Advertisment

ଘରେ ଲାଗି ରହୁଛି କି କଳି ଝଗଡ଼ା, ଜାଣନ୍ତୁ, ରହିଛି କି ବାସ୍ତୁ ଦୋଷ ?

ଯଦି ଆପଣଙ୍କ ଘରେ ଟଙ୍କା ପଇସା ସମ୍ବନ୍ଧିତ ଗଣ୍ଡଗୋଳ ଅର୍ଥାତ ଘର ଖର୍ଚ୍ଚ କିମ୍ବା କିଛି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହୁଛି ଏହାର ସିଧା ସମ୍ପର୍କ ଘରେ ଥିବା ଆଲମାରୀର ଦିଗ ସହ ରହିଛି। ଘର ଆଲମାରୀକୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଁହ କରି ରଖନ୍ତୁ। ଦେଖିବେ କିପରି କଳହ ଦୂର ହୋଇଯିବ।

Vastu tips

Vastu tips

Advertisment

ସାଧାରଣତଃ ଲୋକେ ଘରକୁ ବୈକୁଣ୍ଠପୁର ସହ ତୁଳନା କରିଥାନ୍ତି। ଏହି ବୈକୁଣ୍ଠପୁରରେ ପରିବାର ଲୋକଙ୍କ ସହ ସୁଖଶାନ୍ତିର ରହିବାକୁ ଚାହିଁଥାନ୍ତି। ଘରେ ସବୁ ପ୍ରକାର ସୁଖସୁବିଧା ଥାଇ ଵି ବେଳେ ବେଳେ ଘରେ ସୁଖଶାନ୍ତି ହଜିଯାଏ l ଘର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା, ଆପୋଷ ବୁଝାମଣା କମିଯାଏ। ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିବା ଯୋଗୁ ସବୁବେଳେ ମାନସିକ ଅଶାନ୍ତି ଲାଗି ରୁହେ। କେବେ ଭାବିଛନ୍ତି ବାସ୍ତୁ ଦୋଷ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଥାଇପାରେ। ଆସନ୍ତୁ ଜାଣିବା କିପରି। ଏହାର କିପରି କରିବା ନିରାକରଣର।

Advertisment

ଯଦି ଆପଣଙ୍କ ଘରେ ଟଙ୍କା ପଇସା ସମ୍ବନ୍ଧିତ ଗଣ୍ଡଗୋଳ ଅର୍ଥାତ ଘର ଖର୍ଚ୍ଚ କିମ୍ବା କିଛି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହୁଛି ଏହାର ସିଧା ସମ୍ପର୍କ ଘରେ ଥିବା ଆଲମାରୀର ଦିଗ ସହ ରହିଛି। ଘର ଆଲମାରୀକୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଁହ କରି ରଖନ୍ତୁ। ଦେଖିବେ କିପରି କଳହ ଦୂର ହୋଇଯିବ। 

ସେହିପରି ଦାମ୍ପତ୍ୟ ଜୀବନରେ କଳହ ଆରମ୍ଭ ହେଲେ ବେଡ଼ରୁମର କଲର କିପରି ରହିଛି ଧ୍ୟାନ ଦିଅନ୍ତୁ। ବେଡ଼ରୁମ ରଙ୍ଗ କେବେ ଵି ଡାର୍କ ରଖନୁ ନାହିଁ। ସବୁବେଳେ ହାଲକା ରଙ୍ଗ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବଢିବ। 

Advertisment

ବେଳେବେଳେ ଘରର ସଦସ୍ୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ ଦେଖାଦିଏ। ଏପରି ସ୍ଥିତି ଉପୁଜିଲେ ଭାବିନେବେ ଘରେ କିଛି ବାସ୍ତୁ ଦୋଷ ଅଛି। ତେଣୁ ଘରର ସବୁ ସଦସ୍ୟଙ୍କ ବେଡ଼ରୁମର ଦିଗକୁ ପରଖି ନିଅନ୍ତୁ। ଘରେ ରହୁଥିବା ଦମ୍ପତିଙ୍କ ବେଡ଼ରୁମର ଦିଗ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗ ହେବା ଉଚିତ।

ଘର ସଦସ୍ୟଙ୍କ ମଧ୍ୟରେ ବେଳେ ବେଳେ ସ୍ନେହ ପ୍ରେମ କମିଯାଏ l ସାମାନ୍ୟ କଥାରେ ଝଗଡା କରିବାକୁ ପଛାନ୍ତି ନାହିଁ। ଏପରି ସମସ୍ୟା ଦେଖାଦେଲେ ରାତିରେ ଶୋଇବା ପୂର୍ବରୁ ଏକ ପିତଳ ଥାଳିରେ କର୍ପୁର ରଖନ୍ତୁ। ସେଥିରେ ଘିଅ ଢାଳି ନିଆଁ ସଂଯୋଗ କରନ୍ତୁ। ଏପରି କରିବା ଦ୍ୱାରା ଘରେ ଦେଖାଦେଇଥିବା ଅଶାନ୍ତି ପରିବେଶ ଦୂର ହେବ ବୋଲି ବିଶ୍ୱାସ ରହିଛି।

ନିରାକରଣ-

*ଯଦି ଘରେ ସବୁବେଳେ ଅଶାନ୍ତି ଲାଗି ରହୁଛି ତାହାହେଲେ ଧଳା ଚନ୍ଦନ କାଠର ମୂର୍ତ୍ତି ରଖି ପୂଜା କରନ୍ତୁ, ଘରେ ସୁଖ ବଜାଇ ରହିବ।

*ସେହିପରି କଦମ୍ବ ଗଛର ଖଣ୍ଡେ ଛୋଟ କାଠକୁ ଘରେ ରଖିଲେ ଶୁଭଫଳପ୍ରାପ୍ତି ହେବ।

*ଘର ପୋଛିଲା ବେଳେ ପାଣିରେ ଲୁଣ ପକାଇ ଘର ପୋଛିବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe