ଜାନୁଆରୀ ୧୦, ରବିବାର, କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି

ମେଷ: ଅନେକ ପ୍ରକାର ସମସ୍ୟା ଦେଖାଦେବା ସହିତ ଆର୍ଥିକ କ୍ଷୟକ୍ଷତି ହୋଇପାରେ।ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ଆଶଙ୍କା ରହିଛି। କାର୍ଯ୍ୟରେ ଅସଫଳ ଓ ବୃଥା ଭ୍ରମଣ ଜନିତ କଷ୍ଟ ଅନୁଭବ କରିପାରନ୍ତି। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ ବୃଷ: ପ୍ରତ୍ୟେକଟି ଦିଗରୁ ଶୁଭଫଳ ଲାଭ କରିବେ ଓ ମାନସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପ୍ରତିକାର- ସାତଟି ଚକୋଲେଟ୍ ସାତଜଣ […]

rashi5

Madhupriya Mistry
  • Published: Sunday, 10 January 2021
  • , Updated: 10 January 2021, 07:38 AM IST

ମେଷ: ଅନେକ ପ୍ରକାର ସମସ୍ୟା ଦେଖାଦେବା ସହିତ ଆର୍ଥିକ କ୍ଷୟକ୍ଷତି ହୋଇପାରେ।ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ଆଶଙ୍କା ରହିଛି। କାର୍ଯ୍ୟରେ ଅସଫଳ ଓ ବୃଥା ଭ୍ରମଣ ଜନିତ କଷ୍ଟ ଅନୁଭବ କରିପାରନ୍ତି।

ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବୃଷ: ପ୍ରତ୍ୟେକଟି ଦିଗରୁ ଶୁଭଫଳ ଲାଭ କରିବେ ଓ ମାନସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।

ପ୍ରତିକାର- ସାତଟି ଚକୋଲେଟ୍ ସାତଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ

ମିଥୁନ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟକଳାପ ପ୍ରଶଂସନୀୟ ହେବ। ଶତ୍ରୁମାନେ ପରାଜିତ ହେବେ ଯାହାଫଳରେ ମନ ଖୁସି ରହିବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଉନ୍ନତି ଦେଖାଦେବ।

ପ୍ରତିକାର- ୭ଟି ତୁଳସୀ ମଞ୍ଜରୀ ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ

କର୍କଟ: ନିଜର ଲୋକମାନେ ବିଶ୍ୱାସଘାତକତା କରିବେ ଯାହା ମନୋବଳକୁ ଦୁର୍ବଳ କରିଦେବ। ପ୍ରତ୍ୟେକଟି ଦିଗରେ ଅପମାନିତ ହେବେ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେନି।

ପ୍ରତିକାର- ୧୧ଟି ଛେନାମିଠା କୌଣସି ଦରିଦ୍ର ବ୍ୟକ୍ତିକୁ ଦାନ କରନ୍ତୁ

ସିଂହ: ଆଶା କରୁଥିବା ଦିଗରୁ ଲାଭବାନ୍ ହେବେ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ସହିତ କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇବେ।

ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

କନ୍ୟା: ନିଜର ପ୍ରତିଭା ବଳରେ ଜନସମାଜରେ ପ୍ରଶଂସିତ ହେବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବାଧାବିଘ୍ନ ସୃଷ୍ଟି କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ।

ପ୍ରତିକାର- ମା’ କାଳୀଙ୍କୁ ଦର୍ଶନ କରନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ

ତୁଳା: ପରିବାରରେ ଭୁଲ୍ ବୁଝାମଣା ଓ ଭାତ୍ରୁବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ପାଇବେ।

ପ୍ରତିକାର-  ଧଳାରଙ୍ଗର ପୋଷାକ ପରିଧାନ କରି ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବିଛା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ।

ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ଧନୁ: ପାରିବାରିକ ଜୀବନ ସୁଖପ୍ରଦ ହେବ ଓ ମନ ପ୍ରଫୁଲ ରହିବ। କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନନିବେଶ କରିବେ।

ପ୍ରତିକାର- କିଛି ହଳଦୀ ପାଣି କଦଳୀ ଗଛ ମୂଳରେ ଢାଳନ୍ତୁ

ମକର: ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ ନହେଲେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ସନ୍ତାନମାନଙ୍କର ବିଶୃଙ୍ଖଳିତ କାର୍ଯ୍ୟରେ ଦୁଃଖ ପାଇବେ।

ପ୍ରତିକାର- ଅଶ୍ୱତ୍ଥ ଗଛ ଚାରିପଟେ ୭ଥର ବୁଲନ୍ତୁ

କୁମ୍ଭ: ଗୃହକୁ କୌଣସି ସୌଖିନ୍ ପଦାର୍ଥ କିଣି ଆଣିବେ। କର୍ମକ୍ଷେତ୍ରରେ ଅର୍ଥ ଓ ମାନସମ୍ମାନ ପ୍ରାପ୍ତ ହେବ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ୍ ହେବେ।

ପ୍ରତିକାର- ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ମୀନ: ପାରିବାରିକ ଅଶାନ୍ତି, ଆର୍ଥିକ ଚିନ୍ତା ମନକୁ ବ୍ୟସ୍ତବିବ୍ରତ କରାଇବ। ଶରୀର ଅସୁସ୍ଥ ହୋଇପାରେ। କର୍ମକ୍ଷେତ୍ରରେ ଅସହଯୋଗ ଓ ଗୁପ୍ତଶତ୍ରୁଭୟ ଦେଖାଦେବ।

ପ୍ରତିକାର- ଗାଈକୁ ୩ଟି ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

Related story