Advertisment

ଗୋଟିଏ ଚିମୁଟା ଲୁଣ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, କେମିତି ଜାଣନ୍ତୁ...

ଖାଦ୍ୟର ସ୍ୱାଦ ବଢ଼ାଇଥାଏ ଲୁଣ। ଏମିତି କିଛି ଖାଦ୍ୟ ନାହିଁ ଯେଉଁଥିରେ ଲୁଣ ପଡ଼ିନଥାଏ। ତେବେ ବାସ୍ତୁ ବିଜ୍ଞାନ ମତରେ ଲୁଣ ଯେମିତି ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ,ଠିକ୍ ସେହିପରି ଏହା ଆମ ଜୀବନରେ ସୁଖ ଓ ଶାନ୍ତି ଭରି ଦେଇଥାଏ। ଲୁଣ ଘରର ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବା ସହ ସୁଖ ଓ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ। ଆଜି ଆସନ୍ତୁ ଜାଣିବା ବାସ୍ତୁ ବିଜ୍ଞାନରେ ଲୁଣକୁ କିଭଳି ଭାବେ ବ୍ୟବହାର କଲେ ଜୀବନରେ ସମୃଦ୍ଧି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଗୋଟିଏ ଚିମୁଟା ଲୁଣ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, କେମିତି ଜାଣନ୍ତୁ...

salt

ଖାଦ୍ୟର ସ୍ୱାଦ ବଢ଼ାଇଥାଏ ଲୁଣ। ଏମିତି କିଛି ଖାଦ୍ୟ ନାହିଁ ଯେଉଁଥିରେ ଲୁଣ ପଡ଼ିନଥାଏ। ତେବେ ବାସ୍ତୁ ବିଜ୍ଞାନ ମତରେ ଲୁଣ ଯେମିତି ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ,ଠିକ୍ ସେହିପରି ଏହା ଆମ ଜୀବନରେ ସୁଖ ଓ ଶାନ୍ତି ଭରି ଦେଇଥାଏ। ଲୁଣ ଘରର ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବା ସହ ସୁଖ ଓ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ। ଆଜି ଆସନ୍ତୁ ଜାଣିବା ବାସ୍ତୁ ବିଜ୍ଞାନରେ ଲୁଣକୁ କିଭଳି ଭାବେ ବ୍ୟବହାର କଲେ ଜୀବନରେ ସମୃଦ୍ଧି ଆସିଥାଏ।

Advertisment

୧- ଲୁଣ ନକାରାତ୍ମକ ଶକ୍ତିକୁ ଦୂରେଇ ରଖିଥାଏ। ତେଣୁ ଘରେ ଛୋଟ ଛୁଆକୁ ଖରାପ ଦୃଷ୍ଟି ବା ନଜର ପଡ଼ିଲେ ଅଳ୍ପ କିଛି ଲୁଣ ଆଣି ତିନିଥର ତଳ ଉପର କରି ଝାଡ଼ି ଦେଇ ଏହାକୁ ବାହାରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ନଜର ଦୋଷ ପଳାଇଥାଏ ବୋଲି ବିଶ୍ୱାସ ରହିଛି।

୨- ଏକ କାଚ ବୋତଲରେ ଲୁଣ ଭର୍ତ୍ତି କରି ଶୌଚାଳୟରେ ରଖନ୍ତୁ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ଏହାର କାରଣ ହେଉଛି କାଚ ଓ ଲୁଣ ରାହୁ ସମ୍ପର୍କିତ ବସ୍ତୁ ହୋଇଥିବାରୁ ଏହା ରାହୁର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ।

Advertisment

publive-image

୩- ଘରର ଯେକୌଣସି କୋଣରେ ଏକ କାଚ ପାତ୍ରରେ ଲୁଣ ଭରି ରଖିବା ଦ୍ୱାରା  ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ ଓ କେତୁ ଦଶା ଚାଲୁଛି  କିମ୍ୱା ମନରେ ଖରାପ ଚିନ୍ତାଧାରା ଆସୁଛି,  ତେବେ ଘରେ ଏହି ଉପାୟ ଅବଲମ୍ୱନ କରନ୍ତୁ।

୪- ଏକ ଲାଲ୍ କପଡ଼ାରେ ଲୁଣକୁ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହାଦ୍ୱାରା ଘରକୁ କୌଣସି ଖରାପ ଶକ୍ତି ପ୍ରବେଶ କରିନଥାଏ। ବ୍ୟବସାୟରେ ଲାଭବାନ ହେବାକୁ ଚାହୁଁଥିଲେ ଦୋକାନର ମୁଖ୍ୟଦ୍ୱାର ଓ ଆଲମିରା ଉପରେ ଏହା ରଖନ୍ତୁ। ଏପରି କଲେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।

୫- ରାତିରେ ଶୋଇବା ସମୟରେ ପାଣିରେ ଗୋଟିଏ ଚିମୁଟା ଲୁଣ ମିଶାଇ ହାତ ଓ ପାଦ ଧୋଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଏହାସହ ନିଦ ଭଲରେ ହୋଇଥାଏ। ରାହୁ ଓ କେତୁର ଅଶୁଭ ପ୍ରଭାବ ମଧ୍ୟ ଦୂର ହୋଇଥାଏ।

୬- ସପ୍ତାହକୁ ଗୋଟିଏ ଦିନ ଲୁଣ ମିଶା ପାଣିରେ ପିଲାଙ୍କୁ ଗାଧୋଇଲେ ନଜର ଦୋଷ ଦୂରେଇ ଯାଏ ବୋଲି କୁହାଯାଏ। ଏହାସହ ଶରୀର ସୁସ୍ଥ ରହିଥାଏ।