Advertisment

ଦୂର ହୋଇଯିବ ବାସ୍ତୁ ଦୋଷ, ଘରେ ଆଣନ୍ତୁ ଛୋଟ ପରିବର୍ତ୍ତନ

ଘରର ଉତ୍ତର କିମ୍ବା ଉତ୍ତର- ପୂର୍ବ ଦିଗକୁ ସବୁବେଳେ ଖୋଲା ରଖନ୍ତୁ। ଏହି ଦିଗରୁ ଖରା ଓ ଖୋଲା ପବନ ଘରେ ପ୍ରବେଶ କରିବା ଉଚିତ।

Home

Home

Advertisment

ଘରେ ବାସ୍ତୁ ଦୋଷ ଥିଲେ ସମସ୍ୟା କେବେଳ ଆପଣଙ୍କ ପିଛା ଛାଡ଼ିବନି। ଘରେ ଅଶାନ୍ତ ଲାଗି ରହିବା ସହ ମାନସିକ ଅଶାନ୍ତି ଲାଗି ରହିବ । ଏପରି ସ୍ଥିତି ଘରେ ଛୋଟ ଛୋଟ ପରିବର୍ତ୍ତନ ଆଣିଲେ ଆପଣ ନିଜ ଘରେ ଥିବା ବାସ୍ତୁ ଦୋଷକୁ ଦୂର କରି ପାରିବେ। ଆସନ୍ତୁ ଜାଣିବା କିପରି ଘରୁ ଦୂର କରି ହେବ ବାସ୍ତୁ ଦୋଷ ।

Advertisment

ସାଧାରଣତଃ ଘରେ ଟ୍ୟାପରୁ ପାଣି ବୁନ୍ଦା ବନ୍ଦା ପଡ଼ୁଥାଏ। ମାତ୍ର ବାସ୍ତୁ ଅନୁଯାୟୀ, ଏହାକୁ ଶୁଭ ବୋଲି ବିବେଚନା କରାଯାଇ ନ ଥାଏ। ଏଥିଯୋଗୁ ଘରେ ସମୁବେଳେ ଆର୍ଥିକ ସମସ୍ୟା ଲାଗି ରହୁହେ। ତେଣୁ ଘରେ କୌଣସି ଟ୍ୟାପ୍‌ ଖରାପ ହୋଇ ପାଣି ବୁନ୍ଦା ପଡ଼ିଲେ ତାହାକୁ ତୁରନ୍ତ ଠିକ୍‌ କରାଇ ନିଅନ୍ତୁ।

ଘରର ଉତ୍ତର କିମ୍ବା ଉତ୍ତର- ପୂର୍ବ ଦିଗକୁ ସବୁବେଳେ ଖୋଲା ରଖନ୍ତୁ। ଏହି ଦିଗରୁ ଖରା ଓ ଖୋଲା ପବନ ଘରେ ପ୍ରବେଶ କରିବା ଉଚିତ। ଏହି ଦିଗରେ ଝରକା ଥିଲେ, ତାକୁ ସକାଳୁ ସକାଳୁ ତୁରନ୍ତ ଖୋଲି ଦିଅନ୍ତୁ। ଏହି ଦିଗରେ ଖାଲି ଥିବା ଜାଗାକୁ ସବୁବେଳେ ସଫାସୁତୁରା ରଖନ୍ତୁ, ଏହାଦ୍ୱାରା ଜୀବନରେ ପ୍ରଗତି ତ୍ୱରାନ୍ୱିତ ହେବ ।

Advertisment

ଘର ପୋଛିବା ବେଳେ ପାଣିରେ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ। ଲୁଣ ମିଶା ପାଣିରେ ଘର ପୋଛିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ପରିବାରରେ ମନାନ୍ତର, ମତାନ୍ତର ଦୂରେଇ ଯାଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଛୋଟ ଉପାୟ ଦ୍ୱାରା ଆପଣଙ୍କ ଆର୍ଥିକ ଦୁର୍ଗତି ବି ଠିକ୍‌ ହୋଇପାରେ।

ଘର ସଜାଇବା ବେଳେ ସବୁବେଳେ ପ୍ରକୃତିର ସୁନ୍ଦରତା ଦର୍ଶାଉଥିବା ପେଣ୍ଟିଂ ଲଗାନ୍ତୁ। ଏହାବାଦ ଘରର ସୌନ୍ଦର୍ଯ୍ୟକୁ ବଢ଼ାଇବା ନିମନ୍ତେ ଆପଣ ଘରେ ଝୁମର, ଫୁଲ ଆଦି ଘରେ ରଖି ପାରିବେ। ଏହା ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଘରେ ସକରାତ୍ମକ ଏନର୍ଜୀ ଭରି ରହିଥାଏ। ଏହାବାଦ ଘରେ ଧୂପ, ଦୀପ ଜଳାଇ ଚତୁଃର୍ଦିଗକୁ ମହକିତ କଲେ ମାନସିକ ଶାନ୍ତି ଅନୁଭବ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରକୁ ଦେଖିଲେ ଘରେ ରହୁଥିବା ଲୋକଙ୍କ ସମ୍ପର୍କରେ ବହୁ କଥା ଜାଣିହୁଏ। ପରିବାର ସଦସ୍ୟଙ୍କ ହାବଭାବ, ଚାଲିଚଳଣ, ସଂସ୍କାରକୁ ଏହା ପ୍ରତିଫଳିତ କରିଥାଏ। ତେଣୁ ସବୁବେଳେ ମୁଖ୍ୟ ଦ୍ୱାରରେ ଓଁ ବା ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହାଦ୍ୱାରା ଘରର ସୁଖ, ସମୃଦ୍ଧି ବଢ଼ିଥାଏ। ଏହାବାଦ ଘରର ମୁଖ୍ୟ ଦ୍ୱାର ନିକଟରେ ବେଲ ଗଛ, ତୁଳସୀ ଗଛ ତଥା କିଛି ଫୁଲ ଗଛ ଲଗାଇ ଆପଣ ଘରର ବାସ୍ତୁ ଦୋଷ ଦୂର କରିପାରିବେ।

ତେଣୁ ଘରେ ଛୋଟ ଛୋଟ ପରିବର୍ତ୍ତନ କରି ଆପଣ ନିଜ ଭାଗ୍ୟ ଚମକାଇ ପାରିବେ। ଏହାଦ୍ୱାରା ଘର ହସଖୁସି ତଥା ସୁଖ ସମୃଦ୍ଧିରେ ଉଛୁଳି ଉଠିଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe