Advertisment

ଘରେ ତଳେ ରଖିଛନ୍ତି କି ଦେବାଦେବୀଙ୍କ ଫଟୋ, ହୋଇପାରନ୍ତି କୋପର ଶିକାର

ସବୁ ଧର୍ମାବଲମ୍ବୀ ନିଜ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ଉପାୟରେ ପୂଜା କରିଥାନ୍ତି। ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ ପାଳନ କରିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀ ମୁଖ୍ୟତଃ ମନ୍ଦିର ଯିବା ସହ ଘରେ ବି ବିଭିନ୍ନ ଦେବାଦେବୀଙ୍କ ପୂଜା କରିଥାନ୍ତି। ଏଥିନିମନ୍ତେ ସେମାନେ ଘରେ ନାନାବିଧି ପୂଜା ସାମଗ୍ରୀ ରଖିଥାନ୍ତି । ହେଲେ ବାସ୍ତୁ ଅନୁଯାୟୀ ପୂଜା ସାମଗ୍ରୀ କେଉଁଠି ରଖିବା ଜାଣି ରଖନ୍ତୁ। ଦୀପ- ଦୀପ, ଆଳତି ବିନା ଅଧୁରା ରୁହେ ପୂଜାପାଠ ।  ପୂଜାପାଠ ବ୍ୟତୀତ ଶୁଭ […]

ଘରେ ତଳେ ରଖିଛନ୍ତି କି ଦେବାଦେବୀଙ୍କ ଫଟୋ, ହୋଇପାରନ୍ତି କୋପର ଶିକାର

puja

Advertisment

ସବୁ ଧର୍ମାବଲମ୍ବୀ ନିଜ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ଉପାୟରେ ପୂଜା କରିଥାନ୍ତି। ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ ପାଳନ କରିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀ ମୁଖ୍ୟତଃ ମନ୍ଦିର ଯିବା ସହ ଘରେ ବି ବିଭିନ୍ନ ଦେବାଦେବୀଙ୍କ ପୂଜା କରିଥାନ୍ତି। ଏଥିନିମନ୍ତେ ସେମାନେ ଘରେ ନାନାବିଧି ପୂଜା ସାମଗ୍ରୀ ରଖିଥାନ୍ତି । ହେଲେ ବାସ୍ତୁ ଅନୁଯାୟୀ ପୂଜା ସାମଗ୍ରୀ କେଉଁଠି ରଖିବା ଜାଣି ରଖନ୍ତୁ।

Advertisment

ଦୀପ- ଦୀପ, ଆଳତି ବିନା ଅଧୁରା ରୁହେ ପୂଜାପାଠ ।  ପୂଜାପାଠ ବ୍ୟତୀତ ଶୁଭ କାମରେ ମଧ୍ୟ ଦୀପ ଜଳାଇବା ବିଧୀ ରହିଛି। ହେଲେ ପୂଜା-ଆଳତି କରିବା ସମୟରେ କେବେ ବି ଦୀପକୁ ଚଟାଣ ଉପରେ ରଖନ୍ତୁ ନାହିଁ । ଏହାକୁ ସର୍ବଦା ଥାଳି ଉପରେ କିମ୍ବା କୌଣସି ଷ୍ଟାଣ୍ଡ ଉପରେ ରଖନ୍ତୁ। ଦୀପକୁ ତଳେ ରଖିବା ଦ୍ୱାରା ଦେବୀଦେବତାଙ୍କ କୋପ ଦୃଷ୍ଟି ପଡ଼ିଥାଏ।

[caption id="attachment_712519" align="aligncenter" width="650"]dia Representational Image[/caption]

Advertisment

ଶଙ୍ଖ -ହିନ୍ଦୁ ଧର୍ମରେ ଶଙ୍ଖକୁ ବହୁତ ପବିତ୍ର ବୋଲି ଧରାଯାଏ , ଏହାର ମହତ୍ତ୍ୱ ବି ଖୁବ୍‌ ଅଧିକ । ପୂଜାପାଠ ଓ ପର୍ବପର୍ବାଣୀରେ ଶଙ୍ଖ ଫୁଙ୍କିବାକୁ ବେଶ୍‌ ଶୁଭ ବୋଲି ଧରାଯାଏ । ଘରେ ଶଙ୍ଖ ଫୁଙ୍କିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ଓ ଘରେ ସଦାସର୍ବଦା ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ରହିଥାଏ । ଘରେ ଶଙ୍ଖ ରହିବାକୁ ଶୁଭ ବୋଲି ଧରାଯାଏ । କିନ୍ତୁ ଏହାକୁ କେବେ ବି ଚଟାଣ ଉପରେ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ଓ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ ।

[caption id="attachment_712520" align="aligncenter" width="650"]sankha Representational Image[/caption]

ସୁନା ଅଳଙ୍କାର-ଘରେ ଥିବା ସୁନା ଅଳଙ୍କାରକୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୂପେ ବିବେଚନା କରାଯାଏ। ଏପରିକି ମା’ ଲକ୍ଷ୍ମୀଙ୍କ ପୂଜାରେ ବି ଘରର ଗହଣାକୁ ମା’ଙ୍କ ପାଦ ତଳେ ରଖି ପୂଜା କରାଯାଇଥାଏ। ତେଣୁ ଏହାକୁ କେବେ ବି ତଳେ ରଖନ୍ତୁ ନାହିଁ। କିମ୍ବା ପାଦରେ ପିନ୍ଧନ୍ତୁ ନାହିଁ। ଏହାକୁ ସବୁବେଳେ କୌଣସି କପଡ଼ା ଉପରେ ରଖନ୍ତୁ।

[caption id="attachment_712521" align="aligncenter" width="650"]puja Representational Image[/caption]

ଦେବାଦେବୀଙ୍କ ମୂର୍ତ୍ତି-ଦେବାଦେବୀଙ୍କ ମୂର୍ତ୍ତି ଓ ଫଟୋକୁ ସବୁବେଳେ ବହୁତ ସମ୍ମାନ ସହ ରଖିବା ଦରକାର। ଠାକୁର ରଖିବା ସ୍ଥାନକୁ ସଫା କରିବା ସମୟରେ ମଧ୍ୟ ସମସ୍ତ ଫଟୋକୁ ତଳେ ରଖିବା ଉଚିତ ନୁହେଁ। ଏହା ଠାକୁରଙ୍କୁ ଅସମ୍ମାନ ପ୍ରଦର୍ଶନ  ବୋଲି ଧରାଯାଏ । ତେଣୁ ମୂର୍ତ୍ତି ତଥା ଠାକୁରଙ୍କ ଫଟୋକୁ ସବୁବେଳେ କପଡ଼ା ଉପରେ ନ ହେଲେ ଥାଳି ଉପରେ ନଚେତ ଚୌକି ପରେ ରଖନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe