Advertisment

ବାସ୍ତୁ ଅନୁସାରେ କେଉଁ ଗଛ କେଉଁଠି ଲଗାଇଲେ ଶୁଭ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଛ ଆପଣଙ୍କ ଘରର କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରି ନଥାଏ ଏହା ସହିତ ଜଣେ ବ୍ୟକ୍ତିର ଭାଗ୍ୟ ବଦଳାଇଦେଇପାରେ। ବାସ୍ତୁ ଶାସ୍ତ୍ର ଓ ପୁରାଣ ଅନୁସାରେ, ଗଛକୁ ଶୁଭ ବୋଲି କୁହାଯାଇଥାଏ। ବାସ୍ତୁ ଅନୁସାରେ, କଦଳୀ, ତୁଳସୀ ଓ ଅଁଳା ଗଛ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ତିନୋଟି ଗଛରେ ଦେବତା ବାସ କରିଥାନ୍ତି ବୋଲି କୁହାଯାଇଥାଏ। ତେଣୁ ଏହି ତିନୋଟି ଗଛକୁ ପୂଜା କଲେ ଅତି ଶୁଭ ବୋଲି କୁହାଯାଇଥାଏ। […]

author-image
Tapas Behera
ବାସ୍ତୁ ଅନୁସାରେ କେଉଁ ଗଛ କେଉଁଠି ଲଗାଇଲେ ଶୁଭ ଜାଣନ୍ତୁ

c91a68bdd8457caaa76b62316cd7b1aa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଛ ଆପଣଙ୍କ ଘରର କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରି ନଥାଏ ଏହା ସହିତ ଜଣେ ବ୍ୟକ୍ତିର ଭାଗ୍ୟ ବଦଳାଇଦେଇପାରେ। ବାସ୍ତୁ ଶାସ୍ତ୍ର ଓ ପୁରାଣ ଅନୁସାରେ, ଗଛକୁ ଶୁଭ ବୋଲି କୁହାଯାଇଥାଏ। ବାସ୍ତୁ ଅନୁସାରେ, କଦଳୀ, ତୁଳସୀ ଓ ଅଁଳା ଗଛ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ତିନୋଟି ଗଛରେ ଦେବତା ବାସ କରିଥାନ୍ତି ବୋଲି କୁହାଯାଇଥାଏ। ତେଣୁ ଏହି ତିନୋଟି ଗଛକୁ ପୂଜା କଲେ ଅତି ଶୁଭ ବୋଲି କୁହାଯାଇଥାଏ। ତେବେ ଏହି ଗଛ କେଉଁ ଦିଗରେ ଲଗାଇବା ଉଚିତ୍‌ ବୋଲି ସେନେଇ ଉଲ୍ଲେଖ ରହିଛି।

Advertisment

publive-image

ତୁଳସୀ ଗଛ:ହିନ୍ଦୁ ଧର୍ମ ଅନୁସାରେ, ତୁଳସୀ ଗଛର ବିଶେଷ ଗୁରୁତ୍ୱ ରହିଛି। ପ୍ରତି ଘରେ ଏହି ଗଛକୁ ପୂଜା କରାଯାଇଥାଏ। ଏହି ଗଛକୁ ପୂଜା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁରେ କୁହାଯାଇଛି। ବାସ୍ତୁ ଅନୁସାରେ ତୁଳସୀ ଗଛକୁ ଘରର ପୂର୍ବ ଦିଗ କିମ୍ୱା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏପରି କଲେ ଧନ ପ୍ରାପ୍ତି ହୋଇଥାଏ।
publive-image

କଦଳୀ ଗଛ: କଦଳୀ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ବିବେଚନା କରାଯାଏ। ପ୍ରତ୍ୟେକ ପୂଜାରେ କଦଳୀ ପତ୍ରକୁ ବ୍ୟବହାର କରାଯିବା ସହିତ କଦଳୀକୁ ଭୋଗ କରାଯାଇଥାଏ। ଘରେ ଏହି ଗଛ ଲଗାଇଲେ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ବାସ୍ତୁ ଅନୁସାରେ ଘରେ କଦଳୀ ଗଛକୁ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ।
publive-image

Advertisment

ଅଁଳା ଗଛ:ଅଁଳା ଗଛରେ ସବୁ ଦେବଦେବୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ହିନ୍ଦୁ ଧର୍ମରେ ଅଁଳା ନବମୀ ମଧ୍ୟ ରହିଛି। ଏହି ଗଛକୁ ପୂଜା କଲେ ପାପ କ୍ଷୟ ହୋଇଥାଏ ବୋଲି ମଧ୍ୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ତେଣୁ ଏହି ଗଛକୁ ଘରର ଅଗଣାରେ ଲଗାନ୍ତୁ।

ଦେବଦାରୁ ଗଛ:ଏହି ଗଛକୁ ଅଶୋକ ଗଛ ମଧ୍ୟ କୁହାଯାଇଥାଏ। ଏହି ଗଛକୁ ଘରେ ଲଗାଇଲେ , ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାନ୍ତୁ।
publive-image

ଅରଖ ଗଛ: ଏହି ଗଛକୁ ଘରେ ଲଗାଇଲେ ଅଚାନକ ଧନ ପ୍ରାପ୍ତି ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହି ଗଛର ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଯଦି ଆପଣ ଏହି ଗଛ ଘରେ ଲଗାଉଛନ୍ତି, ତେବେ ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ। ଏହି ଗଛ ଘରେ ଲଗାଇଲେ ଆପଣଙ୍କର ଶତ୍ରୁ ଦୂର ହୋଇଥାନ୍ତି ଏବଂ ଆପଣଙ୍କ ଜୀବନସାଥୀ ସହିତ ପ୍ରେମ ସମ୍ପର୍କ ମଧ୍ୟ ବୃଦ୍ଧି ପାଇଥାଏ।