ ଯେପରି ନକରାତ୍ମକ ଉର୍ଜା ପ୍ରବେଶ ନ କରେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଘରର ବାତାବରଣ ସକରାତ୍ମକ ରହିଲେ ହିଁ ପିଲାଙ୍କ ମନ ପାଠପଢ଼ାରେ ଲାଗିଥାଏ। ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ପାଠପଢ଼ା ରୁମ୍‌ରେ କ’ଣ ରଖିବେ, କେଉଁ ଦିଗକୁ ମୁହଁ କରି ପାଠ ପଢ଼ିବେ।

Advertisment
  • ଷ୍ଟଡି ରୁମ୍‌ରେ କେବେ ବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଯଦି ଏହି ରୁମ୍‌ରେ ଖାଇବା-ପିଇବା କରୁଛନ୍ତି ତେବେ ଅଇଁଠା ବାସନ ଅଧିକ ସମୟ ପକାନ୍ତୁ ନାହିଁ। ଏହାକୁ ତୁରନ୍ତ ବାହାର କରି ଦିଅନ୍ତୁ। କାରଣ ଏହାଦ୍ୱାରା ପିଲାଙ୍କ ଏକାଗ୍ରତା ଭଙ୍ଗ ହୋଇଯିବ ।
  • ବିଦ୍ୟାର୍ଥୀମାନେ ଇଷାଣ କୋଣ ତରଫକୁ ମୁହଁ କରି ପଢ଼ନ୍ତୁ। ଏହି ଦିଗକୁ ମୁହଁ କରି ପାଠ ପଢ଼ିବା ସମ୍ଭବ ନ ହେଲେ ପୂର୍ବ କିମ୍ବା ପଶ୍ଚିମ ଦିଗ ତରଫକୁ ମୁହଁ କରି ପଢ଼ନ୍ତୁ। କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ପଢ଼ନ୍ତୁ ନାହିଁ।
  • ଷ୍ଟଡି ରୁମ୍‌ରେ ଉତ୍ତର-ପୂର୍ବ ଦିଗକୁ ଝରକା ହେବା ସବୁଠୁ ଭଲ । ଏହି ରୁମ୍‌ରେ ଷ୍ଟଡି ଟେବୁଲ ଉପରେ ଏକ ଛୋଟ ପିରାମିଡର କଳାକୃତି ରଖନ୍ତୁ। ଏହାଦ୍ୱାରା ପିଲାମାନେ ଏହି ରୁମ୍‌ରେ ଲମ୍ବା ସମୟ ପର୍ଯ୍ୟନ୍ତ ପଢ଼ି ପାରିବେ।
  • ପଢ଼ିବା ସମୟରେ ଆଖପାଖ ବାତାବରଣକୁ ଶୁଦ୍ଧ ଓ ସୁଗନ୍ଧିତ ରଖନ୍ତୁ। ରୁମ୍‌ରେ ଦୁର୍ଗନ୍ଧ ଯେପରି ନ ରୁହେ ତାହାର ବ୍ୟବସ୍ଥା କରନ୍ତୁ ।
  • ପଢ଼ା ଟେବୁଲ ଉପରେ କେବଳ ଆବଶ୍ୟକ ସାମଗ୍ରୀ ରଖନ୍ତୁ। ଅନାବଶ୍ୟକ ସାମଗ୍ରୀକୁ ତୁରନ୍ତ ସେଠାରୁ ହଟାଇ ଦିଅନ୍ତୁ। ନଚେତ ପାଠପଢ଼ା ସମୟରେ ମନ ବିଚଳିତ ହେବ ।
  • ବ୍ରହ୍ମ ମୁହୂର୍ତ୍ତ ପାଠପଢ଼ା ପାଇଁ ସବୁଠୁ ଉତ୍ତମ ସମୟ । ଭୋର ୪ଟା୩୦ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ପାଇଁ ସର୍ବୋତ୍ତମ ସମୟ। ଅଧିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠପଢ଼ିବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ ।
  • ଷ୍ଟଡି ରୁମ୍‌ରେ ପ୍ରଭୁ ଗଣେଶ, ମାତା ସରସ୍ୱତୀ ତଥା ନିଜ ପ୍ରିୟ ଦେବାଦେବୀଙ୍କ ଫଟୋ ଲଗାଇ ପାରିବେ। ଏଥିସହ ଆପଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଫଟୋକୁ ମଧ୍ୟ ଏହି ରୁମ୍‌ରେ ସ୍ଥାନିତ କରି ପାରିବେ।
Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe