House
ବାସ୍ତୁବିଦ୍ଙ୍କ ମତରେ ବାସ୍ତୁ ଦୋଷ ଥିଲେ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ ନାହିଁ। ବାରମ୍ବାର ନିର୍ମାଣ କାର୍ଯ୍ୟ ଅଟକି ଯାଏ। ଅର୍ଥର କୌଣସି ଅଭାବ ନଥିଲେ ହେଁ କିଛି ନା କିଛି କାରଣ ଯୋଗୁ ସମସ୍ୟା ଉପୁଜି ଥାଏ। ତା’ହେଲେ ଘର କଲା ବେଳେ କେଉଁ କେଉଁ ଦିଗଗୁଡ଼ିକୁ ଧ୍ୟାନରେ ରଖିବାକୁ ହୁଏ, ସେ ନେଇ କିଛି ଟିପ୍ସ ଦେଇଛନ୍ତି ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା।
୧) ତିଥି, ନକ୍ଷତ୍ର, ରାଶି, ବାର ଆଦିକୁ ବିଚାର ନ କରି ଗୃହ ଶୁଭ ଦେଲେ ତାହା କେବେବି ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୨) ଶନିବାର, ମଙ୍ଗଳବାର, ଅମାବାସ୍ୟା, ରିକ୍ତା ତିଥି, ପାପ ଚନ୍ଦ୍ର, ଚନ୍ଦ୍ର କ୍ଷୟ ଭଳି ଦିନଗୁଡ଼ିକରେ ଗୃହ ଶୁଭ ଦେଲେ ତାହା ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୩) ମଶାଣି ଭୂମି, ଉଇ ହୁଙ୍କାଯୁକ୍ତ ଭୂମି, ଗୋଚର ଭୂମି ଓ ଦାନ ଭୂମି ଆଦିରେ ଶୁଭ ଦେଇ ଗୃହ ନିର୍ମାଣ କଲେ ଗୃହ ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୪) ବିଦିସା ଭୂମିରେ ଗୃହ ଆରମ୍ଭ କଲେ ଗୃହ ସମ୍ପୂର୍ଣ୍ଣ ହେବାରେ ସମସ୍ୟା ହୋଇଥାଏ ।
୫) ଗୃହ ଅଗ୍ନିମୋଡ଼ ହେବା ଦ୍ୱାରା ମଧ୍ୟ ସଂପୂର୍ଣ୍ଣ ହୋଇପାରେ ନାହିଁ । ଗୃହ କର୍ତ୍ତା ଓ ଅନ୍ୟ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
ପ୍ରତିକାର
ଏହି ଭଳି ସ୍ଥିତି ଥିଲେ ଓ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରୁ ନଥିଲେ ଭୂମିକୁ ଶୋଧନ କରିବା ସହିତ ଭୂମିଲକ୍ଷ୍ମୀ ନରସିଂହଙ୍କ ପୂଜା କରିବା ଦ୍ୱାରା ଗୃହ ନିଶ୍ଚୟ ସଂପୂର୍ଣ୍ଣ ହୋଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/House_1709438425.jpg)