ସାରା ବିଶ୍ୱରେ ୩ଟି ଶକ୍ତି କାମ କରିଥାଏ। ସେଗୁଡ଼ିକ ହେଉଛି ସକାରାତ୍ମକ, ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି ଆମର ଚିନ୍ତା, ବ୍ୟବହାର ଓ ଅଭ୍ୟାସ ଏବଂ ଶଦ୍ଦରେ ତିଆରି ହୋଇଥାଏ। ସାଧାରଣତଃ ଆମ ଶରୀର ଓ ଆମେ ରହୁଥିବା ଘରେ ସକାରାତ୍ମକ ଶକ୍ତି ରହିଥାଏ। ଯେତେବେଳେ କୌଣସି ବ୍ୟକ୍ତିର ଚିନ୍ତା, ସ୍ୱଭାବ ଓ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ, ତାହାକୁ ଆମେ ‘ଖରାପ ନଜର’ ବୋଲି କହିଥାଉ। ନଜର ଲାଗିବା ଦ୍ୱାରା ଆମର ସ୍ୱାସ୍ଥ୍ୟ, ଚିନ୍ତା ଓ ପ୍ରଗତି ଉପରେ କିଛି ସମୟ ପାଇଁ ପ୍ରଭାବ ପଡ଼ିଥାଏ ବୋଲି ଆମର ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ନଜର ଦୋଷ ପଡ଼ିଲେ କେଉଁ ସବୁ ସମସ୍ୟା ଦେଖା ଦେଇଥାଏ।
ଘର ଉପରେ ନଜର ଦୋଷ ରହିଲେ କ’ଣ ହୁଏ?
୧- ଘର ଉପରେ ଖରାପ ନଜର ରହିଲେ ବିନା କାରଣରେ ନାନା ପ୍ରକାର ସମସ୍ୟା ଦେଖାଦିଏ।
୨- ପରିବାରର ଲୋକଙ୍କ ମଧ୍ୟରେ ବାଦ-ବିବାଦ ଦେଖାଦେଇଥାଏ।
୩- ପରିବାର ସଦସ୍ୟ ଅସୁସ୍ଥ ହୋଇପଡ଼ିନ୍ତି। ଫଳରେ ଚିକିତ୍ସା ଓ ଔଷଧ ବାବଦକୁ ଖର୍ଚ୍ଚ ବଢ଼ିଥାଏ।
୪- ବ୍ୟବସାୟରେ କ୍ଷତି ହୋଇଥାଏ।
ଏଥିରୁ ମୁକ୍ତି ପାଇବାର ଉପାୟ
୧- ଘରେ ଅଯଥା ଅଳିଆ ଆବର୍ଜନା ରଖନ୍ତୁ ନାହିଁ।
୨- ଠାକୁର ଘରେ ସକାଳ ଓ ସନ୍ଧ୍ୟାରେ ଦୀପ ଜଳାନ୍ତୁ।
୩- ସକାଳେ ଶୀଘ୍ର ଉଠନ୍ତୁ। ସନ୍ଧ୍ୟାରେ ଘରେ ଗୁଗୁଳ ଓ ଚନ୍ଦନ ଧୂପ ଜଳାନ୍ତୁ।
୪- ଘରର ସମସ୍ତ କୋଠରୀର କବାଟ ଉପରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।
୫- ସପ୍ତାହର ଗୋଟିଏ ଦିନ ଘରେ ଭଜନ ଓ କୀର୍ତ୍ତନ କରନ୍ତୁ।
ବ୍ୟବସାୟରେ ନଜର ଦୋଷ ରହିଲେ କେଉଁ ସମସ୍ୟା ଦେଖାଦିଏ?
୧-ଯଦି କର୍ମ କ୍ଷେତ୍ରରେ କାହାର ଖରାପ ନଜର ପଡ଼େ, ତା’ହେଲେ ଚାକିରିରେ ସ୍ଥାୟିତ୍ୱ ରହେ ନାହିଁ।
୨- ବ୍ୟବସାୟରେ ନଜର ଦୋଷ ରହିଲେ କ୍ଷତି ସହିବାକୁ ପଡ଼ିଥାଏ।
୩- ବ୍ୟବସାୟରେ ଲାଗିଥିବା ଧନ ଆଉ ମିଳିନଥାଏ।
ନଜର ଦୋଷ ରହିଲେ ଜଣେ ବ୍ୟକ୍ତି ଉପରେ କ’ଣ ପ୍ରଭାବ ପଡ଼େ?
୧- ଶରୀର ଅସୁସ୍ଥ ରହେ।
୨- ବିନା କାରଣରେ ମନରେ ଅଶାନ୍ତି ସୃଷ୍ଟି ହୁଏ।
୩- ବେଳେ ବେଳେ ପାରିବାରିକ ସମ୍ପର୍କ ମଧ୍ୟରେ ଫାଟ ଦେଖାଦିଏ।
ନଜର ଦୋଷରୁ ବଞ୍ଚିବାର ଉପାୟ
୧- ନଜର ଦୋଷରୁ ସବୁବେଳେ ରକ୍ଷା ପାଇବାକୁ ହେଲେ ମଥାରେ ସୁଗନ୍ଧି ଚନ୍ଦନ ଟିପା ଲଗାନ୍ତୁ।
୨- ଘରୁ ବାହାରିବା ସମୟରେ ଗୁଡ଼ ଖାଇ ଯାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।