ପ୍ରାୟ ସମସ୍ତଙ୍କ ଘରେ ଠାକୁର ଘର ଥାଏ। ତେବେ କେବଳ ଠାକୁର ଘର କରି ଠାକୁର ପୂଜା କଲେ ଚଳିବ ନାହିଁ। ବାସ୍ତୁ ଅନୁଯାୟୀ, ଏହାର କିଛି ଅନ୍ୟାନ୍ୟ ଦିଗ ରହିଛି, ଯେଉଁଗୁଡ଼ିକ ପ୍ରତି ସଚେତନ ରହିବାକୁ ପଡ଼େ। କାରଣ ସେଥିରେ ତ୍ରୁଟି ରହିଲେ ବିଶେଷ ଶୁଭଫଳ ପ୍ରାପ୍ତ ନହୋଇପାରେ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଠାକୁର ଘରେ ରହିଯାଉଥିବା କିଛି ତ୍ରୁଟିବିଚ୍ୟୁତି ସଂପର୍କରେ, ଯାହା ସର୍ବଦା ଅଶୁଭ ଫଳ ଦେଇଥାଏ।
- ଠାକୁର ଘରେ ପିଣ୍ଡି କରିଥିଲେ ଉଚ୍ଚ ରକ୍ତ ଚାପ ଆସିବ। ତା’ସହିତ ପିଲାମାନେ ଅବାଧ୍ୟ ହୋଇଥା’ନ୍ତି।
- ଭଙ୍ଗା ମୂର୍ତ୍ତୀ ରଖି ପୂଜା କଲେ ଗୃହକୁ ଅଶୁଭ ଶକ୍ତି ପ୍ରବେଶ କରେ।
- ଠାକୁର ଘରେ ଅଳିଆ ଆବର୍ଜନା ରଖିଲେ ମାନସିକ ଅଶାନ୍ତି ଓ ମନୋମାଳିନ୍ୟ ଦେଖାଯାଏ।
- ଠାକୁରଙ୍କ ଖଟୁଲି ଖରାପ ହୋଇଯାଇଥିଲେ ପୂଜାରୁ ଶୁଭ ଫଳ ମିଳି ନଥାଏ।
- ଠାକୁର ଘର ଦୀପ ଦକ୍ଷିଣ ଓ ପଶ୍ଚିମକୁ ହୋଇଥିଲେ ଗୃହକୁ ଶୁଭ ଶକ୍ତି ବଦଳରେ ଅଶୁଭ ଶକ୍ତି ଆସିଥାଏ।
କ’ଣ କରିବେ
- ଠାକୁରଙ୍କୁ ପୂଜା କଲାବେଳେ କାଠର ବିମାନରେ ରଖି ପୂଜା କରିବେ।
- ଠାକୁରଙ୍କ ମୁହଁ ପଶ୍ଚିମ କିମ୍ବା ଦକ୍ଷିଣକୁ କରି ରଖିବେ।
- ଠାକୁରଙ୍କ ଫଟୋ ସଦାସର୍ବଦା ସଫା ରଖିବେ।
- ଠାକୁର ଘରକୁ ସୁଗନ୍ଧମୟ ରଖନ୍ତୁ।
- ଠାକୁରଙ୍କ ଗୃହର ଦୀପକୁ ପୂର୍ବ କିମ୍ବା ଉତ୍ତର ମୁଖ କରି ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।