Advertisment

ପୂଜା ସ୍ଥାନ ତଳେ ଦେଇଛନ୍ତି କି ପଥର ସ୍ଲାବ? ଜାଣି ରଖନ୍ତୁ ଏହାର ସାଇଡ ଇଫେକ୍ଟ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂଜା ଘର କରିବା ସମୟରେ ପୂଜା ସ୍ଥାନ ତଳେ ପଥରର ସ୍ଲାବ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣ ସବୁବେଳେ କରଜରେ ବୁଡ଼ି ରହିବେ।

Puja Home

Puja Home

Advertisment

ଘରେ ଥିବା ସାମାନ୍ୟ ତ୍ରୁଟି ପାଇଁ ପିଛା ଛାଡ଼େ ନାହିଁ ଅର୍ଥାଭାବ । ଯେତେ ରୋଜଗାର ହେଲେ ବି ଲାଗି ରୁହେ କରଜ । ଏଥିରୁ ମୁକୁଳିବା ଏକ ପ୍ରକାର ଅସମ୍ଭବ ମନେ ହୁଏ। ହେଲେ ବାସ୍ତୁ ଶାସ୍ତ୍ରର କିଛି ନିୟମ ମାନିଲେ ଆପଣ ଏହି ସବୁ ସମ୍ୟାରୁ ମୁକୁଳି ପାରିବେ। ଜାଣି ରଖନ୍ତୁ ଏହି ସବୁ ନିୟମ ।

Advertisment

ଘରର ଇଶାଣ କୋଣରେ ପୂଜା ଘର କରିବାକୁ ଶୁଭ ବିବେଚନା କରାଯାଇଥାଏ। କିନ୍ତୁ ଏଥିନିମନ୍ତେ ଠିକ୍‌ ନିୟମ ପାଳନ ନ କଲେ ଆର୍ଥିକ ଦୁର୍ଗତି ଆପଣଙ୍କ ପିଛା ଛାଡ଼ିବ ନାହିଁ।

ଇଶାଣ କୋଣରେ ପୂଜା ଘର କରିବା ସମୟରେ କିଛି ଦିନ ପ୍ରତି ଧ୍ୟାନ କଲେ ଆପଣଙ୍କ ଘର ସବୁବେଳେ ହସଖୁସିରେ ପୂରି ଉଠିବ ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂଜା ଘର କରିବା ସମୟରେ ପୂଜା ସ୍ଥାନ ତଳେ ପଥରର ସ୍ଲାବ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣ ସବୁବେଳେ କରଜରେ ବୁଡ଼ି ରହିବେ।

ପଥର ବଦଳରେ ଆପଣ କାଠର ସ୍ଲାବ ତିଆରି କରି ପାରିବେ। ନଚେତ ସମ୍ପୂର୍ଣ୍ଣ ଭାବେ କାଠରେ ପୂରା ମନ୍ଦିର ପ୍ରସ୍ତୁତ କରି ପୂଜା କରନ୍ତୁ। ଏଥିପ୍ରତି ଧ୍ୟାନ ରଖିବେ କି କାଠର ମନ୍ଦିର କାନ୍ଥକୁ ସ୍ପର୍ଶ କରିବ ନାହିଁ । ତେଣୁ କାନ୍ଥଠୁ ସାମାନ୍ୟ ହଟାଇ ତାହାକୁ ସ୍ଥାପିତ କରନ୍ତୁ।

ଯଦି ଆପଣ ଉତ୍ତର - ପୂର୍ବ ଦିଗରେ କାଠର ମନ୍ଦିର ନିର୍ମାଣ କରୁଛନ୍ତି ତେବେ ଉକ୍ତ ମନ୍ଦିର ତଳେ ଛୋଟ ଛୋଟ ଗୋଲ ଆକୃତିର ଚକ ରଖନ୍ତୁ।

କରଜରୁ ବର୍ତ୍ତିବା ପାଇଁ ଘରେ କେବେ ବି ଭଙ୍ଗା ବା ଫାଟି ଯାଇଥିବା ବାସନ ରଖନ୍ତୁ ନାହିଁ। ଏପରି ବାସନକୁ ଘରୁ ବାହାର ନ କରିବା ପର୍ଯ୍ୟନ୍ତ ଅର୍ଥାଭାବ ଆପଣଙ୍କ ପିଛା ଛାଡ଼ିବ ନାହିଁ।

ସେହିପରି କରଜରୁ ବର୍ତ୍ତିବା ପାଇଁ ଘରର ଉତ୍ତର ଦିଗରେ ଆଠ କୋଣ ବାଲା ଏକ ଆଇନା ଲଗାନ୍ତୁ। ଘରେ ଏହାକୁ ଲଗାଇବା ଦ୍ୱାରା ବହୁ ଶୁଭ ଫଳ ମିଳିଥାଏ ଓ କରଜ ଟେନସନ୍‌ରୁ ମୁକ୍ତି ମିଳିଥାଏ ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe