Advertisment

ହସଖୁସିରେ ପୂରି ଉଠିବ ଘର; ମାନନ୍ତୁ, କିଛି ଛୋଟ ବାସ୍ତୁ ଟିପ୍ସ

ଘରେ ସମସ୍ତେ ହସଖୁସିରେ ରହିବେ, ଧାନ ସମ୍ପତ୍ତିରେ ପୂରି ହୋଇ ଉଠୁ ଘର ବୋଲି ସମସ୍ତଙ୍କର ଇଚ୍ଛା ଥାଏ।

Home

Home

Advertisment

ଘରେ ସମସ୍ତେ ହସଖୁସିରେ ରହିବେ, ଧାନ ସମ୍ପତ୍ତିରେ ପୂରି ହୋଇ ଉଠୁ ଘର ବୋଲି ସମସ୍ତଙ୍କର ଇଚ୍ଛା ଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଆପୋଷ ବୁଝାମଣା ରହିବ, ଘରେ ପଜିଟିଭ ଏନର୍ଜୀ ଭରି ରହିବ ବୋଲି ସମସ୍ତଙ୍କ ମନରେ ଆଶା ଥାଏ। ଏଥିପାଇଁ ବେଶି କିଛି କଷ୍ଟ କରିବାକୁ ପଡ଼ିବନି, ଦୈନଦିନ ଜୀବନରେ କିଛି କିଛି ବାସ୍ତୁ ନିୟମ ମାନିଲେ ଆମ ଘର ହସଖୁସିରେ ଫାଟି ପଡ଼ିବ । ଆସନ୍ତୁ ଜାଣି ରଖିବା ଏପରି କିଛି ବାସ୍ତୁ ନିୟମ ।

Advertisment

- ବାସ୍ତୁ ନିୟମ ଅନୁଯାୟୀ, ଘରର ଧନ ତଥା ଗହଣା ଥିବା ଆଲମାରୀର ଡୋର୍‌ ଉତ୍ତର ଦିଗକୁ ଖୋଲିଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଆଲମାରୀ ପାଖରେ କେବେ ବି ଝାଡ଼ୁ ବା ଅଳିଆ ଜିନିଷ ରଖନ୍ତୁ ନାହିଁ।

- ପୂରା ଘରେ ପଜିଟିଭ ଏନର୍ଜୀ ଖେଳାଇବା ପାଇଁ ସପ୍ତାହରେ ଥରେ ପାଣିରେ ଲୁଣ ମିଶାଇ ଘର ପୋଛି ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଯାଇଥାଏ।

Advertisment

- ଘରର ଇଶାଣ କୋଣ ଅର୍ଥାତ ଉତ୍ତର - ପୂର୍ବ ଦିଗ କୋଣରେ କାଚ ବୋତଲରେ ଲୁଣ ଭର୍ତ୍ତି କରି ରଖିଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

- ନିଜ ବେଡରୁମ୍‌ ବା ରୋଷେଇ ଘରେ କେବେ ବି ଠାକୁରଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ।

- ବାଥରୁମ୍‌ କବାଟ ସବୁବେଳେ ବନ୍ଦ ରଖନ୍ତୁ। ନଚେତ ଘରେ ନକରାତ୍ମକ ଏନର୍ଜୀ ପ୍ରବେଶ କରି ଯାଇଥାଏ।

- ବାଥରୁମ୍‌ ତଥା ରୋଷେଇ ଘରର ଟ୍ୟାପ୍‌କୁ ସବୁବେଳେ ଭଲ ଭାବେ ବନ୍ଦ କରନ୍ତୁ। ନଚେତ ପାଣି ପଡ଼ିବା ବନ୍ଦ ନ ହେଲେ ଧନହାନୀ ହେବାର ଆଶଙ୍କା ରହିଥାଏ।

- ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଘରେ ସୁଖ- ସମୃଦ୍ଧି ଆସିଥାଏ । ଏଥିସହ ପାରିବାରିକ ବିବାଦ ଦୂର ହୋଇ ଯାଇଥାଏ।

- ବେଡରୁମ୍‌ରେ ମିରର୍‌ ଥିଲେ ଶୋଇବା ସମୟରେ ତାହାକୁ ଘୋଡ଼ାଇ ରଖନ୍ତୁ। କାରଣ ମିରରରେ ଆପଣଙ୍କ ଛାଇ ପଡ଼ିଲେ ପତିପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ତେଣୁ ଆପଣଙ୍କ ବେଡର ଠିକ୍‌ ସାମନାରେ ମିରର୍‌ ଥିଲେ ଶୋଇବା ସମୟରେ ତାହାକୁ ଘୋଡ଼ାଇ ରଖନ୍ତୁ।

- ଘରର କୌଣସି କୋଣରେ ଭାଙ୍ଗିରୁଜି ଯାଇଥିବା କାଚ ଥିଲେ ତାହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ। ଏପରି ଜିନିଷ ରହିଲେ ନେଗେଟିଭ ଏନର୍ଜୀ ଘରର ପିଛା ଛାଡ଼େନି।

- ଘରେ କେବେ ବି କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। କାରଣ ଘରେ କଣ୍ଟାଜାତୀୟ ଗଛ ଲଗାଇଲେ ରୋଗ ପିଛା ଛାଡ଼େନି।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe