ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନରେ ସମସ୍ୟା ଲାଗି ରହୁଛି କି? ଆପଣ ସମାଧାନର ବାଟ ବାହାର କରିପାରୁନାହାନ୍ତି। ତାହାଲେ ଏହାର କାରଣ ଆପଣଙ୍କ ଘର ଦ୍ୱାର ବନ୍ଧ ମଧ୍ୟ ହୋଇଥାଇପାରେ। ବାସ୍ତୁଶାସ୍ତ୍ର ଅନୂସାରେ, ଆପଣ ଯଦି ଘରେ କିଛି ମାଙ୍ଗଳିକ ଚିହ୍ନ ରଖିବେ ତାହାଲେ ବିପଦ ଆପଣଙ୍କ ପାଖ ମାଡ଼ିବ ନାହିଁ। ଯଦି ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତାହାଲେ ଘରର ମୁଖ୍ୟ ଦ୍ୱାରରେ ଏହି ସବୁ ଜିନିଷ ଲଗାଇ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ସୁଖ […]

z11

z11

Rosalin Rath
  • Published: Wednesday, 26 June 2019
  • Updated: 28 June 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନରେ ସମସ୍ୟା ଲାଗି ରହୁଛି କି? ଆପଣ ସମାଧାନର ବାଟ ବାହାର କରିପାରୁନାହାନ୍ତି। ତାହାଲେ ଏହାର କାରଣ ଆପଣଙ୍କ ଘର ଦ୍ୱାର ବନ୍ଧ ମଧ୍ୟ ହୋଇଥାଇପାରେ। ବାସ୍ତୁଶାସ୍ତ୍ର ଅନୂସାରେ, ଆପଣ ଯଦି ଘରେ କିଛି ମାଙ୍ଗଳିକ ଚିହ୍ନ ରଖିବେ ତାହାଲେ ବିପଦ ଆପଣଙ୍କ ପାଖ ମାଡ଼ିବ ନାହିଁ। ଯଦି ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତାହାଲେ ଘରର ମୁଖ୍ୟ ଦ୍ୱାରରେ ଏହି ସବୁ ଜିନିଷ ଲଗାଇ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ସୁଖ ସମୃଦ୍ଧିର ଅଧିକାରୀ ହୋଇ ପାରିବେ।

ତାହାଲେ ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ କେଉଁ ସବୁ ଜିନିଷ ଘରର ଦ୍ୱାରରେ ଲଗାଇବା ଆବଶ୍ୟକ।

ମୁଖ୍ୟ ଦ୍ୱାର ଆଗରେ ତୁଳସୀ ଗଛ

ହିନ୍ଦୁ ପରମ୍ପରାରେ ସମସ୍ତେ ଘର ଆଗରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ଏବଂ  ଘରେ ଧନ ସହ ଶାନ୍ତି ବିରାଜମାନ କରିଥାଏ।

ଲଷ୍ମୀଙ୍କ ପାଦ ଚିହ୍ନ

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ମା’ ଲଷ୍ମୀଙ୍କ ପାଦ ଚିହ୍ନ ଲଗାଇବା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହା ସହ ମା’ ଲଷ୍ମୀଙ୍କ କୃପା ଘରେ ସବୁବେଳେ ରହିଥାଏ।

ଲଷ୍ମୀଙ୍କ ଫଟୋ ଚିତ୍ର

ଲଷ୍ମୀଙ୍କ ପାଦ ଚିହ୍ନ ସହ ଘରର ମୁଖ୍ୟ ଦ୍ୱାରରେ ଲଷ୍ମୀଙ୍କ ଫଟୋଚିତ୍ର ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା ଘରେ କେବେବି ଆର୍ଥିକ ସଙ୍କଟ ଦେଖାଦିଏ ନାହିଁ। ଏହା କରିବା ଦ୍ୱାରା ମା’ ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସ୍ୱସ୍ତିକ ଚିହ୍ନ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

କଳା ଘୋଡ଼ା ନାଲ

ବାସ୍ତୁଶାସ୍ତ୍ର ଅନୁସାରେ କଳା ଘୋଡ଼ା ନାଲ ଘର ପାଇଁ ଶୁଭ ହୋଇଥାଏ। ଏହା ଘରକୁ ଖରାପ ନଜରରୁ ରକ୍ଷା କରିଥାଏ। ଏହା ସହ ଘରେ ଧନ ସମ୍ପତ୍ତି ଏବଂ ସୁଖ ଶାନ୍ତି ସବୁବେଳେ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos