Advertisment

କାର୍‌ରେ ରଖନ୍ତୁ ଛୋଟ ଛୋଟ ଜିନିଷ, ଟଳିଯିବ ବିପଦ

ବାସ୍ତୁଶାସ୍ତ୍ର ଅନୁଯାୟୀ, କାର୍‌ରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ନକରାତ୍ମକ ଉର୍ଜା ସାଙ୍ଗକୁ ମାଡ଼ି ଆସୁଥିବା ସଙ୍କଟ ଟଳି ଯାଇଥାଏ।

Car

Car

Advertisment

କାର୍‌ କିଣିବା ସମୟରେ ସମସ୍ତେ ଏହାର ରଙ୍ଗ, ନମ୍ବର, ଧାର୍ଯ୍ୟ ଦିନ ତଥା ସମୟ ଉପରେ ଅଧିକାଂଶ ଲୋକ ଗୁରୁତ୍ୱ ଦେଇଥାନ୍ତି। ମାତ୍ର କାର୍‌ କିଣିବା ପରେ ଛୋଟ ଛୋଟ କଥାକୁ ବି ଗୁରୁତ୍ୱ ଦେଇ ନ ଥାନ୍ତି।

Advertisment

ବାସ୍ତୁଶାସ୍ତ୍ର ଅନୁଯାୟୀ, କାର୍‌ରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ନକରାତ୍ମକ ଉର୍ଜା ସାଙ୍ଗକୁ ମାଡ଼ି ଆସୁଥିବା ସଙ୍କଟ ଟଳି ଯାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହାକୁ କାର୍‌ରେ ରଖିବା ଦ୍ୱାରା ଆମ ଉପରୁ ବିପଦ ଟଳିଯିବାର ବିଶ୍ୱାସ ରହିଛି।

ଗଣେଶଙ୍କ ମୂର୍ତ୍ତି- ଅଧିକାଂଶ ଲୋକ ନିଜ କାର୍‌ରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଖିଥାନ୍ତି। କିନ୍ତୁ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। କାରଣ ଏହାର ସମ୍ବନ୍ଧ କେତୁ ଗ୍ରହ ସହ ଥିବାର ବିଶ୍ୱାସ ରହିଛି। ତେଣୁ ଭଗବାନ ଗଣେଶ ଦୁର୍ଘଟଣାକୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି ଓ ଆସୁଥିବା ସମସ୍ତ ବିଘ୍ନକୁ ବି ଟାଳି ଦିଅନ୍ତି । ଏଥିସହ କାର୍‌ରେ ଝୁଲୁଥିବା ଅବସ୍ଥାରେ ହନୁମାନଙ୍କ ଏକ ପ୍ରତିମୂର୍ତ୍ତି ବି ରଖିବା ଉଚିତ । କାରଣ ହନୁମାନ ସବୁବେଳେ ଭକ୍ତଙ୍କୁ ବିପଦରୁ ରକ୍ଷା କରିଥାନ୍ତି।

Advertisment

କଳା କଇଁଛ- ନିଜ କାର୍‌ରେ ସବୁବେଳେ ଏକ କଳା କଇଁଛ ରଖନ୍ତୁ। ବାସ୍ତୁ ଅନୁଯାୟୀ, ଏହାର କାର୍‌ ଭିତରୁ ନକରାତ୍ମକ ଶକ୍ତିକୁ ଦୂର କରି ସକରାତ୍ମକ ଏନର୍ଜୀ ପ୍ରବେଶ କରାଇଥାଏ।

ଚାଇନିଜ ମୁଦ୍ରା।- କାର୍‌ ଭିତରେ ଗୋଲଡେନ ରଙ୍ଗର ମୁଦ୍ରା ଓହଳାଇବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। କାରଣ ଏହା କାର୍‌ର ଡିଜାଇନ, ରଙ୍ଗ, ଇଣ୍ଟେରିଅର ଓ ସାଇଜ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଥାଏ।

ନାଚୁରାଲ ଷ୍ଟୋନ- କାର୍‌ର ଡ୍ୟାସ୍‌ବୋର୍ଡରେ କିଛି ନାଚୁରାଲ ଷ୍ଟୋନ ବା କ୍ରିଷ୍ଟଲ ରଖିବାକୁ ଶୁଭ ବିବେଚନା କରାଯାଇଥାଏ। ବାସ୍ତୁ ଅନୁଯାୟୀ, ଏହା ପୃଥ୍ୱୀ ତତ୍ତ୍ୱ ସହ ଏକ ଗଭୀର ସମ୍ପର୍କ ସ୍ଥାପନ କରିବା ସହ କାର୍‌କୁ ସର୍ବଦା ସୁରକ୍ଷିତ ରଖିଥାଏ।

ପାଣି ବୋତଲ - କାର୍‌ରେ ସବୁବେଳେ ଫୁଲ୍‌ ଥିବା ପାଣି ବୋତଲ ରଖନ୍ତୁ। ବାସ୍ତୁ ଅନୁଯାୟୀ, ଜଳ ତତ୍ତ୍ୱ ସବୁବେଳେ ଆପଣଙ୍କ ବିଚାରଧାରାରେ ସ୍ପଷ୍ଟତା ଆଣିଥାଏ। ଏହା କାର୍‌ରେ ଥିବା ବୈଦ୍ୟୁତିକ ଉପକରଣ ଦ୍ୱାରା କାର୍‌ ଭିତରେ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜାରୁ ମୁକ୍ତି ଦେଇଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe