Advertisment

ଘରେ କରୁଛନ୍ତି କି ମୋଡୁଲାର କିଚେନ; ଜାଣନ୍ତୁ, ବାସ୍ତୁ ଅନୁଯାୟୀ କେଉଁ କଲର ହେବ ପରଫେକ୍ଟ

ସମସ୍ତଙ୍କର ଇଚ୍ଛା ଥାଏ ନିଜ ମନ ପସନ୍ଦର ଏକ ସ୍ୱପ୍ନର ଘର ତିଆରି କରିବାକୁ । ଏଥିଲାଗି ସାରା ଜୀବନର ପୁଞ୍ଜି ବି ବିନିଯୋଗ କରିଥା’ନ୍ତି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ପ୍ରାୟତଃ ମହିଳାମାନେ ମୋଡୁଲାର କିଚେନ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହା ରୋଷେଇ ଘରକୁ ସ୍ମାର୍ଟ ଲୁକ୍‌ ଦେଉଥିବା ବେଳେ ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ। ତେବେ ମୋଡୁଲାର କିଚେନ ତିଆରି ସମୟରେ ଏହାକୁ ଆକର୍ଷଣୀୟ […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ କରୁଛନ୍ତି କି ମୋଡୁଲାର କିଚେନ; ଜାଣନ୍ତୁ, ବାସ୍ତୁ ଅନୁଯାୟୀ କେଉଁ କଲର ହେବ ପରଫେକ୍ଟ

modular--kitchen

ସମସ୍ତଙ୍କର ଇଚ୍ଛା ଥାଏ ନିଜ ମନ ପସନ୍ଦର ଏକ ସ୍ୱପ୍ନର ଘର ତିଆରି କରିବାକୁ । ଏଥିଲାଗି ସାରା ଜୀବନର ପୁଞ୍ଜି ବି ବିନିଯୋଗ କରିଥା’ନ୍ତି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ପ୍ରାୟତଃ ମହିଳାମାନେ ମୋଡୁଲାର କିଚେନ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହା ରୋଷେଇ ଘରକୁ ସ୍ମାର୍ଟ ଲୁକ୍‌ ଦେଉଥିବା ବେଳେ ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ।

Advertisment

ତେବେ ମୋଡୁଲାର କିଚେନ ତିଆରି ସମୟରେ ଏହାକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ବହୁତ ଭାବି ଚିନ୍ତି ରଙ୍ଗର ପ୍ରୟୋଗ କରିବାକୁ ପଡ଼ିଥାଏ, ଯାହା ଆଖିକୁ ସୁନ୍ଦର ଦେଖାଯିବା ସହ ବାସ୍ତୁ ଅନୁଯାୟୀ ମଧ୍ୟ ଶୁଭ ଫଳ ଦେଇଥାଏ।

ଆଜି ଏପରି ୬ଟି କଲର ବିଷୟରେ ଜାଣିବା, ଯାହାକୁ ଆପଣ ନିଜ ମୋଡୁଲାର କିଚେନରେ ପ୍ରୟୋଗ କଲେ ବାସ୍ତୁ ଅନୁସାରେ ଖୁବ୍‌ ଭଲ ଫଳ ମିଳିବା ସହ ଦେଖିବାକୁ ମଧ୍ୟ ୟୁନିକ ଓ ଆକର୍ଷଣୀୟ ଲାଗିବ ।

Advertisment
  • ବାସ୍ତୁ ଅନୁଯାୟୀ, କମଳା ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା  ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଶକ୍ତି ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଳ୍ସରେ କମଳା ରଙ୍ଗର ପ୍ରୟୋଗ କରିପାରନ୍ତି।

[caption id="attachment_661308" align="aligncenter" width="650"]modular-kitchen Representational Image[/caption]

  • ଧଳା ରଙ୍ଗକୁ ସବୁବେଳେ ଶୁଦ୍ଧ ଓ ପବିତ୍ର ଭାବେ ବିବେଚନା କରାଯାଇଥାଏ। ଏହାର ସମ୍ପର୍କ ସ୍ୱଚ୍ଛତା ଓ ଉଜ୍ଜ୍ୱଳତାର ସହ ରହିଛି। ନିଜ କିଚେନରେ ଏପରି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଖୁବ୍‌ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ବାସ୍ତୁ ଅନୁଯାୟୀ, କିଚେନରେ ଏପରି ରଙ୍ଗର ପ୍ରୟୋଗ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରାଇଥାଏ। କିଚେନର କାନ୍ଥରେ ଆପଣ ଏପରି ରଙ୍ଗ ପ୍ରୟୋଗ କରିପାରିବେ। ଯଦି ଆପଣ ନିଜ କିଚେନକୁ ଘରର ଉତ୍ତର-ପଶ୍ଚିମ ଦିଗରେ କରୁଛନ୍ତି, ତା’ ହେଲେ ଏହାଠୁ ଅଧିକ ଭଲ ରଙ୍ଗ ଆପଣଙ୍କୁ ମିଳିବ ନାହିଁ।

[caption id="attachment_661310" align="aligncenter" width="650"]Modular kitchen Representational Image[/caption]

  • ବାସ୍ତୁରେ ସବୁଜ ରଙ୍ଗକୁ ଆଶା ଓ ଶାନ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ଆପଣଙ୍କୁ ସବୁଜ ପରିବେଶ ମଧ୍ୟରେ ରହିବା ପରି ଅନୁଭବ ଦେଇଥାଏ। ପେଙ୍ଗଶୁଇ ଅନୁଯାୟୀ, କିଚେନର କାଠ କାମରେ ଗ୍ରୀନ୍‌ ରଙ୍ଗର ବ୍ୟବହାର ଦ୍ୱାରା ବିନା କୌଣସି ବାଧାରେ ଆପଣଙ୍କର ବହୁ ସମସ୍ୟାର ସମାଧାନ ହୋଇଯିବ।

[caption id="attachment_661311" align="aligncenter" width="650"]modular--kitchen Representational Image[/caption]

  • ବାସ୍ତୁରେ ହଳଦିଆ ରଙ୍ଗକୁ ବି ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଇଛି। ଏହି ରଙ୍ଗ ଆପଣଙ୍କ ମନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ଆଣିବା ସହ ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରଖିଥାଏ । ଯେଉଁ ରୋଷେଇ ଘରେ ସିଧା ସୂର୍ଯ୍ୟ କିରଣ ପଡ଼ି ପାରୁ ନ ଥିବ ସେପରି ଜାଗା ପାଇଁ ହଳଦିଆ ରଙ୍ଗକୁ ସବୁଠୁ ଶୁଭ ବୋଲି ବିଚେଚନା କରାଯାଏ। ଏହି ରଙ୍ଗ ପ୍ରୟୋଗ ଦ୍ୱାରା ରୋଷେଇ ଘର ସବୁବେଳେ ଉଜ୍ଜ୍ୱଳ ଦେଖାଯାଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ମନ ଖୁସି ରହିଥାଏ।

[caption id="attachment_661312" align="aligncenter" width="650"]modular-kitchen Representational Image[/caption]

  • ଗୋଲାପୀ ରଙ୍ଗକୁ ସବୁବେଳେ ପ୍ରେମର ପ୍ରତୀକ ବୋଲି ଧରାଯାଇଥାଏ। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ାଇଥାଏ। ଗୋଲାପୀକୁ ଧଳା କିମ୍ବା ଲାଲ ରଙ୍ଗ ସହ ମିଶାଇ ରୋଷେଇ ଘରେ ପ୍ରୟୋଗ କଲେ ଆଖି ଲାଖିଯିବା ସ୍ୱାଭାବିକ। ଏହାବାଦ୍‌ ଏହା ବାସ୍ତୁ ଅନୁଯାୟୀ ବି ପୂରା ପରଫେକ୍ଟ।

[caption id="attachment_661313" align="aligncenter" width="650"]Modular Kitchen Representational IMAGE[/caption]

  • କିଚେନରେ ଚକୋଲେଟ ରଙ୍ଗର ପ୍ରୟୋଗ ଆଜିକାଲି ଏକ ପ୍ରକାର ଟ୍ରେଣ୍ଡରେ ପରିଣତ ହେଲାଣି। ବାସ୍ତୁରେ ବି ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। ବିଶ୍ୱାସ ରହିଛି ଯେ, ଏହି ରଙ୍ଗ ରୋଷେଇ ଘରୁ ଉତ୍ପନ ହେଉଥିବା ଅତିରିକ୍ତ ଏନର୍ଜୀକୁ  ଟାଣି ନେଇଥାଏ ଓ ପଜିଟିଭିଟିକୁ ବଢ଼ାଇଥାଏ। ଦକ୍ଷିଣ-ପଶ୍ଚିମ କୋଣରେ ରହୁଥିବା ରୋଷେଇ ଘର ପାଇଁ ଏହି ରଙ୍ଗ ପୂରା ପରଫେକ୍ଟ।

[caption id="attachment_661314" align="aligncenter" width="650"]modular--kitchen- Representational Image[/caption]

Vastu Tips