୨୬ ଫେବ୍ରୁଆରୀ, ରବିବାର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି

ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ।

Representational Image

  • Published: Sunday, 26 February 2023
  • , Updated: 26 February 2023, 07:41 AM IST

ମେଷ: କର୍ମାନୁଯାୟୀ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ଭଲ ରହିବ। ଉଦର ପୀଡ଼ା ଦେଖା ଦେବ। 

ବୃଷ: ବିଦ୍ୟାରେ ଉନ୍ନତି ହେବା ସହ ନୂତନ ବନ୍ଧୁମିଳନ ହେତୁ ମନ ଖୁସି ରହିବ। ବ୍ୟବସାୟ ଭଲ ଲାଭ ମିଳିବ। ମାନସମ୍ମାନ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ।

ମିଥୁନ: ସନ୍ତାନଙ୍କ ଖୁସିରେ ଆନନ୍ଦିତ ହେବେ।  ବୁଦ୍ଧି ଖଟାଇ ପ୍ରଚୁର ଅର୍ଥ ଲାଭ କରିବେ। କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରିବେ। 

କର୍କଟ: ବିଦେଶ ଯାତ୍ରାର ସୁଯୋଗ ଆସିବ। ନୂଆ ଗାଡ଼ି କିଣିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି। 

ସିଂହ:  ବାକି ପଡ଼ିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପୈତୃକ ସମ୍ପତ୍ତି ପାଇଁ ପରିବାରରେ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ରାଜନୀତିରେ ଥିବା ଲୋକେ ଦଳ ତରଫରୁ ନୂଆ ଦାୟିତ୍ୱ ପାଇ ପାରନ୍ତି। 

କନ୍ୟା: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ ଏବଂ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।

ତୁଳା: ଆୟ ଉତ୍ତମ ହେବ। କେତେକ ମୁଲ୍ୟବାନ ଆସବାବପତ୍ର କ୍ରୟ କରିବେ।  ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଭଲ କରିବେ। 
ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ, ତାହା ନିଶ୍ଚିତ ଭାବେ ପାଇପାରନ୍ତି।

ବିଛା: ବ୍ୟବସାୟ କ୍ଷେତ୍ରରେ ଭଲ ପ୍ରଗତି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଋଣ ଭରଣା ପାଇଁ ଚେଷ୍ଟା କରିବେ।
ଆତ୍ମବିଶ୍ୱାସ ସହିତ ସମସ୍ତ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ।

ଧନୁ: ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ।

ମକର: ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରେ ଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ। କୌଣସି ପ୍ରସଙ୍ଗକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଜିପାରେ।

କୁମ୍ଭ: ବନ୍ଧୁମାନଙ୍କ ସହ ସମୟ ବିତାଇବେ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ। ସମ୍ପତ୍ତିକୁ ନେଇ ଥିବା ସମସ୍ୟାର ସମାଧାନ ହୋଇପାରେ। 

ମୀନ: ସାମୟିକ ଭାବେ ଚିନ୍ତା ଦୂର ହେବ। ସମାଜସେବାରେ ମନ ଦେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ।
 

Related story