Advertisment

ପାଖେଇ ଆସୁଛି ହୋଲି; ଜାଣନ୍ତୁ, କେଉଁ ରଙ୍ଗ ଖେଳିଲେ ପାଇବେ ଶୁଭ ଫଳ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ କିଛି ନିୟମ ପାଳନ କରିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଜୀବନ ହସଖୁସିରେ ପୂରି ଉଠିବ ଓ ଏହାର ସକରାତ୍ମକ ପରିଣାମ ପାଇପାରିବେ।

author-image
Niharika Rout
Holi

Holi

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ହର୍ଷ ଉଲ୍ଲାସର ସହ ସମସ୍ତେ ଏହାକୁ ପାଳନ କରିଥାନ୍ତି। ସବୁ ଭେଦଭାବ ଭୁଲି ସମସ୍ତେ ଏହି ଦିନ ପରସ୍ପରକୁ ରଙ୍ଗ ବୋଳିବା ସହ ମିଠା ଖୁଆଇଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ କିଛି ନିୟମ ପାଳନ କରିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଜୀବନ ହସଖୁସିରେ ପୂରି ଉଠିବ ଓ ଏହାର ସକରାତ୍ମକ ପରିଣାମ ପାଇପାରିବେ।

Advertisment

ଆଜି ଆସନ୍ତୁ ଜାଣିବା ହୋଲି ଖେଳିବା ସହ ସମ୍ପର୍କୀତ କିଛି ବାସ୍ତୁ ଟିପ୍ସ । ଏହାକୁ ପାଳନ କରି ଆପଣ ବେଶ ହସଖୁସିରେ ରଙ୍ଗର ପର୍ବକୁ ପାଳନ କରି ପାରିବେ।

ବାସ୍ତୁ ଅନୁଯାୟୀ, ଯଦି ଆପଣ ପରିବାର ସଦସ୍ୟ କିମ୍ବା ସାଙ୍ଗଙ୍କ ସହ ହୋଲି ଖେଳୁଛନ୍ତି ତେବେ ଏହି ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ଘର ଉତ୍ତର ଦିଗରେ ରହିଛି, ତେବେ ଉତ୍ତରମୁଖୀ ଘରେ ହୋଲି ଖେଳିବା ସମୟରେ ଏହାର ରଙ୍ଗ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଆପଣ ଲାଲ, ସବୁଜ, ଗାଢ଼ ତଥା ଫିକା ନୀଳ ରଙ୍ଗରେ ହୋଲି ଖେଳିଲେ ତାହାକୁ ଶୁଭ ବିବେଚନା କରାଯାଇଥାଏ।

Advertisment

ଏହି ସବୁ ରଙ୍ଗ ଦ୍ୱାରା ହୋଲି ଖେଳିବା ସମୟରେ ଆପଣଙ୍କୁ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ସକରାତ୍ମକ ଉର୍ଜା ବି ଆପଣ ଅନୁଭବ କରି ପାରିଥାନ୍ତି।

ଯଦି ଆପଣଙ୍କ ଘରର ମୁହଁ ଦକ୍ଷିଣ ଦିଗକୁ ରହିଛି ତେବେ ଆପଣ ଗୋଲାପି, ନାରଙ୍ଗୀ ଓ ଲାଲ ରଙ୍ଗରେ ହୋଲି ଖେଳି ପାରିବେ। ବାସ୍ତୁ ଅନୁଯାୟୀ, ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଥାଏ ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଥାଏ।

ଯଦି ଆପଣଙ୍କ ଘର ପୂର୍ବ ଦିଗକୁ ମୁହଁ କରି ରହିଛି ତେବେ ଆପଣ ଗାଢ଼ା ରଙ୍ଗରେ ହୋଲି ଖେଳି ପାରିବେ। ଆପଣ ଗାଢ଼ା ରଙ୍ଗର  ଲାଲ, ନୀଳ, ଗୋଲାପୀ, ନାରଙ୍ଗୀ ଆଦି ରଙ୍ଗର ବ୍ୟବହାର କରି ହୋଲିର ମଜା ନେଇ ପାରିବେ। ଏହି ରଙ୍ଗ ଦ୍ୱାରା ହୋଲି ଖେଳିଲେ ମାନ-ସମ୍ମାନ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି ଆପଣଙ୍କ ଘର ପଶ୍ଚିମମୁହାଁ ହୋଇଥିଲେ ଆପଣ ହାଲକା ନୀଳ, ଗୋଲଡେନ ତଥା ଧଳା ରଙ୍ଗରେ ହୋଲି ଖେଳିବା ଉଚିତ । ଏପରି କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Vastu Tips