Advertisment

ଆପଣ ଆଲମିରାରେ ଲଗାଇଛନ୍ତି କି ମିରର୍‌? ଜାଣନ୍ତୁ , କ’ଣ କହୁଛି ବାସ୍ତୁଶାସ୍ତ୍ର

ଆଲମିରାକୁ ସାଧାରଣତଃ କପଡ଼ା ରଖିବାକୁ ବ୍ୟବହାର କରାଯାଏ। ଆଉ ମିରର୍‌କୁ ଆମେ ମୁହଁ ଦେଖିବାକୁ ବ୍ୟବହାର କରିଥାଉ। ଉଭୟଙ୍କ ଗୁଣ ସମ୍ପୂର୍ଣ୍ଣ। ଅଲଗା।

Mirror

Mirror

Advertisment

ଆଲମିରାକୁ ସାଧାରଣତଃ କପଡ଼ା ରଖିବାକୁ ବ୍ୟବହାର କରାଯାଏ। ଆଉ ମିରର୍‌କୁ ଆମେ ମୁହଁ ଦେଖିବାକୁ ବ୍ୟବହାର କରିଥାଉ। ଉଭୟଙ୍କ ଗୁଣ ସମ୍ପୂର୍ଣ୍ଣ। ଅଲଗା। ଏପରି ସ୍ଥିତିରେ ଘରେ ଜାଗା ସମସ୍ୟା ଦେଖାଦେଲେ ଆମେ ଏହି ଦୁଇଟିକୁ ମିଶାଇ 2-in-1 କରି ଦେଇଥାଉ। ଅର୍ଥାତ ଆଲମିରା ଡୋରରେ ମିରର୍‌କୁ ଲଗାଇ ଦେଇଥାଉ। ଏହାଦ୍ୱାରା ଘରେ ଜାଗା ସମସ୍ୟାରୁ ଆମେ ବଞ୍ଚି ଯାଇପାରୁ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା କେତେ ଠିକ୍‌ ତାହା ଜାଣିଛନ୍ତି କି?

Advertisment

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆଲମିରାକୁ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ରଖିବା ଉଚିତ । ଅପରପକ୍ଷେ, ମିରର୍‌କୁ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ସବୁଠୁ ଭଲ ।

ତେଣୁ ଆଲମିରା ଡୋରରେ ମିରର୍‌କୁ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।

Advertisment

ବାସ୍ତୁଶାସ୍ତ୍ର ଅନୁଯାୟୀ, ଡାଇନିଂ ରୁମ୍‌ରେ ବଡ଼ ଆକୃତିର ମିରର୍‌ ଲଗାଇବାକୁ ଖୁବ୍‌ ଭଲ ବୋଲି କୁହାଯାଇଥାଏ । ଏହା ଘରେ ପଜିଟିଭ ଏନର୍ଜୀ ଭରି ଦେଇଥାଏ।

ଡାଇନିଂ ରୁମ୍‌ରେ ଠିକ୍‌ ଡାଇନିଂ ଟେବୁଲ ସମ୍ମୁଖରେ ବଡ଼ ଆକୃତିର ମିରର୍‌ ଲଗାଇବା ଦ୍ୱାରା ସେଥିରେ ଖାଦ୍ୟ ଦୁଇଗୁଣ ଆକାରର ଦେଖା ଦେଇଥାଏ । ଏହାଦ୍ୱାରା ଭୋକ ଅଧିକ ଲାଗିଥାଏ ଓ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବି ଭଲ ରହିଥାଏ।

ଏହାବାଦ ଆପଣଙ୍କ ରୋଷେଇ ଘର ପଶ୍ଚିମମୁଖି ହୋଇଥିଲେ ଏହାର ଅପର ପାର୍ଶ୍ୱରେ ଅର୍ଥାତ ପୂର୍ବ ଦିଗରେ ଏକ ଗୋଲ ମିରର୍‌ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ରୋଷେଇ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ ।

ଘରର କେଉଁ କୋଣରେ ଲଗାଇବେ ମିରର?

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ, ପଶ୍ଚିମ ଦିଗ ନଚେତ ଆଗ୍ନେୟ ଓ ବାୟୁ କୋଣରେ ଥିବା କାନ୍ଥରେ ଆପଣ ମିରର୍‌ ଲଗାଇ ପାରିବେ। ଏହାବାଦ ଅନ୍ୟ ଦିଗରେ ମିରର୍‌ ଲଗାଇଲେ ଏହାର ନକରାତ୍ମକ ପ୍ରଭାବ ଘର ଉପରେ ପଡ଼ିପାରେ। ପରିବାର ଲୋକଙ୍କ 

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe