Advertisment

ଘରର ଏହି କୋଣରେ ରଖନ୍ତୁ ନାହିଁ ଔଷଧ ବକ୍ସ, ନଚେତ ପିଛା ଛାଡ଼ିବନି ବେମାର

ଜ୍ୱର, ଥଣ୍ଡା, କାଶ, ମୁଣ୍ଡ ବିନ୍ଧା ଆଦି ମାମୁଲି ବେମାର ପାଇଁ ସମସ୍ତେ ଘରେ ଔଷଧ ରଖିଥାନ୍ତି। କାରଣ ଏହି ସବୁ ଲକ୍ଷଣ ରାତି ଅଧରେ ଦେଖାଦେଲେ ବଜାର ଯାଇ ମେଡିସିନ ଆଣିବା ସମ୍ଭବପର ହୋଇପାରେନି।

Medicine

Medicine

Advertisment

ଜ୍ୱର, ଥଣ୍ଡା, କାଶ, ମୁଣ୍ଡ ବିନ୍ଧା ଆଦି ମାମୁଲି ବେମାର ପାଇଁ ସମସ୍ତେ ଘରେ ଔଷଧ ରଖିଥାନ୍ତି। କାରଣ ଏହି ସବୁ ଲକ୍ଷଣ ରାତି ଅଧରେ ଦେଖାଦେଲେ ବଜାର ଯାଇ ମେଡିସିନ ଆଣିବା ସମ୍ଭବପର ହୋଇପାରେନି। ତେଣୁ ଘରେ ଆମେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଔଷଧ ବକ୍ସ ରଖା ଯାଇଥାଏ।

Advertisment

ତେବେ ଆପଣ ଜାଣିଛନ୍ତି କି ଘରର କେଉଁ କୋଣ ଔଷଧ ରଖିବା ପାଇଁ ଉପଯୁକ୍ତ। ଆଉ କେଉଁ କୋଣରେ ଔଷଧ ରଖିଲେ ପରିବାର ସଦସ୍ୟଙ୍କ ଉପରେ ତାହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଅସୁସ୍ଥତା କେବେ ବି ପିଛା ଛାଡ଼େନି।

-ବାସ୍ତୁ ଶାସ୍ତ୍ର ଅନୁସାରେ, କେବେ ବି ଔଷଧ ବକ୍ସକୁ ଘରର ଦକ୍ଷିଣ- ପୂର୍ବ କୋଣରେ ରଖନ୍ତୁ ନାହିଁ। ଏହି ଦିଗରେ ଔଷଧ ରଖିବା ଦ୍ୱାରା ରୋଗ ଦୀର୍ଘ ଦିନ ଧରି ମାଡ଼ି ବସିବା ସହ ପିଛା ଛାଡ଼େ ନାହିଁ।

Advertisment

-ଏହାବାଦ ଘରର ସଦସ୍ୟଙ୍କ ଶାରୀରିକ ଅସୁସ୍ଥତା ଲାଗି ରହିବା ସହ ଆର୍ଥିକ ସମସ୍ୟାର ବି ସମ୍ମୁଖୀନ ହେବାକୁ ପଡ଼ିପାରେ । ଔଷଧ ରଖିବାକୁ ଘରର ପଶ୍ଚିମ କୋଣ ବି ଉପଯୁକ୍ତ ନୁହେଁ। ଏହାଦ୍ୱାରା ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କ ଅସୁସ୍ଥତା ଆହୁରି ବଢ଼ି ପାରେ।

-କେବେ ବି ଔଷଧକୁ ନିଜ ବେଡ ଉପରେ କିମ୍ବା ତାହାର ଆଖପାଖରେ ବି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ରାହୁ-କେତୁର ପ୍ରଭାବ ପଡ଼ିପାରେ ।

- ରୋଷେଇ ଘରେ ରୋଷେଇ ସମୟରେ ହାତ କଟିବା, ନିଆଁ ଲାଗି ଜଳିବାର ଭୟ ଥାଏ। ଏପରିସ୍ଥିତିରେ ବହୁ ଲୋକ ଫାଷ୍ଟ ଏଡ ବକ୍ସ ରୋଷେଇ ଘରେ ରଖିଥାନ୍ତି। ମାତ୍ର ଏହାର ନକରାତ୍ମକ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିଥାଏ। ଏପରିକି ସବୁବେଳେ ଛୋଟ ମୋଟ ବେମାର ଲାଗି ରହିଥାଏ। ତେଣୁ ରୋଷେଇ ଘରେ କେବେ ବି ଫାଷ୍ଟ-ଏଡ ବକ୍ସ ରଖନ୍ତୁ ନାହିଁ। ନଚେତ ଅଯଥାରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିପାରେ।

-ବାସ୍ତୁ ଶାସ୍ତ ଅନୁସାରେ, ଔଷଧକୁ ସବୁବେଳେ ଘରର ଉତ୍ତର ଦିଗରେ ରଖିବା ଉଚିତ । ଔଷଧ ରଖିବା ନିମନ୍ତେ ଏହି ଦିଗକୁ ଶୁଭ ବୋଲି ବିବେଚନା କରାଯାଇଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe