Advertisment

ପ୍ରତିଜ୍ଞା ପାଳନ କରନ୍ତି ଏହି ୫ଟି ରାଶିର ବ୍ୟକ୍ତି

ଭୁବନେଶ୍ୱର : କଥା ଦେଇ କଥା ରଖିବା ଲୋକ ଖୁବ୍‌ କମ୍‌ ଦେଖିବାକୁ ମିଳିଥା’ନ୍ତି। ଅଧିକାଂଶ ସମୟରେ ଆମେ ସାଙ୍ଗସାଥୀ ବା ସମ୍ପର୍କୀୟଙ୍କୁ ଦେଇଥିବା କଥାକୁ ରଖିପାରି ନଥାଉ। ଯାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିବା ସହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ଆପଣଙ୍କ ସାଙ୍ଗ ଆପଣଙ୍କୁ ଦେଇଥିବା କଥା ରଖି ପାରିବ କିମ୍ୱା ନାହିଁ ଏହା ଜାଣିବା କଷ୍ଟକର ହୋଇଥାଏ। ତେବେ ଏହାକୁ ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ […]

ପ୍ରତିଜ୍ଞା ପାଳନ କରନ୍ତି ଏହି ୫ଟି ରାଶିର ବ୍ୟକ୍ତି

zodiac

Advertisment

ଭୁବନେଶ୍ୱର : କଥା ଦେଇ କଥା ରଖିବା ଲୋକ ଖୁବ୍‌ କମ୍‌ ଦେଖିବାକୁ ମିଳିଥା’ନ୍ତି। ଅଧିକାଂଶ ସମୟରେ ଆମେ ସାଙ୍ଗସାଥୀ ବା ସମ୍ପର୍କୀୟଙ୍କୁ ଦେଇଥିବା କଥାକୁ ରଖିପାରି ନଥାଉ। ଯାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିବା ସହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ଆପଣଙ୍କ ସାଙ୍ଗ ଆପଣଙ୍କୁ ଦେଇଥିବା କଥା ରଖି ପାରିବ କିମ୍ୱା ନାହିଁ ଏହା ଜାଣିବା କଷ୍ଟକର ହୋଇଥାଏ। ତେବେ ଏହାକୁ ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ରାଶିରୁ ଏହା ଜଣାପଡ଼ିଥାଏ ଯେ ସେହି ବ୍ୟକ୍ତି ଜଣକ କେତେ ଦାୟିତ୍ୱବାନ୍‌। ତା’ହେଲେ ଆସନ୍ତୁ ଜାଣିବା କିଛି ରାଶିର ବ୍ୟକ୍ତିଙ୍କୁ, ଯେଉଁମାନେ ଦେଇଥିବା କଥାକୁ ରକ୍ଷା କରନ୍ତି।

Advertisment

କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତି କାହାର ବିଶ୍ୱାସ ଭାଙ୍ଗିବାକୁ ଘୃଣା କରିଥା’ନ୍ତି। ସେମାନେ ଦେଇଥିବା କଥାକୁ ସର୍ବଦା ପ୍ରଧ୍ୟାନ୍ୟ ଦେଇଥା’ନ୍ତି। ଏହି ରାଶିର ବ୍ୟକ୍ତି କଠିନ ପରିସ୍ଥିତିରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥା’ନ୍ତି। ଏପରିକି କରିଥିବା ଯୋଜନାଗୁଡ଼ିକୁ ସମୟ ମଧ୍ୟରେ ଶେଷ କରିବା ପାଇଁ ଏମାନେ ପସନ୍ଦ କରିଥା’ନ୍ତି।

କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତି ଟିକେ ଅଧିକ ପରଫେକ୍ଟନିଷ୍ଟ ହୋଇଥା’ନ୍ତି, ଯେଉଁମାନେ ସବୁ ବିଷୟରେ ସବିଶେଷ ତଥ୍ୟ ରଖିବା ପାଇଁ ଚିନ୍ତା କରିଥା’ନ୍ତି। ଏପରି କ୍ଷେତ୍ରରେ ଏହି ବ୍ୟକ୍ତିମାନେ ଦେଇଥିବା କଥାକୁ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥା’ନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ପ୍ରକୃତରେ ଦାତା ବୋଲି କୁହାଯାଇଥାଏ।

Advertisment

ବିଛା ରାଶି : ବିଛା ରାଶିର ବ୍ୟକ୍ତି ନିଜ ଭାବମୂର୍ତ୍ତିକୁ କେବେ ଖରାପ ହେବାକୁ ଦେଇ ନଥା’ନ୍ତି। ଯେଉଁ କାର୍ଯ୍ୟ ସେମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା, ସେପରି କାର୍ଯ୍ୟରୁ ସେମାନେ ନିବୃତ୍ତ ରହିଥା’ନ୍ତି। ଏପରିକି କରିଥିବା ପ୍ରତିଜ୍ଞାକୁ ପାଳନ କରିବା ପାଇଁ ଏହି ରାଶିର ବ୍ୟକ୍ତି ସର୍ବଦା ଉତ୍ସାହିତ ଥା’ନ୍ତି।

ସିଂହ ରାଶି : ଏହି ରାଶିର ବ୍ୟକ୍ତିମାନେ ବହୁତ ଦୟାଳୁ ଏବଂ କାହାର ଭାବନାକୁ ଆଘାତ ଦେବାକୁ ପସନ୍ଦ କରି ନଥା’ନ୍ତି। ଦେଇଥିବା କଥାକୁ ନରଖିବା ଏମାନଙ୍କ ପାଇଁ ଏକ ଅପମାନ ସଦୃଶ। ଅନ୍ୟ ପାଖରେ ଖରାପ ଚିତ୍ରଣ ହେବା ପାଇଁ ଏମାନେ କେବେ ଚାହାନ୍ତି ନାହିଁ। ଯଦି ଆପଣ କୌଣସି ଅସୁବିଧାରେ ପଡ଼ିଛନ୍ତି ଏବଂ ସାହାଯ୍ୟ ଲୋଡୁଛନ୍ତି, ତେବେ ଏହି ରାଶିର ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଥମେ ଆଗେଇ ଆସିଥା’ନ୍ତି।

ମକର ରାଶି : ଏହି ରାଶିର ବ୍ୟକ୍ତି ବହୁତ ଦାୟିତ୍ୱବାନ୍‌ ଅଟନ୍ତି। ଯେ କୌଣସି ଉପାୟରେ ଏମାନେ ନିଜର ପ୍ରତିଶ୍ରୁତି ପାଳନ କରିବା ପାଇଁ ଚେଷ୍ଟା କରିଥା’ନ୍ତି। ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏମାନେ ବହୁତ ପରିଶ୍ରମ କରିଥାନ୍ତି। ସେହିପରି ଖରାପ ପରିସ୍ଥିତିରେ ମକର ରାଶିର ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିଥା’ନ୍ତି। କିନ୍ତୁ ଅସାଧୁ ଲୋକଙ୍କୁ ଏମାନେ ଘୃଣା କରିଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe