Advertisment

ଭୁଲ୍‌ରେ ବି ଦାନ କରନ୍ତୁ ନାହିଁ ଏହି ଜିନିଷ, ହୋଇଯିବେ ଦରିଦ୍ର

ଏପରି କିଛି ଜିନିଷ ଅଛି ଯାହାକୁ ଦାନ କଲେ ମାଡ଼ି ଆସିବ ବିପତ୍ତି । ଏପରି କରିବା ଦ୍ୱାରା ପିଛା ଛାଡ଼ିବନି ଦାରିଦ୍ରତା ।

author-image
Niharika Rout
Donate

Donate

ଦାନ କରିବାକୁ ସବୁବେଳେ ମହାପୂଣ୍ୟ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଆପେଆପେ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ତେଣୁ ଜୀବନ କାଳ ମଧ୍ୟରେ ଯଥାସମ୍ଭବ ଦାନ କରିବାକୁ ବଡ଼ମାନେ ପରାମର୍ଶ ଦେଇଥାନ୍ତି ।

Advertisment

ହେଲେ ଜାଣିଛନ୍ତି, ଏପରି କିଛି ଜିନିଷ ଅଛି ଯାହାକୁ ଦାନ କଲେ ମାଡ଼ି ଆସିବ ବିପତ୍ତି । ଏପରି କରିବା ଦ୍ୱାରା ପିଛା ଛାଡ଼ିବନି ଦାରିଦ୍ରତା । କିଛି ପୂଣ୍ୟ ଅର୍ଜନ ପାଇଁ କରୁଥିବା ଦାନ ଡାକି ଆଣିବ ନାନା ସମସ୍ୟା। ହଠାତ୍‌ ହସଖୁସିର ପରିବାରରେ ଘୋଟିଯାଏ କଳା ବାଦଲ। ଆପଣ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଦିନକୁ ଦିନ ସେଥିରେ ଛନ୍ଦି ହୋଇଯିବେ। ଏପରି ଜିନିଷ ଦାନ  କରିବା ଦ୍ୱାରା ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଥରେ ବ୍ୟବହାର ହୋଇଥିବା ଖାଇବା ତେଲ କାହାକୁ ଦାନ କରନ୍ତୁ ନାହିଁ। ବିଶ୍ୱାସ ଅଛି ଏହାଦ୍ୱାରା ଶନି ଦେବତା କୋପ କରିଥାନ୍ତି। ଆଉ ଶନି ଦେବଙ୍କ କୋପ ସମ୍ମୁଖରେ ତିଷ୍ଠିବା ମୁସ୍କିଲ। ତେଣୁ ବିଭିନ୍ନ ଆଡ଼ୁ ବିପତ୍ତି ମାଡ଼ି ଆସି ପରିବାରକୁ ତଳି ତଳାନ୍ତ କରି ଦେଇଥାଏ ।

Advertisment

ଏଥିସହ ବାସି ଭୋଜନ ବି କାହାକୁ ଦାନ କରିବା ଉଚିତ ନୁହେଁ । ଖାଦ୍ୟ ଦାନ କରିବା ବହୁତ ଶୁଭ । ମାତ୍ର ବାସି ଖାଦ୍ୟ ଦାନ କରିବା ଦ୍ୱାରା କେବେ କି ଶୁଭ ଫଳ ପ୍ରାପ୍ତି ହୋଇ ନ ଥାଏ। ଏପରି କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ । 

ତେଣୁ ଭୁଲ୍‌ରେ ବି କେବେ ଏହି ଦୁଇ ଜିନିଷ କାହାକୁ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ସବୁବେଳେ ଅଭାବ, ଅନାଟନ ଲାଗି ରହିଥାଏ। 

Vastu Tips