House
1.ଗୃହର ଅଗ୍ନିକୋଣ ୧୩୫ ଡିଗ୍ରୀ ଦକ୍ଷିଣ-ପୂର୍ବକୁ ବୁଝାଇଥାଏ। ଏହି ଅଗ୍ନିକୋଣ ହେଉଛି ଗୃହର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ।
2.ଗୃହର ଅଗ୍ନିକୋଣରେ ଦ୍ୱାର ରହିଲେ ବ୍ୟବସାୟରେ ଆସିଥାଏ ସମସ୍ୟା।
3.ଗୃହର ଅଗ୍ନିକୋଣର ରଙ୍ଗ କଳା, ନୀଳ ବା ସବୁଜ ହେଲେ ଗୃହରେ ଆର୍ଥିକ ସଂକଟ ଦେଖାଦେଇଥାଏ।
4.ଗୃହର ଅଗ୍ନିକୋଣରେ ସିଡ଼ି ଥିଲେ ମାନସିକ ଚାପ ବୃଦ୍ଧି ହୋଇଥାଏ।
5.ଗୃହର ଅଗ୍ନିକୋଣରେ ପାଇଖାନା ଥିଲେ ଆର୍ଥିକ ସ୍ଥିତି ଖରାପ ହେବା ସହିତ ଅପମାନଜନକ ସ୍ଥିତି ଓ ମାରାତ୍ମକ ରୋଗ ମଧ୍ୟ ଦେଖାଦେଇଥାଏ ।
6.ଗୃହର ଅଗ୍ନିକୋଣ ନିଚା ହେଲେ କିମ୍ବା ଅଗ୍ନିକୋଣରେ ବେସିନ୍ ଥିଲେ ଏବଂ ବେସିନରୁ ପାଣି ପଡ଼ୁଥିଲେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
7.ଗୃହର ଅଗ୍ନିକୋଣ ବୃଦ୍ଧି ହୋଇଥିଲେ ଦୁର୍ଘଟଣା ଘଟିଥାଏ।
8. ଗୃହର ଅଗ୍ନିକୋଣକୁ ସଦା ସର୍ବଦା ସଫା ରଖିବା ସହିତ ଗୋଲାପି କିମ୍ବା ଲାଲ ରଙ୍ଗ କଲେ ସର୍ବଦା ଶୁଭଫଳ ପ୍ରାପ୍ତ ହେବ ।
9.ଅଗ୍ନିକୋଣରେ କେବେ ହେଲେ ସିଡ଼ି କିମ୍ବା ପାଇଖାନା ନିର୍ମାଣ କରିବେ ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/House_1719119635.jpg)