Advertisment

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ। ହିନ୍ଦୁ ପରମ୍ପରାରେ ଠାକୁରଙ୍କ ପାଖରେ ଦୀପ ଜଳାଇବାର ପରମ୍ପରା ରହିଛି। କିନ୍ତୁ ବାସ୍ତୁ ଅନୁସାରେ ଦୀପ ଜଳାଇବାର କିଛି ନୀତି ନିୟମ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ଅଲଗା ଅଲଗା ଦିଗରେ ଦୀପ ଜଳାଇଲେ ଅଲଗା ଅଲଗା ଲାଭ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା, କେଉଁ ଦିଗରେ ଦୀପ ଜଳାଇବା […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

d11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ। ହିନ୍ଦୁ ପରମ୍ପରାରେ ଠାକୁରଙ୍କ ପାଖରେ ଦୀପ ଜଳାଇବାର ପରମ୍ପରା ରହିଛି। କିନ୍ତୁ ବାସ୍ତୁ ଅନୁସାରେ ଦୀପ ଜଳାଇବାର କିଛି ନୀତି ନିୟମ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ଅଲଗା ଅଲଗା ଦିଗରେ ଦୀପ ଜଳାଇଲେ ଅଲଗା ଅଲଗା ଲାଭ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା, କେଉଁ ଦିଗରେ ଦୀପ ଜଳାଇବା ଦ୍ୱାରା କ’ଣ ଲାଭ ହୋଇଥାଏ।

Advertisment

ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ।

publive-image

ଯଦି ଆପଣଙ୍କୁ ସମ୍ମାନ କମ୍‌ ମିଳୁଛି ବା ଆପଣ ନିଜକୁ ଏକା ଭାବୁଛନ୍ତି, ତା’ହେଲେ ଆପଣ ଘରେ ଦକ୍ଷିଣ ପୂର୍ବ ଦିଗରେ ଦୀପ ଜଳାନ୍ତୁ। ସନ୍ଧ୍ୟା ବେଳେ ଦୀପ ଜଳାଇଲେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ।

କାର୍ଯ୍ୟସ୍ଥଳୀରେ ଦୀପ ଜଳାଇବା ଶୁଭ

publive-image

କାର୍ଯ୍ୟସ୍ଥଳୀ ଯେପରିକି ଅଫିସ୍‌ ହେଉ ବା ଆପଣଙ୍କ ନିଜର ବ୍ୟବସାୟ ସ୍ଥଳୀ, ସେଠାରେ ମଧ୍ୟ ଦୀପ ଜଳାଇବା ଶୁଭ ହୋଇଥାଏ। ଆପଣ କାର୍ଯ୍ୟସ୍ଥଳୀରେ ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ। ଏହା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବା ସହ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହେବ।

Advertisment

ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ

publive-image

ଘରେ ଯଦି ବାସ୍ତୁ ଦୋଷ ରହିଛି ତା’ହେଲେ ସପ୍ତାହରେ ଥରେ ଘରେ କର୍ପୂର ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦୂର ହେବା ସହ ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହେବ।

ପୂର୍ବ ଦିଗରେ ଦୀପ ଜାଣିଲେ ଆୟୁ ବଢ଼େ

publive-image

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଦୀପ ଲଗାଇଲେ ଆୟୁ ବୃଦ୍ଧି ହୋଇଥାଏ। ଏହାକୁ ପଶ୍ଚିମ ଦିଗରେ ରଖିଲେ ଦୁଃଖ ବଢ଼ିଥାଏ। ତେଣୁ ଏପରି ଭୁଲ୍‌ କରନ୍ତୁ ନାହିଁ। ଦକ୍ଷିଣ ଦିଗରେ ରଖିଲେ ମଧ୍ୟ ଏହା ଧନ ହାନି କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe