Advertisment

ଘରେ ବୁଢ଼ିଆଣୀ ଜାଲ ଅଛି କି? ସାବଧାନ୍, ହୋଇପାରନ୍ତି ତଳିତଳାନ୍ତ

ମହାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ ଅନେକ କିଛି କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ମା’ଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି। କିନ୍ତୁ ତଥାପି ତାଙ୍କୁ ଉଚିତ୍‌ ଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ ଏଭଳି ହେବାର କାରଣ କ’ଣ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ରୁହେ ତେବେ ଘରର କୌଣସି ପ୍ରକାରର ଉନ୍ନତି ହୋଇପାରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ବୁଢ଼ିଆଣୀ ଜାଲ ଅଛି କି? ସାବଧାନ୍, ହୋଇପାରନ୍ତି ତଳିତଳାନ୍ତ

0_85540270_85540265

ମହାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ ଅନେକ କିଛି କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ମା’ଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି। କିନ୍ତୁ ତଥାପି ତାଙ୍କୁ ଉଚିତ୍‌ ଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ ଏଭଳି ହେବାର କାରଣ କ’ଣ।

Advertisment

ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ରୁହେ ତେବେ ଘରର କୌଣସି ପ୍ରକାରର ଉନ୍ନତି ହୋଇପାରେ ନାହିଁ। ବାସ୍ତୁଶାସ୍ତ୍ରରେ ବୁଢ଼ିଆଣୀ ଜାଲକୁ ଘରକୁ ନକାରତ୍ମକ ଶକ୍ତି ପ୍ରବେଶ ମୁଖ୍ୟ କାରଣ ବୋଲି କୁହାଯାଏ।

୧. ଘରକୁ ସଫା ସୂତୁରା ନ ରଖିଲେ, ଘରର କାନ୍ଥରେ ବା କୋଣରେ ବୁଢ଼ିଆଣୀ ଜାଲ ସୃଷ୍ଟି ହୋଇଥାଏ। ଯେଉଁ ଘରେ ଏଭଳି ହୋଇଥାଏ, ମା’ ଲକ୍ଷ୍ମୀ ସେହି ଘର ତ୍ୟାଗ କରିଦେଇଥାନ୍ତି ବୋଲି ବିଶ୍ୱାସ ରହିଛି। ଫଳରେ ସବୁବେଳେ ଘରେ ଅଭାବ ଅନଟନ ଦେଖାଦେଇଥାଏ।

Advertisment

publive-image

୨. ବୁଢ଼ିଆଣୀ ଜାଲ ରହିବା କାରଣରୁ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥା’ନ୍ତି। ଫଳରେ ଏହାର କୁପ୍ରଭାବ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।

୩. ଘରର ଯେଉଁ ସ୍ଥାନରେ ବୁଢ଼ିଆଣୀ ଜାଲ ହୋଇଥାଏ, ସେହି ସ୍ଥାନରେ ନକାରତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ। ସେଠାରେ ରହୁଥିବା ଲୋକର ସ୍ୱଭାବ ଚିଡ଼ଚିଡ଼ା ହୋଇଥାଏ।

୪. ଯେଉଁ ଘରେ ବୁଢ଼ିଆଣୀ ଜାଲ ଥାଏ, ସେହି ଘରର ଲୋକମାନେ ସବୁବେଳେ ଦ୍ୱନ୍ଦ୍ୱରେ ରହିଥାନ୍ତି। କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ।