fur
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ଘରଟିଏ ତିଆରି କରିବା ପରେ ତାହାକୁ କିପରି ସଜାଇବେ ଏବଂ ଏହି ସାଜସଜ୍ଜା କିପରି ସୁନ୍ଦର ଦିଶିବ ସେଥିପାଇଁ ଆପଣ ଚେଷ୍ଟା କରିଥାନ୍ତି। ଘର ପାଇଁ ଫର୍ଣ୍ଣିଚର୍,ଫ୍ରିଜ୍ ପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ କେଉଁଠି ରଖିବ ତାହା ଏକ ଚିନ୍ତାର ବିଷୟ ହୋଇଥାଏ। କାରଣ ଏସବୁ ଜିନିଷ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଆପଣଙ୍କର ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ।
ଏସବୁ ଜିନିଷ ସଜାଡ଼ିବା ବେଳେ କିନ୍ତୁ ଗୋଟିଏ କଥା ମନେ ରଖିଥିବେ, ଫର୍ଣ୍ଣିଚର ରଖିବାର ବାସ୍ତୁ ନିୟମ ରହିଛି। ତେଣୁ ବାସ୍ତୁ ଅନୁସାରେ କେଉଁ ଦିଗରେ ରଖିବେ ଏହା ଉପରେ ଧ୍ୟାନ ଦେବାକୁ ଭୁଲିବେନି । ଏଥିପ୍ରତି ଅଣଦେଖା କଲେ ହୁଏତ ଆପଣଙ୍କ ଘର ଉପରେ ଅଶୁଭ ପ୍ରଭାବ ପଡ଼ିପାରେ।
ତେବେ କେଉଁ ବାସ୍ତୁ ନିୟମ ଉପରେ ଧ୍ୟାନ ଦେବେ ଜାଣନ୍ତୁ
୧. ପ୍ରଥମେ ଫର୍ଣ୍ଣିଚର କିଣିବା ପାଇଁ ସମୟରେ ଏକ ଶୁଭଦିନ ବାଛନ୍ତୁ। ଭୁଲରେ ବି ଶନିବାର, ମଙ୍ଗଳବାର କିମ୍ବା ଅମାବାସ୍ୟା ଦିନ ଫର୍ଣ୍ଣିଚର କିଣନ୍ତୁ ନାହିଁ। ଏହି ଦିନ ମାନଙ୍କରେ ଫର୍ଣ୍ଣିଚର କିଣିଲେ, ଘରର ସୁଖ-ଶାନ୍ତି ନଷ୍ଟ ହୋଇଥାଏ।
୨. ଫର୍ଣ୍ଣିଚର କିଣିବା ସମୟରେ ଏହା କେଉଁ କାଠରେ ତିଆରି ହୋଇଛି ସେ ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଚନ୍ଦନ, ଶାଗୁଆନ, ଶାଳ, ନିମ୍ବ, ଶିଶୁ, ଅଶୋକ କାଠରେ ତିଆରି ଫର୍ଣ୍ଣିଚର କିଣନ୍ତୁ।
୩. ମନେ ରଖନ୍ତୁ ପୁରୁଣା ଫର୍ଣ୍ଣିଚର କିଣନ୍ତୁ ନାହିଁ କିମ୍ବା ବହୁଦିନ ଧରି ରହିଥିବା କାଠରେ ଫର୍ଣ୍ଣିଚର ତିଆରି କରନ୍ତୁ ନାହିଁ।
୪. ଫର୍ଣ୍ଣିଚର ପାଇଁ କାଠ କିଣିବା ବେଳେ ଶୁଭ ମୁହୂର୍ତ୍ତ ଦେଖି କାଠ କିଣନ୍ତୁ।
୫. ଫର୍ଣ୍ଣିଚରକୁ ଅଧିକା ମୁନିଆଁ କରି ତିଆରି କରନ୍ତୁ ନାହିଁ, କାରଣ ଅଧିକା ମୁନିଆଁ ଫର୍ଣ୍ଣିଚରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
୬. ଯଦି ଆର୍ଥିକ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ତେବେ ହାଲ୍କା ଫର୍ଣ୍ଣିଚରକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଭାରି ଓ ଓଜନିଆ ଫର୍ଣ୍ଣିଚରକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ।
୭. ଯଦି ଶୁଭଦିଗରେ ଫର୍ଣ୍ଣିଚର ରଖି ପାରୁନାହାନ୍ତି ତେବେ ସୋଫା ସେଟ୍, ଆଲମାରୀ ଆଦିକୁ ଘରର କବାଟଠାରୁ ଛଅରୁ ଆଠ ଇଞ୍ଚ ଦୂରରେ ରଖନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/fur.jpg)