Advertisment

ଘରେ ଏସବୁ ଜିନିଷକୁ କେବେ ଖାଲି ରଖନ୍ତୁ ନାହିଁ, ନଚେତ ହୋଇଯିବେ କାଙ୍ଗାଳ

ଘର ସୁଖ ସମୃଦ୍ଧିରେ ପୂରି ଉଠିବ ଯଦି ଆମେ କିଛି ଛୋଟ ଛୋଟ ନିୟମର ପାଳନ କରିବା। ନଚେତ ଦୁର୍ଦ୍ଦଶା ପରିବାର ସଦସ୍ୟଙ୍କ ପିଛା ଛାଡ଼ିବନି।

author-image
Niharika Rout
Home

Home

ଘର ସୁଖ ସମୃଦ୍ଧିରେ ପୂରି ଉଠିବ ଯଦି ଆମେ କିଛି ଛୋଟ ଛୋଟ ନିୟମର ପାଳନ କରିବା। ନଚେତ ଦୁର୍ଦ୍ଦଶା ପରିବାର ସଦସ୍ୟଙ୍କ ପିଛା ଛାଡ଼ିବନି। ସୁଖ ସୁବିଧା ସବୁ ହଜିଯିବ, ମାନସିକ ଦୁଶ୍ଚିନ୍ତା କଲବଲ କରିବ ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଏପରି କିଛି ଜିନିଷ ଅଛି ଯାହାକୁ କି କେବେ ଖୋଲା ରଖିବା ଉଚିତ ନୁହେଁ। ନଚେତ ସବୁବେଳେ ଦୁର୍ଦ୍ଦଶା ଲାଗି ରହିବ ।

ଘରେ ଅନ୍ନ ରଖୁଥିବା ପାତ୍ରକୁ କେବେ ବି ଖୋଲା ଛାଡ଼ନ୍ତୁ ନାହିଁ। ଏହାକୁ ସବୁବେଳେ ବନ୍ଦ କରି ରଖନ୍ତୁ । ଯେଉଁ ଘରେ ଅନ୍ନ ପାତ୍ର ସବୁବେଳେ ଖୋଲା ପଡ଼ିଥାଏ, ସେ ଘରେ ସବୁବେଳେ ଅଭାବ, ଅନଟନ ଲାଗି ରୁହେ। ଏପରି ମାନସିକତାର ଲୋକଙ୍କ ଉପରେ ମା’ ଅନ୍ନପୂର୍ଣ୍ଣ କେବେ ବି ପ୍ରସନ୍ନ ହୋଇ ନ ଥାନ୍ତି ।

Advertisment

ରୋଷେଇ ଘରେ କୌଣସି ଡବା ଖାଲି ରଖନ୍ତୁ ନାହିଁ। ଜିନିଷ ସରିବା ପୂର୍ବରୁ ତାହାକୁ ଭର୍ତ୍ତି କରି ଦିଅନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ।

ବାଥରୁମ୍‌ ବାଲଟିକୁ କେବେ ବି ପୂରା ଖାଲି କରି ଦିଅନ୍ତୁ ନାହିଁ। ସବୁବେଳେ ସେଥିରେ ଅଳ୍ପ କିମ୍ବା ବହୁତ ପାଣି ଭର୍ତ୍ତି କରି ରଖନ୍ତୁ। ଉକ୍ତ ବାଲଟିରେ ପାଣି ଭର୍ତ୍ତି କରି ନ ରଖିଲେ ତାହାକୁ ଓଲଟାଇ ରଖି ଦିଅନ୍ତୁ।

ଠାକୁର ଘରେ ଥିବା କଳସକୁ କେବେ ଖାଲି ଛାଡ଼ନ୍ତୁ ନାହିଁ। କଳସରେ ସବୁବେଳେ ପାଣିରେ ଭର୍ତ୍ତି କରି ରଖନ୍ତୁ। ଏଥିସହ ତା’ ଉପରେ ଏକ ଆମ୍ବ ଡାଳ ବା ଶ୍ରୀଫଳ ରଖି ପାରିବେ।

ପର୍ସକୁ କେତେବେଳେ ଫି ଫାଙ୍କା କରି ଦିଅନ୍ତୁ ନାହିଁ। ବହୁ ପ୍ରତିକୂଳ ପରିସ୍ଥିତିରେ ବି ତା’ ଭିତରେ ଗୋଟିଏ କଏନ ପକାଇ ଦିଅନ୍ତୁ। କିନ୍ତୁ ଏହାକୁ କେବେ କି ପୂରା ଖାଲି ହେବାକୁ ଛାଡ଼ନ୍ତୁ ନାହିଁ।

Vastu Tips