Advertisment

ସୂର୍ଯ୍ୟାସ୍ତ ପରେ ଭୁଲରେ କରନ୍ତୁନି ଏପରି କାମ, କୋପ କରିବେ ମା’ ଲକ୍ଷ୍ମୀ

ଧର୍ମଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ସମୟରେ ଘରର ମେନ ଗେଟ୍‌ ଓ ତୁଳସୀ ଗଛ ନିକଟରେ ଦୀପ ପ୍ରଜ୍ଜ୍ୱଳିତ କରିବାକୁ ଭୁଲନ୍ତୁ ନାହିଁ।

ଅଦ୍ୟତନ ହୋଇଛି
Puja Room

Puja Room

Advertisment

ସକାଳେ ଘରେ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଘରେ ସକାରାତ୍ମକ ଏନର୍ଜୀ ଭରି ଯାଇଥାଏ। ସେହିପରି ସନ୍ଧ୍ୟାରେ ମଧ୍ୟ ଠାକୁରଙ୍କ ନିକଟରେ ଧୂପ, ଦୀପ ଦିଆଯାଇଥାଏ। କାରଣ ଧର୍ମଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ସମୟ ମା’ ଲକ୍ଷ୍ମୀଙ୍କ ସହ ଯୋଡ଼ି ହୋଇଥାଏ। ତେଣୁ ସନ୍ଧ୍ୟା ସମୟରେ ତାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ ।

Advertisment

ଧର୍ମଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ସମୟରେ ଘରର ମେନ ଗେଟ୍‌ ଓ ତୁଳସୀ ଗଛ ନିକଟରେ ଦୀପ ପ୍ରଜ୍ଜ୍ୱଳିତ କରିବାକୁ ଭୁଲନ୍ତୁ ନାହିଁ। ଏଥିସହ ମନେ ମନେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ସନ୍ଧ୍ୟା ସମୟରେ କିଛି ମୁହୂର୍ତ୍ତ ଚୁପ୍‌ ରହିବା ଅତ୍ୟନ୍ତ ଭଲ। ଏହାଦ୍ୱାରା ମାନସିକ ସ୍ଥିରତା ବଜାୟ ରହିବା ସହ ଆପଣଙ୍କୁ ପୂଜାପାଠର ଫଳ ପ୍ରାପ୍ତି ହୋଇଥାଏ। କେବଳ ସେତିକି ନୁହେଁ, ଘରେ ଶାନ୍ତି ବିରାଜମାନ କରିଥାଏ।

Advertisment

ସୂର୍ଯ୍ୟାସ୍ତ ସମୟରେ ଠାକୁରଙ୍କ ପୂଜାର୍ଚ୍ଚନା ପରେ ନିଜ ପୂର୍ବଜଙ୍କ ଫଟୋଚିତ୍ରକୁ ପ୍ରଣାମ କରିବାକୁ ଭୁଲନ୍ତୁ ନାହିଁ। ଏଥିସହ ସେଠାରେ ପ୍ରତିଦିନ ଦୀପ ମଧ୍ୟ ଜାଳିବା ଉଚିତ।

ସୂର୍ଯ୍ୟାସ୍ତ ସମୟରେ କେବେ ବି ଶୋଇବା ଉଚିତ ନୁହେଁ। କୁହାଯାଏ ଯେଉଁ ବ୍ୟକ୍ତି ସନ୍ଧ୍ୟା ସମୟରେ ଶୋଇଥାଏ, ତା’ ଭାଗ୍ୟ ବି ଶୋଇ ଯାଇଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe