Advertisment

ପର୍ସରେ ରହିବନି ଟଙ୍କା, ଭୁଲରେ ବି ରଖନ୍ତୁ ନାହିଁ ଏହି ସବୁ ଜିନିଷ

ପର୍ସରେ ଜାଣତରେ ହେଉ ବା ଅଜାଣତରେ ଏପରି କିଛି ଜିନିଷ ଥିଲେ ରହି ପାରେନି ଟଙ୍କା । ଫଳରେ ଅକସ୍ମାତ ଭାବେ ଖର୍ଚ୍ଚ ଜୁଟିଯାଏ ଓ ଖାଲି ହୋଇଯାଏ ପର୍ସ।

Money In Purse

Money In Purse

Advertisment

ଯେତେ ରୋଜରାଗ କଲେ ବି କମ୍‌ ପଡ଼ି ଯାଉଛି ଟଙ୍କା। ସବୁ ଆବଶ୍ୟକତା ପୂରଣ ହୋଇ ପାରୁନି। ଫଳରେ ବଢ଼ି ଚାଲୁଛି ଟେନସନ୍‌ ଆଉ ଘରେ ସୃଷ୍ଟି ହେଉଛି କଳହ । ଆପଣ ଜାଣିଛନ୍ତି କି ବାସ୍ତୁ ଅନୁଯାୟୀ, ପର୍ସରେ ଜାଣତରେ ହେଉ ବା ଅଜାଣତରେ ଏପରି କିଛି ଜିନିଷ ଥିଲେ ରହି ପାରେନି ଟଙ୍କା । ଫଳରେ ଅକସ୍ମାତ ଭାବେ ଖର୍ଚ୍ଚ ଜୁଟିଯାଏ ଓ ଖାଲି ହୋଇଯାଏ ପର୍ସ। ତେବେ ଜାଣିଛନ୍ତି କ’ଣ ପାଇଁ ଏପରି ସ୍ଥିତି ଉପୁଜେ । କ’ଣ ପାଇଁ ପର୍ସରେ ରହି ପାରେନି ଟଙ୍କା । ଆଜି ଆସନ୍ତନ୍ତୁ ଏ ବିଷୟରେ ଜାଣିବା ।

Advertisment
  • ଉଧାର ଆଣିଥିବା ଧନକୁ କେବେ ବି ପର୍ସରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଉଧାରି କେବେ ପିଛା ଛାଡ଼ି ନ ଥାଏ ଓ ଋଣ ଭାର ବଢ଼ିଯାଏ । ଏଥିସହ ସବୁବେଳେ ଆର୍ଥିକ କ୍ଷତି ଲାଗି ରୁହେ ।
  • ଆପଣ ନିଜ ପର୍ସରେ କେବେ ବି ନିଜ ଗୁରୁ ବା ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ। ଏହା ବଦଳରେ ଆପଣ ନିଜ ପରିବାର ସଦସ୍ୟଙ୍କ ଫଟୋ ରଖି ପାରିବେ। ପର୍ସରେ ଆପଣ ‘ଓଁ’ କିମ୍ବା ‘ସ୍ୱସ୍ତିକ’ ପରି ଧାର୍ମିକ ଚିହ୍ନକୁ ବି ରଖି ପାରିବେ।
  • ପର୍ସରେ କେବେ ବି ନୋଟ୍‌କୁ ମୋଡ଼ିକି ରଖନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀ ରୋଷ କରନ୍ତି ବୋଲି ବିଶ୍ୱାସ ରହିଛି। ଏଥିସହ କଏନକୁ ନୋଟଠାରୁ ପର୍ସରେ ସମ୍ପୂର୍ଣ୍ଣ ଅଲଗା ରଖିବା ଉଚିତ ।
  • ପର୍ସରେ କେବେ ବି ଖର୍ଚ୍ଚ ସମ୍ବନ୍ଧୀୟ ବିଲ୍‌ ରଖନ୍ତୁ ନାହିଁ। ଏହାଦ୍ୱାରା କାଗଜ ଖଣ୍ଡ ପର୍ସରେ ଅଧିକ ଜାଗା ମାଡ଼ି ବସନ୍ତି। ତେଣୁ ପର୍ସରେ ଅନାବଶ୍ୟକ କାଗଜ ରଖନ୍ତୁ ନାହିଁ। ଏହାଦ୍ୱାରା ଧନର ଅପବ୍ୟୟ ହେଉଥିବା ବିଶ୍ୱାସ ରହିଛି।
  • ଆପଣ ନିଜ ପର୍ସରେ ନିଜ ରାଶି ସହ ସମ୍ପୃକ୍ତ ଥିବା ବସ୍ତୁ ରଖି ପାରନ୍ତି। ନିଜ ରାଶି ସହ ସମ୍ପୃକ୍ତ ପଦାର୍ଥର ଛୋଟ ପ୍ରତୀକକୁ ଆପଣ ପର୍ସରେ ରଖି ପାରିବେ। ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe