Advertisment

ଗୃହ ନିର୍ମାଣ ବେଳେ ଏହି ସବୁ ଭୁଲ କରନ୍ତୁ ନାହିଁ, ନହେଲେ ଦେଖାଯିବ ସାଂଘାତିକ ସମସ୍ୟା

ଗୃହ ନିର୍ମାଣ ବେଳେ ଐଶାନ୍ୟ କୋଣ, ପୂର୍ବ କୋଣ, ଅଗ୍ନି କୋଣ, ନୈରୁତ୍ୟ କୋଣ ଓ ବ୍ରହ୍ମ ସ୍ଥାନରେ ପାଇଖାନା ଥିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

House

House

Advertisment

ସାଧାରଣତଃ ଲୋକେ ଜୀବନ ସାରା ଯାହା ରୋଜଗାର କରିଥା’ନ୍ତି, ସେଥିରୁ ଅଧିକାଂଶ ଅର୍ଥରେ ଘରଟିଏ କରନ୍ତି। ଆଜିକାଲି ଅନେକ ଲୋକ ବଡ଼ ଆକାରରେ ଲୋନ୍ କରି ମଧ୍ୟ ଘର କରୁଛନ୍ତି। କିନ୍ତୁ ସେହି ଘରେ ତ୍ରୁଟି ରହିଲେ, ଦେଖାଯାଇଥାଏ ବାସ୍ତୁ ସମସ୍ୟା। ଆଉ ତା’ପରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଘର ନିର୍ମାଣ ବେଳେ କେଉଁ ତ୍ରୁଟି ନ କରିବେ, ସେ ନେଇ କିଛି ଟିପ୍ସ ଦେଇଛନ୍ତି ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା।

Advertisment

ଗୃହ ନିର୍ମାଣ ବେଳେ ଐଶାନ୍ୟ କୋଣ, ପୂର୍ବ କୋଣ, ଅଗ୍ନି କୋଣ, ନୈରୁତ୍ୟ କୋଣ ଓ ବ୍ରହ୍ମ ସ୍ଥାନରେ ପାଇଖାନା ଥିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

ଗୃହ ଐଶାନ୍ୟ କୋଣ ଉଚ୍ଚା ହେଲେ ଅବା ଭାରି ହେଲେ ଦେଖାଯାଇଥାଏ ରକ୍ତଚାପ ଜନିତ ସମସ୍ୟା। ହୃଦଘାତ ମଧ୍ୟ ହୋଇଥାଏ। ବ୍ରେନ୍ ଷ୍ଟ୍ରୋକ ହେବାର ମଧ୍ୟ ଆଶଙ୍କା ରହିଥାଏ।

Advertisment

ଗୃହର ଅଗ୍ନି କୋଣ ବୃଦ୍ଧି ହେଲେ ଘରର ସନ୍ତାନମାନଙ୍କର ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ।

ଗୃହର ବ୍ରହ୍ମ ସ୍ଥାନରେ ସିଡ଼ି କିମ୍ବା ପାଇଖାନା ଥିଲେ ଘରର ମହିଳାମାନଙ୍କଠାରେ ସ୍ତ୍ରୀ ରୋଗ ସମ୍ବନ୍ଧୀୟ ରୋଗ ଦେଖାଯାଇଥାଏ।

ପୂର୍ବ ଭାଗରେ ପାଇଖାନାରେ ଥିଲେ ହୃଦଘାତ ହେବାର ସମ୍ଭାବନା ବହୁତ ଅଧିକ ଥାଏ।

ଗୃହର ଚଟାଣ ଉଚ୍ଚ ହେଲେ ଆସିଥାଏ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟା।

ଗୃହର ଐଶାନ୍ୟ କୋଣରେ ପାଣି ଟାଙ୍କି ଥିଲେ ମାନସିକ ରୋଗ ହୋଇଥାଏ। ତା’ ସହିତ ରକ୍ତଚାପ ଓ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥାଏ।

ଗୃହର ପଶ୍ଚିମରେ ଜଳାଶୟ ଯଥା- କୂପ କିମ୍ବା ନଳକୂପ ଥିଲେ, ଗୃହର ସଦସ୍ୟଙ୍କଠାରେ ମାନସିକ ରୋଗ ହେବାର ସମ୍ଭାବନା ରହିଥାଏ।

ଘରେ ପାଇଖାନା, ସିଡ଼ି ଓ ଛାତ ଉପରେ ପାଣିଟାଙ୍କି କଲା ବେଳେ ବିଶେଷ ଦୃଷ୍ଟି ଦିଅନ୍ତୁ। ପାଣିଟାଙ୍କି ସଦାସର୍ବଦା ପଶ୍ଚିମରେ ବସାଇବେ। ପାଇଖାନା ସଦାସର୍ବଦା ଉତ୍ତର-ପଶ୍ଚିମର ପଶ୍ଚିମରେ ନିର୍ମାଣ କରିବେ। ସିଡ଼ି ଦକ୍ଷିଣ-ପଶ୍ଚିମ, ଦକ୍ଷିଣ ଓ ଉତ୍ତର-ପଶ୍ଚିମର ପଶ୍ଚିମରେ କଲେ କୌଣସି ସମସ୍ୟା ଆସିବ ନାହିଁ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe