Advertisment

ଦୋକାନରୁ ମିଳୁନି ଲାଭ; ଜାଣନ୍ତୁ, କିପରି ପ୍ରବେଶ କରିବେ, କେଉଁଠି ପକାଇବେ କୁର୍ସି

ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ । ଏଥିପାଇଁ ସବୁବେଳେ ଘାରୁଛି ମାନସିକ ଦୁଶ୍ଚିନ୍ତା ।   ଏହାର କାରଣ ହୋଇପାରେ କି ବାସ୍ତୁ ଦୋଷ। ହୁଏତ ବ୍ୟସ୍ତତା ହେତୁ  ଏପରି  କିଛି ଜିନିଷକୁ ନଜର ଅନ୍ଦାଜ କରି ଦେଉଥିବେ ଯାହାର […]

author-image
Niharika Rout
ଦୋକାନରୁ ମିଳୁନି ଲାଭ; ଜାଣନ୍ତୁ, କିପରି ପ୍ରବେଶ କରିବେ, କେଉଁଠି ପକାଇବେ କୁର୍ସି

shop

ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ । ଏଥିପାଇଁ ସବୁବେଳେ ଘାରୁଛି ମାନସିକ ଦୁଶ୍ଚିନ୍ତା ।   ଏହାର କାରଣ ହୋଇପାରେ କି ବାସ୍ତୁ ଦୋଷ। ହୁଏତ ବ୍ୟସ୍ତତା ହେତୁ  ଏପରି  କିଛି ଜିନିଷକୁ ନଜର ଅନ୍ଦାଜ କରି ଦେଉଥିବେ ଯାହାର ଫଳ ଆପଣଙ୍କୁ ଭୋଗିବାକୁ ପଡ଼ୁଛି। ଜାଣି ରଖନ୍ତୁ, ବାସ୍ତୁ ଅନୁଯାୟୀ, କେଉଁ କୋଣରେ ଦୋକାନ ବସିବା ଦରକାର ଓ କିପରି ଦୋକାନରେ ପ୍ରବେଶ କଲେ ମିଳିବ ଆଶାତୀତ ଲାଭ ।

Advertisment

ଦୋକାନ ଖୋଲିବା ସମୟରେ ସବୁବେଳେ ନିଜ ଜୋତା, ଚପଲକୁ ବାହାରେ ଏକ ପାର୍ଶ୍ୱରେ ରଖି ଦେଇ ଦୋକାନରେ ପ୍ରବେଶ କରନ୍ତୁ।  ଏହାପରେ ସବୁବେଳେ ନିଜ ଡାହଣ ପାଦ ପ୍ରଥମେ ଦୋକାନ ଭିତରେ ପ୍ରବେଶ କରାନ୍ତୁ। ଏହାଦ୍ୱାରା ଦୋକାନର ଉନ୍ନତି ହେବା ସହ ଆପଣଙ୍କ ମନ ବି ପ୍ରସନ୍ନ ରହିବ ।

[caption id="attachment_718284" align="aligncenter" width="650"]shop Representational Image[/caption]

Advertisment

ଏହାବାଦ ଦୋକାନ ବସୁଥିବା ଦିଗର  ପ୍ରଭାବ ମଧ୍ୟ ବେପାର ଉପରେ ପଡ଼ିଥାଏ। ବାସ୍ତୁ ଅନୁଯାୟୀ, ଦୋକାନର ମାଲିକ ଉତ୍ତର ଦିଗକୁ ମୁହଁ କରି ବସିବା ଆବଶ୍ୟକ । କାରଣ ଉତ୍ତର ଦିଗକୁ ଧନର ଦିଗ ବା କୁବେରଙ୍କ ଦିଗ ବୋଲି ଧରା ଯାଇଥାଏ। ତେଣୁ ଆପଣ ଏହି ଦିଗକୁ ମୁହଁ କରି ବସିଲେ କୁବେର ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ଓ ଧନର ଅଭାବ ଅନୁଭୂତ ହୁଏ ନାହିଁ ।

ବାସ୍ତୁ ଅନୁଯାୟୀ, ଦୋକାନରେ ଆପଣ ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ନିଜ କୁର୍ସି ପକାନ୍ତୁ। ଫଳରେ  ଉତ୍ତର ତଥା ପୂର୍ବ ଦିଗକୁ ଆପଣ ମୁହଁ କରି ବସିବେ। କିନ୍ତୁ ଇଶାଣ ବା ଆଗ୍ନେୟ କୋଣରେ ଭୁଲ୍‌ରେ ବି କୁର୍ସି ପକାନ୍ତୁ ନାହିଁ।

ଯଦି ଦୋକାନୀ ନିଜ ଦୋକାନରେ କ୍ୟାବିନ ବା ଚାମ୍ବର କରି ବସୁଛନ୍ତି, ତେବେ ଏଥିନିମନ୍ତେ ଦକ୍ଷିଣ-ପଶ୍ଚିମ ଦିଗକୁ ହିଁ ବାଛନ୍ତୁ।   ଆପଣ ନିଜ କ୍ୟାବିନର ପ୍ରବେଶ ଦ୍ୱାର ଇଶାନ କୋଣ, ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ କରି ପାରନ୍ତି। ଏହା ଆପଣଙ୍କ କ୍ୟାବିନ ପାଇଁ ତାହା ଉପଯୁକ୍ତ। ଏପରି ବାସ୍ତୁ ଟିପ୍ସକୁ ଫଲୋ କରି କିଛି ଦିନ ମଧ୍ୟରେ ଫରକ ଅନୁଭବ କରନ୍ତୁ ।