Advertisment

ରୋଷେଇ ଘରେ ଓଲଟାଇ ରଖୁଛନ୍ତି ଏହିସବୁ ଜିନିଷ; ମାଡ଼ି ଆସିବ ବିପଦ

ରୋ଼ଷେଇ ଘରେ ଏମତି ରଖନ୍ତୁ ତାୱା ଓ କଡ଼େଇ, ବଦଳି ଯିବ ଭାଗ୍ୟ।

author-image
Tapaswini Nayak
vastu tips

vastu tips

ଆମେ ସାଧାରଣଃତ ବାସନ ଧୋଇ ସାରିବା ପରେ ତାକୁ ଆମେ ଓଲଟାଇ ରଖି ଦେଇଥାନ୍ତି। ହେଲେ ଜାଣିଛନ୍ତି ରୋଷେଇ ଘର ସହ ଜଡିତ ରହିଛି ଅନେକ ବାସ୍ତୁ ନିୟମ। ଯାହାର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିବା ସହ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।

Advertisment

ଆମେ ବାସନ ଧୋଇ ସାରିବା ପରେ ତାକୁ ଓଲଟାଇ ରଖି ଦେଇଥାନ୍ତି। ଏପରି କିଛି ବାସନ ରହିଛି, ଯାହାକୁ ଆମେ ଓଲଟାଇ ରଖିଲେ ମା’ ଲକ୍ଷ୍ମୀ କୃପା ମିଳିନଥାଏ। ଘରେ ଅଭାବ ଅନାଟନ ଲାଗି ରହିଥାଏ। ଏହାସହ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ରୋଷେଇ  ଘରେ କେଉଁ ବାସନ ଓଲଟା ରଖିଲେ ଏପରି ସମସ୍ୟା ଦେଖାଯାଇଥାଏ।

କଡ଼େଇ: ଘରେ ରୋଷେଇ କରିବାପରେ ଆମେ କଡ଼େଇକୁ ଧୋଇ ଓଲଟାଇ ରଖି ଦିଅନ୍ତୁ। ଏପରି କରୁଥିଲେ, ଆଜି ଠାରୁ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଘରେ ଅଭାବ, ଅନାଟନ ଲାଗି ରହିଥାଏ। ରୋଷେଇ କରିବା ପରେ ଖାଲି କଡ଼େଇକୁ ଗ୍ୟାସ ଉପରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

Advertisment

ତାୱା: ରୋଷେଇ ଘରେ ତାୱାକୁ ଓଲଟାଇ ରଖନ୍ତୁ ନାହିଁ। ଏହା କରିବା ଅଶୁଭ ହୋଇଥାଏ। ଘରେ ଅଭାବ ଅନାଟନ ଲାଗି ରହିବା ସହ ଅଶାନ୍ତି ଲାଗି ରହିଥାଏ। ତାୱା କିମ୍ବା କଡେଇ ଗରମ ଥିଲେ ସେଥିରେ ଆଦୌ ପାଣି ପକାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତାୱା ଓ କଡେଇ ରାହୁ ଗ୍ରହଙ୍କ ସହ ଜଡିତ ବୋଲି ମାନ୍ୟତା ରହିଛି।

Astrology