Advertisment

ଜାଣନ୍ତୁ, ଘରେ କିପରି ପ୍ରବେଶ କରିବ ସକାରାତ୍ମକ ଶକ୍ତି

ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳୁଛି। ଘର, ବାହାରେ ସବୁଠି ଗୋଟିଏ ପ୍ରକାର ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି ଲୋକ। ପ୍ରତିଦିନ ଏପରି କିଛି କିଛି ଖବର ପାଉଛୁ, ଯାହା ଆମର ମନୋବଳକୁ ଦୋହଲାଇ ଦେଉଛି। ଏହାଦ୍ୱାରା ଘର ଭିତରେ ଏକ ପ୍ରକାର ନକାରାତ୍ମକ ଚିନ୍ତାଧାରା ପ୍ରବେଶ କରୁଛି। ଏପରି ସମୟରେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ନିହାତି ଜରୁରୀ। ଏହାଦ୍ୱାରା ଯେକୌଣସି ଅସୁବିଧା ସହ ଲଢ଼େଇ କରିବାକୁ ସାହସ ମିଳିଥାଏ। ପରିବାର […]

author-image
Niharika Rout
ଅଦ୍ୟତନ ହୋଇଛି
ଜାଣନ୍ତୁ, ଘରେ କିପରି ପ୍ରବେଶ କରିବ ସକାରାତ୍ମକ ଶକ୍ତି

main door

ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳୁଛି। ଘର, ବାହାରେ ସବୁଠି ଗୋଟିଏ ପ୍ରକାର ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି ଲୋକ। ପ୍ରତିଦିନ ଏପରି କିଛି କିଛି ଖବର ପାଉଛୁ, ଯାହା ଆମର ମନୋବଳକୁ ଦୋହଲାଇ ଦେଉଛି। ଏହାଦ୍ୱାରା ଘର ଭିତରେ ଏକ ପ୍ରକାର ନକାରାତ୍ମକ ଚିନ୍ତାଧାରା ପ୍ରବେଶ କରୁଛି। ଏପରି ସମୟରେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ନିହାତି ଜରୁରୀ। ଏହାଦ୍ୱାରା ଯେକୌଣସି ଅସୁବିଧା ସହ ଲଢ଼େଇ କରିବାକୁ ସାହସ ମିଳିଥାଏ। ପରିବାର ସମସ୍ୟଙ୍କୁ ଏପରି ସମସ୍ୟାରୁ ମୁକୁଳାଇବାକୁ ତଥା ସେମାନଙ୍କ ମନରେ ସକାରାତ୍ମକ ଶକ୍ତି ପ୍ରବେଶ କରାଇବାକୁ ଆମେ ବାସ୍ତୁଶାସ୍ତ୍ରର ସାହାଯ୍ୟ ନେଇପାରିବା।

Advertisment

ଆଜି ଆମେ ଜାଣିବା ଏପରି ଉପାୟ ଯାହାକୁ ଘରର ମୁଖ୍ୟ ଦ୍ୱାର ନିକଟରେ କରିବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

[caption id="attachment_643522" align="aligncenter" width="650"]main-door Representational Image[/caption]

Advertisment
  • ବାସ୍ତୁ ଅନୁଯାୟୀ, ଘରେ ସକାରାତ୍ମକ ଶକ୍ତି ମୁଖ୍ୟ ଦ୍ୱାର ଦେଇ ହିଁ ପ୍ରବେଶ  କରିଥାଏ। ସେଥିପାଇଁ ଏହି ସ୍ଥାନକୁ ସବୁବେଳେ ସଫାସୁତରା ରଖିବାକୁ ପ୍ରାଥମିକତା ଦେବା ଉଚିତ। ଘରର ମହିଳାମାନେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ପ୍ରଥମେ ମୁଖ୍ୟ ଦ୍ୱାର ପ୍ରବାଶ ପଥକୁ ଝାଡ଼ୁ କରି ସଫା କରିବା ଦରକାର। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ୱାସ ରହିଛି।
  • ପ୍ରତିଦିନ ଗାଧୋଇ ସାରିବା ପରେ ଭଗବାନଙ୍କ ନିକଟରେ ଧୂପ ଓ ଦୀପ ଦେବା ପରେ ଘରର ମୁଖ୍ୟ ଦ୍ୱାର ନିକଟରେ ସବୁଦିନ ହଳଦୀ ମିଶ୍ରିତ ପାଣି ଛିଞ୍ଚିବା ଦରକାର। ଏହାବ୍ୟତୀତ ମୁଖ୍ୟଦ୍ୱାରରେ ପ୍ରତିଦିନ କିଛି ସ୍ୱଚ୍ଛ ଜଳ ପକାଇ ତାହାକୁ ପରିଷ୍କାର କରିବା ଦରକାର। ଏହା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଓ  ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ଘରର ମୁଖ୍ୟ ପୁରୁଷ ପ୍ରତିଦିନ ନିଜ କାମକୁ ବାହାରିବା ପୂର୍ବରୁ ପୂଜାପାଠ କରିବା ପରେ ଘରର ମୁଖ୍ୟ ଦ୍ୱାରର ୨ ପାର୍ଶ୍ୱରେ ସ୍ୱସ୍ତିକ ଚିହ୍ନ କରିବା ଦରକାର। ଏହାପରେ ଉକ୍ତ ଚିହ୍ନ ନିକଟରେ ସବୁଦିନ ଧୂପ ମଧ୍ୟ ବୁଲାଇବା ଦରକାର। ଏପରି କରିବା ଦ୍ୱାରା ଘରକୁ ଖରାପ ନଜରରୁ ରକ୍ଷା କରାଯାଇ ପାରିବ। ଏଥିସହ ନକାରାତ୍ମକ ଶକ୍ତିର ନାଶ ହେବ।

[caption id="attachment_643524" align="aligncenter" width="650"]swastik symbol ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ[/caption]

  • ସନ୍ଧ୍ୟା ସମୟରେ ଘରର ମହିଳା ଠାକୁରଙ୍କ ନିକଟରେ ଦୀପ ଦେବା ପରେ ଗୋଟିଏ ଦୀପ ଘରର ମୁଖ୍ୟ ଦ୍ୱାର ନିକଟରେ ଦେବା ଜରୁରୀ। ବାସ୍ତୁ ଅନୁଯାୟୀ, ମୁଖ୍ୟ ଦ୍ୱାରକୁ ଆଲୋକିତ କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢ଼ିବା ସହ ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଥାଏ ଓ  ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ।

[caption id="attachment_643525" align="aligncenter" width="650"]diya ଘରର ମୁଖ୍ୟ ଦ୍ୱାର ନିକଟରେ ଦୀପ[/caption]

  • ସର୍ବଶେଷରେ ଘରର ମୁଖ୍ୟ ଦ୍ୱାରକୁ ଖୋଲିବା ଓ ବନ୍ଦ କରିବା ଦ୍ୱାରା ସେଥିରୁ ଯଦି କୌଣସି ଶବ୍ଦ ଆସୁଥାଏ, ତାହା ବହୁତ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଏହାର ସମାଧାନ କରନ୍ତୁ।
  • ଘରର ମୁଖ୍ୟ ଦ୍ୱାର ପାଶ୍ୱ ଅଞ୍ଚଳକୁ ସବୁବେଳେ ପରିଷ୍କାର ରଖିବା ଦରକାର। ଏହାର କୌଣସି ପାର୍ଶ୍ୱ ଯେପରି ଭାଙ୍ଗିରୁଜି ନ ଯାଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ମୁଖ୍ୟ ଦ୍ୱାର ଭାଙ୍ଗିଯାଇଥିଲେ ମା’ ଲକ୍ଷ୍ମୀ ଏହା ଦେଖି କ୍ରୋଧାନ୍ୱିତ ହୋଇ ଫେରି ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି।
Vastu Tips