କ’ଣ ସେହି ନଜର ଦୋଷ, ଆସନ୍ତୁ ଜାଣିବା

ସାରା ବିଶ୍ୱରେ ୩ଟି ଶକ୍ତି କାମ କରିଥାଏ। ସେଗୁଡ଼ିକ ହେଉଛି ସକାରାତ୍ମକ, ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି  ଆମର ଚିନ୍ତା, ବ୍ୟବହାର ଓ ଅଭ୍ୟାସ ଏବଂ ଶଦ୍ଦରେ ତିଆରି ହୋଇଥାଏ। ସାଧାରଣତଃ ଆମ ଶରୀର ଓ ଆମେ ରହୁଥିବା ଘରେ ସକାରାତ୍ମକ ଶକ୍ତି ରହିଥାଏ। ଯେତେବେଳେ କୌଣସି ବ୍ୟକ୍ତିର ଚିନ୍ତା, ସ୍ୱଭାବ ଓ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ, ତାହାକୁ ଆମେ ‘ଖରାପ ନଜର’ ବୋଲି କହିଥାଉ। ନଜର ଲାଗିବା ଦ୍ୱାରା ଆମର ସ୍ୱାସ୍ଥ୍ୟ, […]

eye

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 10:34 AM IST

ସାରା ବିଶ୍ୱରେ ୩ଟି ଶକ୍ତି କାମ କରିଥାଏ। ସେଗୁଡ଼ିକ ହେଉଛି ସକାରାତ୍ମକ, ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି  ଆମର ଚିନ୍ତା, ବ୍ୟବହାର ଓ ଅଭ୍ୟାସ ଏବଂ ଶଦ୍ଦରେ ତିଆରି ହୋଇଥାଏ। ସାଧାରଣତଃ ଆମ ଶରୀର ଓ ଆମେ ରହୁଥିବା ଘରେ ସକାରାତ୍ମକ ଶକ୍ତି ରହିଥାଏ। ଯେତେବେଳେ କୌଣସି ବ୍ୟକ୍ତିର ଚିନ୍ତା, ସ୍ୱଭାବ ଓ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ, ତାହାକୁ ଆମେ ‘ଖରାପ ନଜର’ ବୋଲି କହିଥାଉ। ନଜର ଲାଗିବା ଦ୍ୱାରା ଆମର ସ୍ୱାସ୍ଥ୍ୟ, ଚିନ୍ତା ଓ ପ୍ରଗତି ଉପରେ କିଛି ସମୟ ପାଇଁ ପ୍ରଭାବ ପଡ଼ିଥାଏ ବୋଲି ଆମର ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା  ନଜର ଦୋଷ ପଡ଼ିଲେ କେଉଁ ସବୁ ସମସ୍ୟା ଦେଖା ଦେଇଥାଏ।

ଘର ଉପରେ ନଜର ଦୋଷ ରହିଲେ କ’ଣ ହୁଏ?

୧- ଘର ଉପରେ ଖରାପ ନଜର ରହିଲେ ବିନା କାରଣରେ ନାନା ପ୍ରକାର ସମସ୍ୟା ଦେଖାଦିଏ।

୨- ପରିବାରର ଲୋକଙ୍କ ମଧ୍ୟରେ ବାଦ-ବିବାଦ ଦେଖାଦେଇଥାଏ।

୩- ପରିବାର ସଦସ୍ୟ ଅସୁସ୍ଥ ହୋଇପଡ଼ିନ୍ତି। ଫଳରେ ଚିକିତ୍ସା ଓ ଔଷଧ ବାବଦକୁ ଖର୍ଚ୍ଚ ବଢ଼ିଥାଏ।

୪- ବ୍ୟବସାୟରେ କ୍ଷତି ହୋଇଥାଏ।

ଏଥିରୁ ମୁକ୍ତି ପାଇବାର ଉପାୟ

୧- ଘରେ ଅଯଥା ଅଳିଆ ଆବର୍ଜନା ରଖନ୍ତୁ ନାହିଁ।

୨- ଠାକୁର ଘରେ ସକାଳ ଓ ସନ୍ଧ୍ୟାରେ ଦୀପ ଜଳାନ୍ତୁ।

୩- ସକାଳେ ଶୀଘ୍ର ଉଠନ୍ତୁ। ସନ୍ଧ୍ୟାରେ ଘରେ ଗୁଗୁଳ ଓ ଚନ୍ଦନ ଧୂପ ଜଳାନ୍ତୁ।

୪- ଘରର ସମସ୍ତ କୋଠରୀର କବାଟ ଉପରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।

୫-  ସପ୍ତାହର ଗୋଟିଏ ଦିନ ଘରେ ଭଜନ ଓ କୀର୍ତ୍ତନ କରନ୍ତୁ।

ବ୍ୟବସାୟରେ ନଜର ଦୋଷ ରହିଲେ କେଉଁ ସମସ୍ୟା ଦେଖାଦିଏ?

୧-ଯଦି କର୍ମ କ୍ଷେତ୍ରରେ କାହାର ଖରାପ ନଜର ପଡ଼େ, ତା’ହେଲେ ଚାକିରିରେ ସ୍ଥାୟିତ୍ୱ ରହେ ନାହିଁ।

୨- ବ୍ୟବସାୟରେ ନଜର ଦୋଷ ରହିଲେ କ୍ଷତି ସହିବାକୁ  ପଡ଼ିଥାଏ।

୩- ବ୍ୟବସାୟରେ ଲାଗିଥିବା ଧନ ଆଉ ମିଳିନଥାଏ।

ନଜର ଦୋଷ ରହିଲେ ଜଣେ ବ୍ୟକ୍ତି ଉପରେ କ’ଣ ପ୍ରଭାବ ପଡ଼େ?

୧- ଶରୀର ଅସୁସ୍ଥ ରହେ।

୨- ବିନା କାରଣରେ ମନରେ ଅଶାନ୍ତି ସୃଷ୍ଟି ହୁଏ।

୩- ବେଳେ ବେଳେ ପାରିବାରିକ ସମ୍ପର୍କ ମଧ୍ୟରେ ଫାଟ ଦେଖାଦିଏ।

ନଜର ଦୋଷରୁ ବଞ୍ଚିବାର ଉପାୟ

୧- ନଜର ଦୋଷରୁ ସବୁବେଳେ ରକ୍ଷା ପାଇବାକୁ ହେଲେ ମଥାରେ ସୁଗନ୍ଧି ଚନ୍ଦନ  ଟିପା ଲଗାନ୍ତୁ।

୨- ଘରୁ ବାହାରିବା ସମୟରେ ଗୁଡ଼ ଖାଇ ଯାଆନ୍ତୁ।

Related story