ଓଡ଼ିଶାରିପୋର୍ଟର(ଭୁବନେଶ୍ୱର): ଆସୁଛି ଆଲୋକର ପର୍ବ ଦୀପାବଳି। ଭାରତର ପ୍ରାୟ ପ୍ରତି କୋଣରେ ଏହି ଉତ୍ସବ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ଅକ୍ଟୋବର ୨୭ ତାରିଖରେ ପାଳନ କରାଯିବ। ଦୀପାବଳିରେ ମା’ କାଳୀଙ୍କ ପୂଜା ସହ ମା’ ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଏ। କୁହାଯାଏ, ଏହି ପୂଜାରେ ପ୍ରସନ୍ନ ହୋଇ ମା’ ଲକ୍ଷ୍ମୀ ଯଦି ଆପଣଙ୍କ ଗୃହକୁ ପ୍ରବେଶ କରନ୍ତି, ତା’ହେଲେ ଆପଣଙ୍କ ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ତେବେ ଏଥିପାଇଁ ଆପଣଙ୍କୁ ପୂଜା ପୂର୍ବରୁ କିଛି ଉପାୟ ଆପଣାଇବାକୁ ପଡ଼ିବ। ଆସନ୍ତୁ ଜାଣିବା, ସେହି ଉପାୟଗୁଡ଼ିକ କ’ଣ?
୨) ଦୀପାବଳି ସନ୍ଧାରେ ଲକ୍ଷ୍ମୀଙ୍କ ପୂଜା ହେବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତିର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସମସ୍ତ ଦେବାଦେବୀଙ୍କୁ ଏହି ମିଶ୍ରଣକୁ ଟିକା ଭାବେ ଲଗାନ୍ତୁ। ଆପଣଙ୍କୁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ।
୪) ଚଳିତ ବର୍ଷ ରବିବାର ଦିନ ଦୀପାବଳି ପର୍ବ ପଡ଼ୁଛି। ତେଣୁ ଏହିଦିନ ଗରିବ ଲୋକଙ୍କୁ ଧଳା ରଙ୍ଗର ଜିନିଷ ପ୍ରଦାନ କରିବା ଉଚିତ୍। ଏମିତି କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।
୫) ଦୀପାବଳିରେ ଏକ ବରଗଛ ପତ୍ରକୁ ଆଣି ଭଳଭାବେ ଧୋଇ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ। ଏହାକୁ ମା’ ଲକ୍ଷ୍ମୀଙ୍କ ନିକଟରେ ପୂଜା କରି ଘରର ଆଲମାରୀରେ ରଖନ୍ତୁ। ତା’ହେଲେ ଘରେ କେବେ ହେଲେ ଅର୍ଥର ଅଭାବ ଦେଖାଦେବ ନାହିଁ।