Advertisment

ବାସ୍ତୁଦୋଷ ସୃଷ୍ଟି କରେ ଝାଡୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସ୍ୱଚ୍ଛ ରଖିବା ପାଇଁ ଝାଡୁ ସାହାଯ୍ୟ କରିଥାଏ। ଠିକ୍ ସେହିପରି ଏହା ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ। ତେବେ ଏହାକୁ ସଠିକ୍ ଭାବେ ବ୍ୟବହାର ନ କଲେ ବା ସଠିକ୍ ସ୍ଥାନରେ ନ ରଖିଲେ ଘରେ ବାସ୍ତୁ ଜନିତ ସମସ୍ୟା ଦେଖାଯାଏ। ଆସନ୍ତୁ ସେ ସମ୍ପର୍କରେ ଜାଣିବା। ୧. ଝାଡୁର ବ୍ୟବହାର ଠିକ୍‌ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡୁ କରିବା […]

ବାସ୍ତୁଦୋଷ ସୃଷ୍ଟି କରେ ଝାଡୁ

jjjj

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସ୍ୱଚ୍ଛ ରଖିବା ପାଇଁ ଝାଡୁ ସାହାଯ୍ୟ କରିଥାଏ। ଠିକ୍ ସେହିପରି ଏହା ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ। ତେବେ ଏହାକୁ ସଠିକ୍ ଭାବେ ବ୍ୟବହାର ନ କଲେ ବା ସଠିକ୍ ସ୍ଥାନରେ ନ ରଖିଲେ ଘରେ ବାସ୍ତୁ ଜନିତ ସମସ୍ୟା ଦେଖାଯାଏ। ଆସନ୍ତୁ ସେ ସମ୍ପର୍କରେ ଜାଣିବା।

Advertisment

୧. ଝାଡୁର ବ୍ୟବହାର ଠିକ୍‌ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡୁ କରିବା ପାଇଁ ମନା କରାଯାଇଥାଏ। ଏହି ସମୟରେ ଝାଡୁ କଲେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଘରୁ ଚାଲିଯାଇଥାଏ। ଏପରିକି ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ହୋଇଥାଏ।

୨. ଝାଡୁକୁ କେବେ ହେଲେ ଘରର ମୁଖ୍ୟଦ୍ୱାର ପାଖରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖଶାନ୍ତି ହ୍ରାସ ହୋଇଥାଏ ଓ କଳହ ବୃଦ୍ଧି ହୋଇଥାଏ।

Advertisment

୩. ଝାଡୁରେ କେବେ ହେଲେ କୌଣସି ପଶୁପକ୍ଷୀଙ୍କୁ ମାରନ୍ତୁ ନାହିଁ। ସେହିପରି ଝାଡୁରେ ପାଦ ରଖନ୍ତୁ ନାହିଁ।

୪. ଘରର କୌଣସି ସଦସ୍ୟ ବାହାରକୁ ଯିବା ସମୟରେ ଝାଡୁ କରନ୍ତୁ ନାହିଁ। ଏହାଦ୍ୱାରା ତାଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ।

୫. ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ। ଏପରି କଲେ ଘରର କେହି ନା କେହି ସଦସ୍ୟ ଅସୁବିଧାରେ ପଡ଼ିଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe