୨୬ ଜାନୁଆରୀ, ମଙ୍ଗଳବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ବଳାଇବେ।କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ସୁସ୍ୱାଦୁ ଭୋଜନ କରିବେ।

ବୃଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁ ସହଯୋଗର ହାତ ବଢାଇବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ମିଥୁନ: ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ।

କର୍କଟ: ଘର ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ସନ୍ତାନମାନଙ୍କ ପାଇଁ ବାପା ମାଆ ଖୁସି ଅନୁଭବ କରିବେ।

ସିଂହ: ଅପରାହ୍ନରେ ଖୁସି ଖବର ପାଇବା ସହିତ ସୁସ୍ୱାଦୁ ଭୋଜନ କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତଶତ୍ରୁ କିଛି କ୍ଷତି କରିପାରନ୍ତି ତେଣୁ ଜଗିରଖି ଚଳନ୍ତୁ।

କନ୍ୟା: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ମିଡିଆ କ୍ଷେତ୍ରରେ  କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ପାରିବାରିକ କଳହ ଲାଗି ରହିବ ଏବଂ ଶରୀର ପୀଡା ଦେଖାଦେବ। ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ। ସୁମ୍ବାଦୁ ଭୋଜନ କରିବା ସୁଯୋଗ ମିଳିପାରେ।

ଧନୁ: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ। କର୍ମକ୍ଷେତ୍ରରେ  ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ବଢିବ।

କୁମ୍ଭ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ପରିବାରରେ ସମସ୍ତେ ଖୁସିରେ ରହିବେ।

ମୀନ: ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟ ପାଇଁ ଚିନ୍ତା କରିବେ ଏବଂ ବନ୍ଧୁଙ୍କ ସହଯୋଗ ଲୋଡିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।