Advertisment

ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ମାସରେ ଆପଣ ଯଦି କିଛି ବାସ୍ତୁ ଉପାୟ ଅବଲମ୍ବନ କରିବେ, ତା’ହେଲେ ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ସହ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହେବ। ତା’ହେଲେ ଜାଣନ୍ତୁ, ବାସ୍ତୁ ଅନୁସାରେ ଏହି ମାସରେ କେଉଁ ସବୁ ଉପାୟ ଅବଳମ୍ବନ କଲେ ଶୁଭ ଫଳ ପ୍ରାପ୍ତି ହୁଏ। ୧- ଏହି ମାସରେ […]

ଅଦ୍ୟତନ ହୋଇଛି
ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ

couple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ମାସରେ ଆପଣ ଯଦି କିଛି ବାସ୍ତୁ ଉପାୟ ଅବଲମ୍ବନ କରିବେ, ତା’ହେଲେ ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ସହ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହେବ। ତା’ହେଲେ ଜାଣନ୍ତୁ, ବାସ୍ତୁ ଅନୁସାରେ ଏହି ମାସରେ କେଉଁ ସବୁ ଉପାୟ ଅବଳମ୍ବନ କଲେ ଶୁଭ ଫଳ ପ୍ରାପ୍ତି ହୁଏ।

Advertisment

୧- ଏହି ମାସରେ ପୂର୍ବ ଦିଗର ବିଷେଶ ମହତ୍ତ୍ୱ ରହିଥାଏ। ଆପଣ ଯଦି ପୂର୍ବ ଦିଗରେ ଛୋଟ ଜଳ କ୍ଷେତ୍ର ରଖିବେ, ତା’ହେଲେ ଏହା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ପ୍ରଦାନ କରିବ। ଏବେ ପେଙ୍ଗସୁଇର କୃତ୍ରିମ ଝରଣା ସବୁ ମିଳୁଛି। ଆପଣ ତାକୁ ମଧ୍ୟ ଆଣି ରଖି ପାରିବେ।

publive-image

୨- ବାସ୍ତୁ ଅନୁସାରେ ଏହି ମାସରେ ପୂର୍ବ ଦିଗରେ ଭଗବାନ ଶିବଙ୍କ ଫଟୋ ଲଗାଇବା ଦ୍ୱାରା ମଧ୍ୟ ଘରେ ମଙ୍ଗଳ ହୋଇଥାଏ। ସେହିପରି ଏହି ମାସରେ ଆପଣ ଘରେ ଅର୍ଦ୍ଧନାରୀଶ୍ୱରଙ୍କ ଫଟୋ ବି ଲଗାଇ ପାରିବେ। ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ।

Advertisment

publive-image

୩- ଘରେ ତୁଳସୀ ଗଛ ଲଗାଇବାର ସର୍ବଶ୍ରେଷ୍ଠ ମାସ ହେଉଛି ଶ୍ରାବଣ। ଉତ୍ତର ଦିଗରେ ମାଟି କୁଣ୍ଡରେ ଏହି ଗଛ ଲଗାନ୍ତୁ। ଏହି ମାସରେ କୁଆଁରୀ କନ୍ୟା ଯଦି ନିଜ ହାତରେ ଏହି ଗଛ ଲଗାନ୍ତି, ତା’ହେଲେ ଯୋଗ୍ୟ ବର ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

publive-image

୪- ଏହି ମାସରେ ରୁଦ୍ରାକ୍ଷ ଧାରଣ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଆପଣଙ୍କୁ ଅନେକ ଗ୍ରହଦୋଷରୁ ମୁକ୍ତି ଦେବା ସହିତ ମନକୁ ଶାନ୍ତି ପ୍ରଦାନ କରିଥାଏ। ଶୁଭଫଳ ପ୍ରାପ୍ତି ପାଇଁ ଏହି ମାସରେ  ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।

publive-image

୫- ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତିପ୍ରିୟ। ଏଥିପାଇଁ ପୂଜା ବେଳେ ତାଙ୍କଠାରେ ଏହି ଫୁଲ ଲାଗି ହୋଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe