୨୬ ଜାନୁଆରୀ, ମଙ୍ଗଳବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ବଳାଇବେ।କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ସୁସ୍ୱାଦୁ ଭୋଜନ କରିବେ। ବୃଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁ ସହଯୋଗର ହାତ ବଢାଇବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମିଥୁନ: ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କର୍କଟ: ଘର ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। […]

Daily Horoscope

Madhupriya Mistry
  • Published: Tuesday, 26 January 2021
  • , Updated: 26 January 2021, 10:50 AM IST

ମେଷ: ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ବଳାଇବେ।କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ସୁସ୍ୱାଦୁ ଭୋଜନ କରିବେ।

ବୃଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁ ସହଯୋଗର ହାତ ବଢାଇବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ମିଥୁନ: ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ।

କର୍କଟ: ଘର ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ସନ୍ତାନମାନଙ୍କ ପାଇଁ ବାପା ମାଆ ଖୁସି ଅନୁଭବ କରିବେ।

ସିଂହ: ଅପରାହ୍ନରେ ଖୁସି ଖବର ପାଇବା ସହିତ ସୁସ୍ୱାଦୁ ଭୋଜନ କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତଶତ୍ରୁ କିଛି କ୍ଷତି କରିପାରନ୍ତି ତେଣୁ ଜଗିରଖି ଚଳନ୍ତୁ।

କନ୍ୟା: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ମିଡିଆ କ୍ଷେତ୍ରରେ  କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ପାରିବାରିକ କଳହ ଲାଗି ରହିବ ଏବଂ ଶରୀର ପୀଡା ଦେଖାଦେବ। ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ। ସୁମ୍ବାଦୁ ଭୋଜନ କରିବା ସୁଯୋଗ ମିଳିପାରେ।

ଧନୁ: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ। କର୍ମକ୍ଷେତ୍ରରେ  ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ବଢିବ।

କୁମ୍ଭ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ପରିବାରରେ ସମସ୍ତେ ଖୁସିରେ ରହିବେ।

ମୀନ: ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟ ପାଇଁ ଚିନ୍ତା କରିବେ ଏବଂ ବନ୍ଧୁଙ୍କ ସହଯୋଗ ଲୋଡିବେ।

Related story